ପୁଅ ତୈମୁରର ଫଟୋ ନେବା ବେଳେ କାହିଁକି ମିଡିଆକୁ ବାରଣ କରନ୍ତିନି କରୀନା ! ପଢନ୍ତୁ ବେବୋଙ୍କ ଉତ୍ତର

39

ଅଧିକାଂଶ ବଲିଉଡ୍ ତାରକା ନିଜ ପିଲାମାନଙ୍କୁ ମିଡିଆ ଏବଂ କ୍ୟାମେରାଠାରୁ ଦୂରେଇ ରଖନ୍ତି । ଫଟୋ ଉଠାଇବା ବେଳେ ପିଲାଙ୍କ ମୁହଁ ଲୁଚାଇବା ସହ ମିଡିଆ ଉପରେ ବିରକ୍ତ ମଧ୍ୟ ହୋଇଥାନ୍ତି । ମାତ୍ର ଏଥିରେ ବ୍ୟତିକ୍ରମ କରୀନା କପୁର୍ । ବେବୋ ପୁଅ ତୈମୁରର ଫଟୋ ନେବା ବେଳେ ମୁହଁ ଲୁଚାନ୍ତି ନାହିଁ । ବରଂ ଖୁସିରେ ମିଡିଆକୁ ଅନୁମତି ଦିଅନ୍ତି ଫଟୋ ଉଠାଇବା ପାଇଁ । ତେବେ କରୀନା ଏପରି କାହିଁକି କରନ୍ତି ସେ ନେଇ ଦେଇଛନ୍ତି ମଜାଦାର ଉତ୍ତର ।

କରୀନା କହିଛନ୍ତି ତୈମୁର୍ ଖୁବ୍ ସୁନ୍ଦର ଏବଂ କ୍ୟୁଟ୍ ଦେଖିବାକୁ । ତେଣୁ ଫଟୋ ଉଠାଇବାରେ କୌଣସି ସମସ୍ୟା ନାହିଁ । ଏହା ସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ କହିଛନ୍ତି । କହିଛନ୍ତି ‘ସମୟ ବଦଳୁଛି । ଆମେମାନେ ଯେଉଁଠିକୁ ଯାଉ ଆମ ଫଟୋ ଉଠାଯାଏ । ଏହା ଆମ ଜୀବନର ଏକ ଅଭିନ୍ନ ଅଙ୍ଗ । ମୁଁ ସାଧାରଣ ଭାବରେ ତୈମୁରର ଲାଳନ ପାଳନ କରିବାକୁ ଚାହେଁ । ତେଣୁ ଫଟୋ ନେବା ବେଳେ ତା ସହ ଅଲଗା ପ୍ରକାର ବ୍ୟବହାର କଣ ପାଇଁ । ତେଣୁ ମିଡିଆ ଦ୍ୱାରା ତୈମୁରର ଫଟୋ ନିଆଗଲେ ମୋର କୌଣସି ସମସ୍ୟା ନାହିଁ’ ।

ତେବେ କରୀନାଙ୍କର ଏହି ବୟାନ୍ ଏବେ ଗଣମାଧ୍ୟମରେ ଖବର ପାଲଟି ଯାଇଛି । କାରଣ ଯେଉଁଠି ଅନ୍ୟ ତାରକା ମାନେ ଫଟୋ ନେବା ବେଳେ ମିଡିଆ ଉପରେ ବିରକ୍ତ ପ୍ରକାଶ କରିଥାନ୍ତି ସେଠି କିନ୍ତୁ ବେବୋ ଖୁସିରେ ତୈମୁରଙ୍କୁ ପୋଜ୍ ସହ ଫଟୋ ଦେବାକୁ ପସନ୍ଦ କରଛନ୍ତି ।