ଫୋନିକୁ ନେଇ ଆରମ୍ଭ ହେଲା ରାଜନୀତି ! ମମତାଙ୍କ ପାଖକୁ ୨ ଥର ଫୋନ୍ ଲଗାଇଲେ ମୋଦି କିନ୍ତୁ ଫୋନ୍ ଉଠାଇଲେନି ଦିଦି ।

920

ଓଡିଶାର ଉପକୂଳ ଅଚଂଳକୁ ଫୋନି ଧ୍ୱସଂ କରିବା ପରେ ପଶ୍ଚିମବଙ୍ଗରେ ମଧ୍ୟ ଫୋନିର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଛି । ଏହି କାରଣରୁ ରାଜ୍ୟର ଅନେକ ଅଚଂଳରେ ତୀବ୍ର ପବନ ସାଙ୍ଗକୁ ଜୋରରେ ବର୍ଷା ମଧ୍ୟ ହୋଇଛି । ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ ଦିନ ରେଳକୁ ବାତିଲ କରିଛନ୍ତି । ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଫୋନିର ପ୍ରକୋପ କମିଯାଇଥିଲେ ମଧ୍ୟ ଏହାର ପ୍ରଭାବ ଜନଜୀବନକୁ ଧ୍ୱସଂ କରିଦେଇଛି । ଶନିବାର ତୃଣମୂଳ କଂଗ୍ରେସର ନେତା ମାନେ ଫୋନୀକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଥିଲେ । ଫୋନିର ସ୍ଥଳସ୍ଥିତି ଜାଣିବା ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଓଡିଶା ଏବଂ କଲିକତା ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ଫୋନ୍ କରାଯାଇଥିଲା । କିନ୍ତୁ ଟିଏମସି ତରଫରୁ ଅଭିଯୋଗ ଲଗାଯାଇଛି ଯେ ପ୍ରଧାନମନ୍ତ୍ରୀ କେବଳ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ କଲ୍ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସେ କଲ୍ କରିନଥିଲେ । ଟିଏମସି ତରଫରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଭଳି କାର୍ଯ୍ୟକୁ ରାଜନୈତିକ ରଙ୍ଗ ଦେବାକୁ ଚେଷ୍ଟା କରିଛି ।

ଫୋନି ଯିବାପରେ ଏବେ ଏହା ଉପରେ ରାଜନ୪ୀତି ଆରମ୍ଭ ହୋଇଗଲାଣି । ଟିଏମସି ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫୋନ୍ କରି ଫୋନି ବିଷୟରେ ଅଧିକ ବିବରଣୀ ନିଆଯାଇଥିଲା । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଏହାକୁ ଖାରଜ କରି କୁହାଯାଇଛି ମମତାଙ୍କ ସହ କଥାବାର୍ତ୍ତା କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ୨ ଥର କଲ୍ କରିଥିଲେ ମଧ୍ୟ ସେପଟୁ କୌଣସି ଜବାବ୍ ମିଳିନଥିଲା ।