ମହିଳାଙ୍କୁ ପସନ୍ଦ ଏପରି ପୁରୁଷ . . . . ଜାଣନ୍ତୁ କାହିଁକି ?

87

ଯଦି ଆପଣ କୌଣସି ଝିଅଙ୍କୁ ପ୍ରପୋଜ କରିବା ପାଇଁ ଚାହୁଁଛନ୍ତି, ତେବେ ପ୍ରଥମେ ଜାଣି ନିଅନ୍ତୁ ଝିଅମାନଙ୍କୁ ସିରିୟସ ରହୁଥିବା ପିଲାଙ୍କ ଅପେକ୍ଷା ମଜାଳିଆ ସ୍ୱଭାବର ପିଲା ଅଧିକ ପସନ୍ଦ । ଆସନ୍ତୁ ଜାଣିବା ଝିଅମାନଙ୍କର ଏମିତି କିଛି ରହସ୍ୟ ବିଷୟରେ ଯାହାଦ୍ୱାରା ପୁଅମାନେ କୌଣସି ବି ଝିଅକୁ ନିଜର ଦିୱାନା ବନାଇ ପାରିବେ ।

କୌତୁକିଆ ପିଲା ସୃଜନଶୀଳ ଥାଆନ୍ତି – ମଳାଜିଆ ସ୍ୱଭାବର ପିଲାମାନଙ୍କ ମଧ୍ୟରେ ଗୋଟିଏ କଥା ବହୁତ ଖାସ ଥାଏ କି ସେମାନେ ବହୁତ ସୃଜନଶୀଳ ଥାଆନ୍ତି । ତାଙ୍କ ପାଖରେ ସବୁ ବିଷୟର ଖବର ଥାଏ । ତାଙ୍କର ଏହି ଗୁଣ ଯୋଗୁଁ ଝିଅମାନେ ତାଙ୍କୁ ପସନ୍ଦ କରନ୍ତି ।

ଝିଅମାନଙ୍କ ସିକ୍ରେଟ କ୍ରସ – ଝିଅମାନଙ୍କୁ ଏପରି ପୁଅ ପସନ୍ଦ ଯେଉଁମାନେ ସବୁବେଳେ ଖୁସି ରୁହନ୍ତି । ଝିଅମାନଙ୍କୁ ଲାଗେ ଯିଏ ନିଜେ ଖୁସି ରହେ ସେ ଅନ୍ୟକୁ ମଧ୍ୟ ଖୁସିରେ ରଖିପାରିବ ।

ମଜାଳିଆ ସ୍ୱଭାବର ପିଲାମାନେ ବୋର ନଥାନ୍ତି – ଝିଅମାନେ ଏପରି ପୁଅଙ୍କ ସହ ବୁଲି ଯିବା ପାଇଁ ଚାହାନ୍ତି ନାହିଁ ଯେଉଁମାନେ ବୋର ଥାଆନ୍ତି । ତାଙ୍କୁ ଏପରି ପିଲା ପସନ୍ଦ ଯେଉଁମାନେ ସହ ସେମାନେ ଖୁସି ଖୁସି ବୁଲିବା ସହ ସମୟ ବିତାଇ ପାରିବେ ।

ବହୁତ ସହଜରେ ହୃଦୟ ଜିତନ୍ତି – ମଜାଳିଆ ସ୍ୱଭାବର ପିଲାମାନେ ବହୁତ ଶୀଘ୍ର ସମସ୍ତଙ୍କ ସହ ବନ୍ଧୁତା କରି ନିଅନ୍ତି । ଝିଅ ମାନଙ୍କୁ ଏପରି ପୁଅ ବହୁତ ପସନ୍ଦ ଯାହା ସହ ସେମାନେ ନିଜ ହୃଦୟର କଥା ଖୋଲି କହିପାରିବେ ।