ଶିଖ୍ ଧର୍ମରେ ନାଁ ସହ କାହିଁକି ଲାଗେ ‘ସିଂହ’ ଏବଂ ‘କୌର’ ! ଜାଣନ୍ତୁ ପୁରା କାହାଣୀ

43

ଆମ ଦେଶରେ ଅନେକ ଧର୍ମ ଏବଂ ଅନେକ ଜାତି ଅଛି । ତେଣୁ ଭାରତକୁ ଏକ ଜାତି ପ୍ରଧାନ ଦେଶ କୁହାଯାଏ । ଅଲଗା ଅଲଗା ଧର୍ମ କାରଣରୁ ଲୋକ ମାନଙ୍କ ଅଲଗା ଅଲଗା ସରନେମ୍ ବା ସଜ୍ଞା ଥାଏ । କିନ୍ତୁ ଶିଖ୍ ଧର୍ମ ଏକ ଏମିତି ଧର୍ମ ଯେଉଁଥିରେ ଆପଣଙ୍କୁ ଏସବୁ ଦେଖିବାକୁ ମିଳିବନି । ଶିଖ୍ ଧର୍ମରେ ପୁରୁଷ ମାନଙ୍କ ନାଁ ସହ ସିଂହ ଏବଂ ମହିଳାମାନଙ୍କ କୌର୍ ଲାଗିଥାଏ । କେବେ ଭାବିଛନ୍ତି ଏପରି ହେବାର କାରଣ । କହିଁକି ଶିଖ୍ ଧର୍ମରେ କେବଳ ସିଂହ ଏବଂ କୌର ସଜ୍ଞା ବ୍ୟବହାର ହୋଇଥାଏ ।

‘ସିଂହ’ ଏବଂ ‘କୌର’ ପ୍ରଥା ଶିଖ୍ ଧର୍ମର ୧୦ମ ଗୁରୁ ‘ଗୁରୁ ଗୋବିନ୍ଦ ସିଂହ’ ୧୬୯୯ରେ ଆରମ୍ଭ କରିଥିଲେ । ସିଂହ ସଜ୍ଞାର ଅର୍ଥ ହେଉଛି ସିଂହ, ଯିଏ କାହାକୁ ଡରେ ନାହିଁ । କେବଳ ଭଗବାନଙ୍କୁ ଡରିବା ସହ ସବୁବେଳେ ସତ୍ୟର ରାସ୍ତାରେ ଚାଲେ । ସେହିପରି ‘କୌର’ର ଅର୍ଥ ହେଉଛି ରାଜକୁମାରୀ । ଗୁରୁ ଗୋବିନ୍ଦ ପୁରୁଷ ଏବଂ ମହିଳା ମାନଙ୍କ ମଧ୍ୟରେ ଥିବା ପ୍ରଭେଦକୁ ଅନ୍ତ କରିବା ପାଇଁ ଏପରି କରିଥିଲେ । ସେ ଚାହୁଁଥିଲେ ମହିଳା ମାନଙ୍କୁ ପୁରୁଷମାନଙ୍କ ପରି ସମ୍ମାନ ମିଳୁ । ତେଣୁ ଏକତା ଉଦ୍ଦେଶ୍ୟରେ ଏପରି କରାଯାଇଛି ।

ଗୁରୁ ଗୋବିନ୍ଦଙ୍କ କହିବା ଅନୁଯାୟୀ, ‘ସୋ କ୍ୟୋଁ ମନ୍ଦା ଆଖିୟେ , ଜିତ୍ ଜନ୍ମୋ ରାଜାନ୍’ । ଏହାର ଅର୍ଥ ହେଉଛି ସେହି ନାରୀକୁ ଖରାପ କାହିଁକି କୁହାଯିବ ଯିଏ ଜଣେ ରାଜାକୁ ଜନ୍ମ ଦେଇଥାଏ’ ।