ଖାକି ରଙ୍ଗର ପୋଷାକ ପିନ୍ଧନ୍ତି ଭାରତୀୟ ପୋଲିସ ! ଆସନ୍ତୁ ଜାଣିବା କାହିଁକି ?

42

ଖାକି ପୋଷାକ ପିନ୍ଧିଥିବା ବ୍ୟକ୍ତିଙ୍କୁ ଦେଖିଲା ମାତ୍ରେ ଆପଣ ପ୍ରଥମେ ପୁଲିସ କର୍ମଚାରୀ ହୋଇଥିବେ ବୋଲି ଭାବନ୍ତି । କାରଣ ପୁଲିସ କର୍ମୀଙ୍କ ଏହି ପୋଷାକ ହିଁ ତାଙ୍କ ପରିଚୟ । ଆପଣମାନେ ଦେଖିଥିବେ ପୁଲିସ କର୍ମୀଙ୍କ ପୋଷାକର ରଙ୍ଗ ମାଟିଆ, ଯାହାକୁ ଖାକି କୁହାଯାଏ । କିନ୍ତୁ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ପୁଲିସ ପୋଷାକର ରଙ୍ଗ ଏପରି ହୋଇଥାଏ କାହିଁକି  ?

ଆପଣଙ୍କୁ ଜଣେଇ ଦେବାକୁ ଚାହିିଁବୁ ଯେତେବେଳେ ଭାରତରେ ବ୍ରିଟିଶ ସରକାର ଶାସନ କରୁଥିଲେ, ସେତେବେଳେ ଭାରତୀୟ ପୁଲିସର ପୋଷାକର ରଙ୍ଗ ଧଳା ଥିଲା । ଅଧିକ ସମୟ କାମ କରିବା ଦ୍ୱାରା ଧଳା ପୋଷାକ ମଇଳା ହେଇଯାଉଥିଲା, ଏହା ପୁଲିସ କର୍ମୀଙ୍କୁ ବହୁତ ଅସୁବିଧାରେ ପକାଉଥିଲା । ଏଥି ପାଇଁ ପୁଲିସ କର୍ମୀମାନେ ତାଙ୍କ ପୋଷାକର ରଙ୍ଗକୁ ବଦଳାଇ ବିଭିନ୍ନ ରଙ୍ଗର ପୋଷାକ ପିନ୍ଧୁଥିଲେ ।

ଏହା ମଧ୍ୟ କୁହାଯାଏ କି ପୋଷାକର ରଙ୍ଗ ଅଲଗା ଅଲଗା ହେବା କାରଣରୁ ପୁଲିସ ଅଫିସରମାନେ ଗୋଟିଏ ରଙ୍ଗର ପୋଷାକ ବାଛିଥିଲେ, ଯାହାର ରଙ୍ଗ ମାଟିଆ ଥିଲା । ଏହି ରଙ୍ଗ ‘ଚା’ ପତି, ପାଣି ଓ ରଙ୍ଗ ଦ୍ୱାରା ପ୍ରସ୍ତୁତ କରି ପୋଷାକରେ ବ୍ୟବହାର କରାଯାଉଥିଲା । ସେହି ସମୟରୁ ପୁଲିସ କର୍ମୀମାନେ ମାଟିଆ ରଙ୍ଗର ପୋଷାକ ପିନ୍ଧିବା ଆରମ୍ଭ କରିଛନ୍ତି, ଯାହକି ଆଜି ପର୍ଯ୍ୟନ୍ତ ଜାରି ରହିଛି । ୧୮୪୭ ମସିହାରେ ସାର ହ୍ୟାରି ଲେମସଡେନ ସରକାରୀ ଭାବେ ଏହାକୁ ମଞ୍ଜୁରି ଦେଇଥିଲେ ।