ଆମ ଦେଶର ନାମ ‘ଭାରତ’ କାହିଁକି ରଖାଯାଇଛି ? ଜାଣନ୍ତୁ ଏହାର ରହସ୍ୟ . . .

1,004

ବିଶ୍ୱରେ ସବୁଠାରୁ ପୁରୁଣା ସଭ୍ୟତାର ଏକ ଜଣାଶୁଣା ଦେଶ ହେଉଛି ଭାରତ । ଯେଉଁଠି ଅନେକ ଧର୍ମ, ସଭ୍ୟତା, ପରମ୍ପରାର ଲୋକେ ଏକାଠି ବସବାସ କରୁଛନ୍ତି । ଏଠାରେ ଲୋକମାନେ ନିଜ ଧର୍ମ ଓ ଇଚ୍ଛା ଅନୁସାରେ ପାଖାପାଖି ୧୬୫୦ ଭାଷାର ବ୍ୟବହାର କରନ୍ତି । ସସ୍କୃତି, ପରମ୍ପରା, ଧର୍ମ ଓ ଭାଷା ଅଲଗା ହେଲେ ମଧ୍ୟ ଲୋକମାନେ ଏଠାରେ ଜଣେ ଅନ୍ୟ ଜଣଙ୍କର ସମ୍ମାନ କରନ୍ତି । ପ୍ରାଚୀନ କାଳରୁ ଆମେ ଆମ ଦେଶକୁ ଭାରତ ନାମରେ ଜାଣନ୍ତି । ଭାରତ ଦେଶର ନାମ ଭାରତ କେମିତି ହେଲା ଏହା ପଛରେ ଇତିିହାସକାରୀଙ୍କ ନିଜର ଅଲଗା ଅଲଗା ବିଚାର ରହିଛି ।

ଆସନ୍ତୁ ଜାଣିବା ଭାରତ ଦେଶର ନାମ ଭାରତ କାହିଁକି ରହିଲା-

୧.ଭାରତର ଭୌଗଳିକ ଇତିହାସ ଅନୁସାରେ- ଋକ ବେଦର ସାତ ନମ୍ବର ପୁସ୍ତକର ୧୮ ତମ ଶ୍ଲୋକରେ ଦଶ ରାଜାଙ୍କ ଯୁଦ୍ଧ ବିଷୟରେ ବର୍ଣ୍ଣନା କରାଯାଇଛି । ଏହି ଯୁଦ୍ଧ ୧୦ ରାଜାଙ୍କର ମହାସଂଘ ଓ ଭରତ ଜନଜାତି ରାଜବଂଶର ରାଜା ସୁଦାସଙ୍କ ମଧ୍ୟରେ ଲଢା ଯାଇଥିଲା । ଏହି ଯୁଦ୍ଧରେ ରାଜା ସୁଦାସ ଦଶ ରାଜାଙ୍କ ଉପରେ ବିଜୟ ପ୍ରାପ୍ତ କରିଥିଲେ । ସେ ଭରତ ଜନଜାତିର ହୋଇଥିବାରୁ ଭାରତ ବର୍ଷର ଏପରି ନାମ କରଣ ହୋଇଥିବା ଜଣାଯାଏ ।

୨.ମହାଭାରତ ଓ ଭରତ ଚକ୍ରବର୍ତ୍ତୀଙ୍କ ଅନୁସାରେ – ମହାଭାରତ ଅନୁସାରେ ଭାରତ ବର୍ଷର ନାମ ରାଜା ଭରତ ଚକ୍ରବର୍ତ୍ତୀଙ୍କଙ୍କ ନାମରେ ଦିଆଯାଇଛି । ରାଜା ଭରତ, ଭରତ ରାଜବଂଶର ସଂସ୍ଥାପକ ଓ କୌରବ ଓ ପାଣ୍ଡବଙ୍କର ପୂର୍ବଜ । ସେ ହସ୍ତୀନାପୁରର ରାଜା ଦୁଷ୍ମନ୍ତ ଓ ରାଣୀ ସକୁନ୍ତଳାଙ୍କ ପୁଅ । ଭରତ ପୁରା ଭାରତ ସାମ୍ରାଜ୍ୟକୁ ଏକାଠି ସଗଂଠିତ କରି ଏକ ସାମ୍ରାଜ୍ୟ ଗଠନ କରିଥିବାରୁ ଆମ ଦେଶର ନାମ ଭାରତ ରଖା ଯାଇଛି ।

୩.ଜୈନ ଧର୍ମ ଅନୁସାରେ- ଇଣ୍ଡିଆର ପ୍ରକୃତ ନାମ ଭାରତ ଯାହା ସମ୍ରାଟ ଭରତ ଚକ୍ରବର୍ତ୍ତୀଙ୍କ ନାମ ଅନୁସାରେ ରଖା ଯାଇଥିଲା ଯିଏ କି ଜୈନ ଧର୍ମର ପ୍ରଥମ ତୀର୍ଥକରଙ୍କର ସବୁଠାରୁ ବଡ ପୁଅ । ଏହି କାଣରୁ ଭାରତର ପ୍ରକୃତ ନମା ଜୈନ ଧର୍ମ ଅନୁସାରେ ହୋଇଛି ବୋଲି ମଧ୍ୟ କୁହାଯାଏ ।

୪.ବିଷ୍ଣୁପୁରାଣ ଅନୁସାରେ- ଇଣ୍ଡିଆକୁ ଭାରତବର୍ଷ ସେହି ସମୟରୁ କୁହାଯାଏ ଯେବେ ଭରତଙ୍କ ପିତା ପୁରା ରାଜପାଟ ନିଜର ପୁତ୍ରକୁ ଦେଇ ନିଜେ ସନ୍ୟାସୀ ହୋଇ ଜଙ୍ଗଲ ଚାଲିଗଲେ ।