ପୁରୁଷଙ୍କ ଦାଢି ରଖିବା ପଛରେ ଲୁଚିଥିବା ରହସ୍ୟ ! ଜାଣନ୍ତୁ କ’ଣ ମିଳେ ଫାଇଦା

98

ଆଜିକାଲି ଯୁବଗୋଷ୍ଠୀ ଦାଢ଼ି ରଖିବା ପାଇଁ ପସନ୍ଦ କରୁଛନ୍ତି । ଅଧିକ ଦାଢ଼ି ରଖିବା ଏକ ଟ୍ରେଣ୍ଡ ହୋଇଗଲାଣି କହିଲେ ଚଳେ । ବୈଜ୍ଞାନିକଙ୍କ ଦ୍ୱାରା ପ୍ରମାଣିତ ହୋଇ ସାରିଛି ଯଦି ପୁରୁଷ ଦାଢି ରଖନ୍ତି ତେବେ ତ୍ୱଚା ସମ୍ମନ୍ଧୀୟ ଅନେକ ଅସୁବିଧା କମ ହୋଇପାରିବ । ଆସନ୍ତୁ ଜାଣିିବା ପୁରୁଷମାନେ ଦାଢି ରଖିଲେ କ’ଣ କ’ଣ ସୁବିଧା ରହିଛି ।

ହାଲକା ଦାଢି ଯୁବକଙ୍କୁ ଅଧିକ ଆକର୍ଷକ ଲୁକ ଦେଇଥାଏ । ଏହାସହ ଏବେ ହାଲକା ଦାଢିର ଟ୍ରେଣ୍ଡ ମଧ୍ୟ ଚାଲିଛି । ଫ୍ୟାସନ ହେଉ କି କୌଣସି ପର୍ବ ହେଉ ଯୁବକମାନେ ଦାଢି ରଖିବା ପାଇଁ ଅଧିକ ପସନ୍ଦ କରନ୍ତି । କିନ୍ତୁ ଏବେ ଯୁବକମାନେ ଏକଥା ଜାଣି ଖୁସିହେବେ ଯେ ଦାଢି ରଖିବା ଦ୍ୱାରା ତ୍ୱଚାର କଣ ଫାଇଦା ହୋଇପାରେ ।

ଦାଢି ଅତି ବାଇଗଣୀ ରଶ୍ମୀ ଠାରୁ ଚେହେରାର ତ୍ୱଚାକୁ ରକ୍ଷା କରିଥାଏ । ଅନେକ ସର୍ବେକ୍ଷଣରୁ ଜଣାପଡିଛି ଦାଢି ସୂର୍ଯ୍ୟର ହାନିକାରକ ୟୁଭି ରଶ୍ମୀଠାରୁ ବଞ୍ଚାଇଥାଏ ଓ ଏଥିଯୋଗୁଁ ତ୍ୱଚା କର୍କଟର ଭୟ ମଧ୍ୟ କମିଯାଏ ।

ପବନରେ ଥିବା ଜୀବାଣୁ ଦାଢି ଥିବା ହେତୁ ପ୍ରତ୍ୟକ୍ଷ ଭାବରେ ଚେହେରାରେ ପ୍ରବେଶ କରିପାରନ୍ତି ନାହିଁ ଓ ତ୍ୱାଚା ରୁକ୍ଷ ହେବାରୁ ବଞ୍ଚିଯାଏ ଓ ଥଣ୍ଡାରୁ ମଧ୍ୟ ରକ୍ଷା ମିଳଥାଏ ।

ଦାଢି ରଖିବା ଦ୍ୱାରା ଚେହେରାରେ ଧୂଳି,ମଇଳାର ପ୍ରଭାବ କମ ପଡିଥାଏ ଏପଂ ଚେହେରାକୁ ନରମ କରିଥାଏ । ଦାଢି ରଖିବା ଯୋଗୁଁ ମୁହଁରେ କୁଞ୍ଚନ ମଧ୍ୟ କମ ସୃଷ୍ଟି ହୋଇଥାଏ ।