ପ୍ରକୃତିର ତାଣ୍ଡବ : ଇଣ୍ଡୋନେସିଆରେ ହିଁ କାହିଁକି ସବୁଠାରୁ ଅଧିକ ପ୍ରାକୃତିକ ବିପର୍ଯ୍ୟୟ ଆସେ ?

180

ସୁନାମୀ ଦ୍ୱାରା ଇଣ୍ଡୋନେସିଆରେ ପ୍ରବଳ ବିନାଶ ଘଟିଛି । ଇଣ୍ଡୋନେସିଆରେ ଆଗ୍ନେୟଗିରି ଫାଟିବା ଦ୍ୱାରା ସୁନାମୀରେ ମୃତ୍ୟୁ ସଂଖ୍ୟା ବଢ଼ି ୨୮୧ ପର୍ଯ୍ୟନ୍ତ ପହଂଚିଯାଇଛି ଏବଂ ପାଖାପାଖି ୮୦୦ ଲୋକ ଆହତ ହୋଇଛନ୍ତି । ଏହି ସୁନାମୀ କାରଣରୁ ପାଖାପାଖି ୨୦ ମିଟର ଉଚ୍ଚ ଲହଡି ଉଠିଲା, ଯଦ୍ୱାରା ଅନେକ ପର୍ଯ୍ୟଟନସ୍ଥଳୀ ଓ ତଟବର୍ତ୍ତୀ ଅଂଚଳକୁ କ୍ଷତି ପହଂଚାଇଲା । ଇଣ୍ଡୋନେସିଆର ଭୁଗର୍ଭ ଏଜେନ୍ସି ସୁନାମୀର ଅସଲ କାରଣ ଜାଣିବାରେ ଲାଗିପଡିଛନ୍ତି । ପ୍ରଥମେ ଅଧିକାରୀ ଦାବି କରିଥିଲେ କି ଏହା ସୁନାମୀ ନୁହେଁ, କେବଳ ସମୁଦ୍ରରେ ଉଠିଥିବା ଉଚ୍ଚ ଲହଡି । ଇଣ୍ଡୋନେସିଆର ପାଣିପାଗ ବିଜ୍ଞାନ ଓ ଭୁଗର୍ଭ ଏଜେନ୍ସିର ବୈଜ୍ଞାନିକ କହିଲେ କି, ହଠାତ୍ କ୍ରାକାଟାଓ ଆଗ୍ନେୟଗିରି ଫାଟିବା ଦ୍ୱାରା ସମୁଦ୍ର ତଳେ ଭୂସ୍ଖଳନ ସୁନାମୀର କାରଣ ହୋଇପାରେ ।

ଏମିତିରେ ଇଣ୍ଡୋନେସିଆରେ ଲଗାତାର ଆସୁଥିବା ଭୂମିକମ୍ପ ଓ ସୁନାମୀ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି । ଏବର୍ଷ ର ପ୍ରାରମ୍ଭରେ ଲୋମବୋକ ଦ୍ୱୀପରେ ଅନେକ ଭୟଙ୍କର ଭୂମିକମ୍ପ ଆସିଥିଲା । ଯେଉଁଥିରେ ସବୁଠାରୁ ଅଧିକ ବିପଦଜନକ ରିକ୍ଟର ସ୍କେଲ ରେ ୬.୨ ତୀବ୍ରତାର ଭୂମିକମ୍ପ ଥିଲା । ଏହା ୫ ଅଗଷ୍ଟରେ ଆସିଥିଲା । ଏଥିରେ ୫୫୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏମିତି ୨୦୧୦ରେ ଦ୍ୱୀପରେ ରିକ୍ଟର ସ୍କେଲରେ ୭.୫ ତୀବ୍ରତାର ଭୂମିକମ୍ପ ଆସିଥିଲା । ଯାହାପରେ ସୁମାତ୍ରାର ତଟବର୍ତ୍ତୀ ଅଂଚଳରେ ଭୟଙ୍କର ସୁନାମୀ ଆସିଥିଲା । ଯେଉଁଥିରେ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ଏହାପରେ ଲଗାତାର ଏହି ଗୋଟିଏ ପ୍ରଶ୍ନ ଲୋକଙ୍କ ମନକୁ ଆସୁଛି ଯେ, ଇଣ୍ଡୋନେସିଆରେ କାହିଁକି ସବୁଠାରୁ ଅଧିକ ପ୍ରାକୃତିକ ବିପର୍ଯ୍ୟୟ ଆସେ । ପ୍ରକୃତରେ ଇଣ୍ଡୋନେସିଆ, ଜାଭା ଓ ସୁମାତ୍ରା ଭଳି ଦେଶରେ ଏଥିପାଇଁ ଏମିତି ହୁଏ କାହିଁକିନା ଏହି ଅଂଚଳ ‘ରିଙ୍ଗ ଅଫ୍ ଫାୟାର’ ଅଂଚଳରେ ଆସେ । ପ୍ରଶାନ୍ତ ମହାସାଗର କୂଳରେ ଅବସ୍ଥିତ ଏହି ଅଂଚଳ ଦୁନିଆର ସବୁଠାରୁ ବିପଦଜନକ ଭୁ-ଭାଗ ।

 

‘ରିଙ୍ଗ ଅଫ୍ ଫାୟାର’ କ’ଣ ? : ଏହା ପ୍ରଶାନ୍ତ ମହାସାଗରର ବେସିନର ଅଂଚଳ । ଯେଉଁଠି ଅନେକ ଆଗ୍ନେୟଗିରି ଫାଟେ ଓ ଭୟଙ୍କର ଭୂମିକମ୍ପର ଝଟକା ଆସେ । ଭୂମିକମ୍ପ ପାଇଁ ଏହାର ଆଖପାଖ ସମୁଦ୍ରରେ ସୁନାମୀର ଜନ୍ମ ହୁଏ । ଏହି ରିଙ୍ଗ ଅଫ୍ ଫାୟାର ଅଂଚଳ ପାଖାପାଖି ୪୦ ହଜାର କିମି ପର୍ଯ୍ୟନ୍ତ ବ୍ୟାପିଛି । ଏଠି ବିଶ୍ୱର ମୋଟ୍ ସକ୍ରିୟ ଆଗ୍ନେୟଗିରିର ୭୫% ଆଗ୍ନେୟଗିରି ଅଛି । ଏହି ଅଂଚଳରେ ୯୦% ଭୂମିକମ୍ପ ଆସେ । ଏଠି ଆସୁଥିବା ଭୂମିକମ୍ପର ସିଧା ସମ୍ବନ୍ଧ ପୃଥିବୀର ତଳ ପ୍ଲେଟ ଖସିବା ଦ୍ୱାରା ହୋଇଥାଏ । ଏହାର ଖସିବାର କାରଣ ସକ୍ରିୟ ଆଗ୍ନେୟଗିରି ।