ସୋସିଆଲ୍ ମିଡିଆରେ ହଙ୍ଗାମା ! ପ୍ରିୟଙ୍କା ଗାନ୍ଧିଙ୍କୁ ତେମୁର ଅଲ୍ଲୀ ଖାନ୍ ଙ୍କ ସହ ତୁଳନା କଲେ ବିଜେପି ସାଂସଦ ।

127

ସୋସିଆଲ୍ ମିଡିଆରେ ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଏବଂ କରୀନା କପୁର ଖାନ୍ ଙ୍କ ପୁଅ ତେମୁର ଅଲ୍ଲୀ ଖାନ୍ ସବୁବେଳେ ଚର୍ଚ୍ଚାରେ ରହି ଆସିଥାନ୍ତି । ଏବେ ସୋସିଆଲ୍ ମିଡିଆରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ତେମୁର ଅଲ୍ଲୀ ଖାନ୍ ଙ୍କ ସହ ତୁଳନା ହୋଇଥିବା କଥା ଭାଇରାଲ୍ ହେଉଛି । ତେବେ ଆସନ୍ତୁ ଜାଣିବା କ’ଣ ଏହି ଭିଡିଓର ସତ । ବିଜେପି ସାଂସଦ ଏବଂ ଭାରତୀୟ ଜନତା ଯୁବା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ପୁନମ୍ ମହାଜନଙ୍କ ଗୋଟିଏ ବୟାନକୁ ନେଇ ସୋସିଆଲ୍ ମିଡିଆରେ ବିବାଦ ଆରମ୍ଭ ହୋଇଯାଇଛି । କୁହାଯାଉଛି ଯେ ପୁନମ୍ ମହାଜନ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ତୁଳନା ତେମୁର ଅଲ୍ଲୀ ଖାନ୍ ଙ୍କ ସହ କରିଛନ୍ତି ।

ତେବେ ଜାଞ୍ଚ୍ ପରେ ଏହାର ସତ୍ୟତା ଆଗକୁ ଆସିଥିଲା ଚଳିତବର୍ଷ ଫେବୃଆରୀ ୩ ତାରିଖରେ ମୁମ୍ବାଇରେ ଭାରତୀୟ ଜନତା ଯୁବା ମୋର୍ଚ୍ଚାର ଏକ କାର୍ଯ୍ୟକ୍ରମ ଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ୍ ମଧ୍ୟ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସେ ପ୍ରିୟଙ୍କାଙ୍କ ତୁଳନା ତେମୁରଙ୍କ ସହ କରିଥିଲେ । ତେବେ କେବଳ ପ୍ରିୟଙ୍କା ନୁହଁ ରାହୁଲଙ୍କୁ ମଧ୍ୟ ସେ ରାଫୁଲ ଗାନ୍ଧି ବୋଲି କହିଥିଲେ । ଏହାସହ ଏନସିପି ପ୍ରମୁଖ ଶରଦ ପାୱାରଙ୍କୁ ମଧ୍ୟ ସେ ମହାଭାରତର ଶକୁନୀ ମାମା ବୋଲି କହିଥିଲେ ।

ପୁନମ୍ ମହାଜନ କିଏ ?

ବରିଷ୍ଠ ନେତା ପ୍ରମୋଦ ମହାଜନଙ୍କ ଝିଅ ହେଉଛନ୍ତି ପୁନମ୍ ମହାଜନ । ମୁମ୍ବାଇ ନର୍ଥ ସେଣ୍ଟ୍ରାଲ୍ ସିଟ୍ ରୁ ସେ ବିଜେପି ସାଂସଦ ହୋଇଛନ୍ତି । କେବଳ ଏତିକି ନୁହଁ ବିଜେପିର ୟୁଥ୍ ୱିଙ୍ଗ୍ ଭାରତୀୟ ଜନତା ଯୁବା ମୋର୍ଚ୍ଚାର ସେ ଅଧ୍ୟକ୍ଷ ମଧ୍ୟ ରହିଛନ୍ତି ।