କେବିସିରେ କାହିଁକି କାନ୍ଦିଲେ ଯୁବରାଜ ? ଭାବୁକ ହେଲେ ଅମିତାଭ

55

ସୋନି ଟିଭିରେ ପ୍ରସାରିତ ‘କୌନ ବନେଗା କୋରଡପତି’ ଘରେ ଘରେ ପରିଚିତ । ପ୍ରତି ଏପିସୋଡକୁ ଦେଖିବା ପାଇଁ ଲୋକଙ୍କ ଭିତରେ ଥାଏ ପ୍ରବଳ ଉତ୍ସାହ । ତେବେ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି । ଦୁଇ ମାସ ପ୍ରସାରିତ ହେବା ପରେ ‘କୌନ ବନେଗା କୋରଡପତି’ ନଭେମ୍ବର ୭ରେ ସମାପ୍ତ ହେବାକୁ ଯାଉଛି ।
ତେବେ ନଭେମ୍ବର ୬ରେ ପ୍ରସାରିତ ହେବାକୁ ଥିବା ଅଧ୍ୟାୟ ଦର୍ଶକଙ୍କ ପାଇଁ ସବୁଠୁ ଅଧିକ ସ୍ମରଣୀୟ ହୋଇରହିବ । ଏହି ଅଧ୍ୟାୟରେ କ୍ରିକେଟର ଯୁବରାଜ ଓ ଅଭିନେତ୍ରୀ ବିଦ୍ୟାବାଲାନ ଆସୁଛନ୍ତି । ଆଉ ଏହି ଦୁଇ ଷ୍ଟାର ନିଜ ମନକଥା ଦର୍ଶକଙ୍କ ଆଗରେ କହିବେ । ତେବେ ଯୁବରାଜ ଏହି ସୋ’ ରେ କାନ୍ଦିଛନ୍ତି । ଜାଣିବା ପାଇଁ ଚାହୁଁଛନ୍ତି କି, କାହିଁକି କାନ୍ଦିଲେ ଯୁବରାଜ?

କ୍ରିକେଟର ଯୁବାରାଜ ୨୦୧୧ ବିଶ୍ୱକପ ସମୟର କିଛି ଅଭୁଲା ସ୍ମୃତି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତ. ସେହି ସମୟରେ ତାଙ୍କ ଦେହ ବହୁତ ଖରାପ ହୋଇଥିଲା । ଯେତେବେଳେ ମୁଁ ଶୋଇକି ଉଠିଲି ବହୁତ କାଶ ହେବା ସହ ରକ୍ତମିଶା କଫ ବହାରିଥିଲା । ୧୪ ସେଂଟିମିଟରର ଟ୍ୟୁମର ପେଟର କଷ୍ଟ ବଢାଇଦେଉଥିଲା । ଡାକ୍ତର କହିଥିଲେ ଶୀଘ୍ର ଚିକିତ୍ସା ନକଲେ ବଂଚିବା ଆଶା କମ । ଖେଳ ଖରାପ ପ୍ରଦର୍ଶନ ସହ ଦେହ ଖରାପ ଯୋଗୁ ମୋର ମାନସିକ ଅବସ୍ଥା ଠିକ ନଥିଲା । ଏସହୁ କହିବା ସମୟରେ ଭାବପ୍ରବଣ ହୋଇଯାଇଥିଲେ ଯୁବରାଜ ଓ ତାଙ୍କ ଆଖିରେ ଲୁହ ଆସିଯାଇଥିଲା । ଆଉ ସାମ୍ନାରେ ବସିଥିବା ଅମିତାଭ ବଚନ ତାଙ୍କ କଥା ଶୁଣି ନିର୍ବାକ ଓ ଭାବୁକ ହୋଇଯାଇଥିଲେ ।

ଆଉ ଏକ ଭିଡିଓରେ ମଜା କଥା କହିଛନ୍ତି ଯୁବରାଜ । ବସରେ ସିନିୟରମାନେ ଆଗ ସିଟରେ ଓ ଜୁନିୟରମାନେ ପଛ ସିଟରେ ବସିଥିଲେ । ସେତେବେଳେ ସଚିନ ଆଗ ସିଟରୁ ଆସି ସମସ୍ତ ଜୁନିୟରଙ୍କ ସହ ହାତ ମିଳାଇଥିଲେ ।ସେତେବେଳେ ଯୁବରାଜ ନିଜ ହାତକୁ ସଚିନଙ୍କ ଦେହରେ ଘସି ଦେଇଥିଲେ । କାରଣ ଆଗକୁ କଣ ହେବ ସେ ଜାଣିନଥିଲେ । ଯୁବିଙ୍କ ଏହି କଥାରେ ସମସ୍ତେ ହସିଥିଲେ । ସୂଚନା ଅନୁସାରେ ଫାଇନାଲ ଏପିସୋଡର ନାଁ ଅମିନନ୍ଦନ, ଆଭାର ଦିଅଯାଇଛି । ଏହା ଆଜି ଓ ଆସନ୍ତାକାଲି ପ୍ରସାରିତ ହେବ ।