ଭଗବାନ ଶିବ କାହିଁକି ଶ୍ମଶାନରେ ରହିବା ପାଇଁ ଭଲ ପାଆନ୍ତି ? ଜାଣନ୍ତୁ ଏହାର ରହସ୍ୟ

132

ମନୁଷ୍ୟ ଭଗବାନଙ୍କୁ ଏଥିପାଇଁ ପୂଜା କରେନି ଯେ ସେ ଭଗବାନଙ୍କୁ ଭଲପାଏ । ତା’ସହ କିଛି ଖରାପ ହୋଇଯିବା ଭୟରେ ମଣିଷ ଭଗବାନଙ୍କୁ ପ୍ରାର୍ଥନା କରେ । ଯଦି ଆପଣ ଧ୍ୟାନ ଦିଅନ୍ତି ତେବେ ଜାଣିପାରିବେ ଲୋକମାନେ ପୂଜା ନାଁରେ ନିଜ ସ୍ୱାର୍ଥ ପାଇଁ ହିଁ ଭଗବାନଙ୍କୁ ପ୍ରାର୍ଥନା କରନ୍ତି ।

ମନୁଷ୍ୟ ମୋହ, ମାୟା, ଲୋଭରେ ବୁଡି ରହିବା ସହ ସତକୁ ସବୁବେଳେ ଅଣଦେଖା କରେ । ଯାହା ଦ୍ୱାରା ସେ ବାସ୍ତବିକତାକୁ ଦେଖିପାରେନି । ଏଥିପାଇଁ ଭଗବାନ ଶିବ ମନୁଷ୍ୟର ମୋହ ମାୟାର ଦୁନିିଆରୁ ଦୂରେଇ ରହିବା ପାଁଇ ଶ୍ମଶାନ ଘାଟକୁ ବାଛିଛନ୍ତି, ଯେଉଁଠି ସେ ଶାନ୍ତିରେ ଧ୍ୟାନ କରିପାରିବେ । ଶ୍ମଶାନ ଘାଟ ହିଁ ଏମିତି ଏକ ସ୍ଥାନ ଯେଉଁଠି ଆତ୍ମା ଶରୀର ଠାରୁ ମୁକ୍ତ ହୋଇଯାଏ ।

ମନୁଷ୍ୟକୁ ଜଣାଇବା ପାଇଁ କି ଦୁନିଆରେ କିଛି ବି ସ୍ଥାୟୀ ନୁହଁ ଭଗବାନ ଶିବ ଶ୍ମଶାନ ଘାଟରେ ରୁହନ୍ତି ଓ ପାଉଁଶ ବୋଳି ହୁଅନ୍ତି । ଭଗବାନ ଶିବ ଜୀବନକୁ ସନ୍ତୁଳିତ କରିବା ଶିଖାନ୍ତି ଯେଁଉଥିପାଇଁ ବିଷାକ୍ତ ସାପକୁ ମାଳା କରି ଗଳାରେ ସେ ପିନ୍ଧି ଥାଆନ୍ତି ।