ଆପଣ ଜାଣନ୍ତି କି ? କାହିଁକି ରାତି ସମୟରେ ବ୍ୟବଚ୍ଛେଦ କରାଯାଏ ନାହିଁ ଶବ

ସନ୍ଧ୍ୟାପରେ ମୁତ୍ୟୁ ହେଲେ ତହିଁ ପରଦିନ ବ୍ୟବଚ୍ଛେଦ କରିବା ପାଇଁ ଡାକ୍ତରମାନେ କହନ୍ତି

541

ଦକନକ ବ୍ୟୁରୋ : ସାଧରଣ ଭାବରେ ମଣିଷର କୌଣଶି ପରିସ୍ଥିତିରେ ଅସ୍ୱାଭିବକ ଭାବରେ ମୃତ୍ୟୁ ହେଲେ ତାର ଶବକୁ ବ୍ୟବଚ୍ଛେଦ କରାଯାଇଥାଏ । କାରଣ କେଉଁ ପରିସ୍ଥିତିରେ ତାହାର ମୃତ୍ୟୁ ହୋଇଥିଲା ସହ କେଉଁ ସମୟରେ କିପରି ଭାବରେ ମୁତ୍ୟୁ ହେଲା ତାହାର ସବିଶେଷ ତଥ୍ୟ ଏହାରି ମଧ୍ୟରେ ଜଣାଯାଇଥାଏ । ତେବେ ଆସନ୍ତୁ ଜାଣିବା ଏପରି ନିୟମ ସମ୍ପର୍କରେ କିଛି ବିଶେଷ ତଥା । ମିଳିଥିବା ସୂଚନା ଅ ନୁସାରେ, ଯଦି କୌଣଶି ବ୍ୟକ୍ତିର ଦିନରେ ମୃତ୍ୟୁ ହୋଇଥାଏ ତାହାକୁ ନିକଟସ୍ଥ ଡାକ୍ତରଖାନାରେ ଶବବ୍ୟବଚ୍ଛେଦ କରାଯାଇଥାଏ ।

ହେଲେ ସନ୍ଧ୍ୟାପରେ ମୁତ୍ୟୁ ହେଲେ ତହିଁ ପରଦିନ ବ୍ୟବଚ୍ଛେଦ କରିବା ପାଇଁ ଡାକ୍ତରମାନେ କହନ୍ତି । କାରଣ ଏପରି କରିବା ପାଇଁ ମଧ୍ୟ କିଛି ସମୟସୀମା ଧାର୍ଯ୍ୟ କରାଯାଇଛି । ଯେପରି କି ରାତିରେ ବ୍ୟବଚ୍ଛେଦ କଲେ କିଛି ସମସ୍ୟା ଦେଖାଯାଇଥାଏ । ତେଣୁ ଏଥିପାଇଁ ସାଧାରଣତଃ ରାତିରେ ବ୍ୟବଚ୍ଛେଦ କରାଯାଏ ନାହିଁ । ସନ୍ଧ୍ୟାପରେ ମୁତ୍ୟୁ ହେଲେ କୁହାଯାଏ ଏବେ ଆଉ ବ୍ୟବଚ୍ଛେଦ କରାଯିବ ନାହିଁ । ହେଲେ କାହିଁକି ରାତିରେ ବ୍ୟବଚ୍ଛେଦ କରାଯାଏନି ତା’ର କାରଣ ଅନେକଙ୍କୁ ଜଣା ନ ଥିବ ।

 

ପ୍ରକୃତ କାରଣ ହେଲା ରାତିର ଆଲୋକରେ ମଣିଷ ଶରୀରରେ ଥିବା କିଛି ଚିହ୍ନ ସ୍ପଷ୍ଟ ଦେଖାଯାଇ ନ ଥାଏ । ଯେମିତିକି କୌଣସି ଆଘାତ ଲାଗିଥିବା ଚିହ୍ନ ଲାଲ ପରିବର୍ତ୍ତେ ନୀଳ ଦେଖାଯାଇଥାଏ । ଯାହା ପରବର୍ତ୍ତି ସମୟରେ ତଦନ୍ତରେ ବାଧା ସୃଷ୍ଟି କରିଥାଏ । ତେଣୁ ରାତିରେ ବ୍ୟବଚ୍ଛେଦ କରାଯାଇ ନ ଥାଏ । କେବଳ ଏତିକି ନୁହେଁ ରାତିରେ ଶବ ବ୍ୟବଚ୍ଛେଦ କରୁଥିବା ଲୋକର ଅନେକ ସ୍ଥାନରେ ଡ୍ୟୁଟି ସମୟ ସରିଯାଇଥାଏ । ଏହାସହ ଯେହେତୁ ମୃତ ବ୍ୟକ୍ତିର ଅସ୍ୱାଭାବିକ ଭାବରେ ମୃତ୍ୟୁ ହୋଇଛି ତେଣୁ ପୋଲିସ ମଧ୍ୟ ରାତିରେ ବ୍ୟବଚ୍ଛେଦ କରିବା ପାଇଁ ଇଚ୍ଛା କରେ ନାହିଁ ।ତେଣୁ ଏହିସବୁ ଅସୁବିଧା ଲାଗି ରାତିରେ ଶବ ବ୍ୟବଚ୍ଛେଦ କରାଯାଇନଥାଏ ।