କାହିଁକି ରାତି ଅଧରେ କାନ୍ଦୁଥିଲେ ଦୂତି ଚାନ୍ଦ ? ରାଜ୍ ଖୋଲିଲେ ଭଉଣୀ ସରସ୍ୱତୀ

50

କନକ ବ୍ୟୁରୋ: ଜାକର୍ତ୍ତା ଏସିଆନ ଗେମ୍ସରେ ଦୁଇ ଦୁଇଟି ପଦକ ଜିତି ଓଡିଶା ପାଇଁ ଗୌରବ ଆଣିଛନ୍ତି ଦୂତି ଚାନ୍ଦ । କିନ୍ତୁ ଯାଜପୁରର ଏହି ଚାନ୍ଦକୁ ନେଇ ବଡ ଖୁଲାସା କରିଛନ୍ତି ତାଙ୍କ ଉଉଣୀ ତଥା ଅଥଲେଟ୍ ସରସ୍ୱତୀ ଚାନ୍ଦ । କନକ ନ୍ୟୁଜକୁ ଏକ ସାକ୍ଷାତକାରରେ ସରସ୍ୱତୀ ବଖାଣିଛନ୍ତି ଦୂତିଙ୍କ ସଂଘର୍ଷମୟ କାହାଣୀ । ୨୦୧୪ ମସିହାରେ ହାଇପର ଆଣ୍ଡ୍ରୋଜେନ ବିବାଦ ଦୂତିଙ୍କୁ ବ୍ୟଥୀତ କରିଥିଲା । ଏହି ସମୟରେ ଜୀବନର ସବୁଠାରୁ ବଡ ଆହ୍ୱାନର ସାମ୍ନା କରିଥିଲେ ଦୂତି । ଏପରିକି ସେ ଜୋତା ଧରି କାନ୍ଦୁଥିଲେ ବୋଲି ବଡ ଖୁଲାସା କରିଛନ୍ତି ଦୂତିଙ୍କ ଭଉଣୀ ସରସ୍ୱତୀ ଚାନ୍ଦ । ଦେଶ ଓ ରାଜ୍ୟ ପାଇଁ ଏବେ ଗୌରବ ଆଣିଥିବା ଦୂତିଂକ ଯାତ୍ରା ଏତେ ସହଜ ନଥିଲା । ଏଥିପାଇଁ ତାଂକୁ ବହୁ ସଂଘର୍ଷର ସାମ୍ନା କରିବାକୁ ପଡ଼ିଛି । ୨୦୧୪ ରାଜ୍ୟଗୋଷ୍ଠୀ କ୍ରିଡା ପୂର୍ବରୁ ଓଡିଆ ଧାବିକା ଦୂତି ଚାନ୍ଦ ଆଣ୍ଡ୍ରୋଜେନ ମାମଲାରେ ଛନ୍ଦି ହୋଇ ବିବାଦୀୟ ହୋଇପଡିଥିଲେ । ପରେ ସାଇରୁ ଏପରିକି ଜଣେ ମନୋବିଜ୍ଞାନୀ ଆସି ଦୂତି ଚାନ୍ଦକୁ କାଉନସେଲିଂ କରିଥିଲେ ଓ ଦୂତି ଚାନ୍ଦଙ୍କୁ ବୁଝାଇଥିଲେ ।

dutee chand in rio -olmpicଦୂତିଙ୍କ ଶରୀରରେ ହାଇପରଆଣ୍ଡ୍ରୋଜେନିଜିମ୍ ବା ଆଣ୍ଡ୍ରୋଜେନର ମାତ୍ରା ଅଧିକ ଥିବା ଦର୍ଶାଇ ତାଙ୍କୁ ବାସନ୍ଦ କରିଥିଲା ଇଂଟରନ୍ୟାସନାଲ ଆସୋସିଏସନ ଅଫ୍ ଆଥଲେଟିକ୍ସ ଫେଡେରେସନ୍- ଆଇଏଏଫ । ଅର୍ଥାତ ଟେଷ୍ଟେଷ୍ଟେରନ ବା ପୁରୁଷ ହର୍ମୋନର ମାତ୍ରା ଅଧିକ ଥିବାରୁ ସେ ମହିଳାମାନଙ୍କ ତୁଳନାରେ ଅଧିକ ଫୁର୍ତି ଓ ମହିଳାଙ୍କ ସହ ପ୍ରତିଯୋଗୀତା କରିବାକୁ ଅଯୋଗ୍ୟ ବୋଲି ଯୁକ୍ତି କରାଗଲା । ସବୁଠାରୁ ବଡକଥା ହେଉଛି କ୍ରୀଡା ଜଗତର ନୀତି ନିୟମ ଗୋଟିଏ ପଟେ କିନ୍ତୁ ଦୂତିଙ୍କୁ ନେଇ ସାଧାରଣରେ ଚର୍ଚ୍ଚା ହେଲା ଯେ, ସେ ଝିଅ ନା ପୁଅ ତାକୁ ନେଇ ପରୀକ୍ଷା ଚାଲିଛି । ସିଧା ଅର୍ଥରେ କହିଲେ ତାଙ୍କ ଲିଙ୍ଗକୁ ନେଇ ପ୍ରଶ୍ନ ଉଠାଗଲା । ଜଣେ ରକ୍ଷଣଶୀଳ ଓଡିଆ ଘରର ଝିଅ ହିସାବରେ ଏସବୁ ନିନ୍ଦା ଅପବାଦ ତାଙ୍କୁ ମାନିସକ ସ୍ତରରେ ଦୁର୍ବଳ କରିଦେବା ପାଇଁ ଯଥେଷ୍ଟ ଥିଲା ।

ହେଲେ ଏସବୁକୁ ଖାତିର ନକରି କେବଳ ଗୋଟିଏ ଲକ୍ଷ୍ୟ ରଖିଥିଲେ ଦୂତି ଚାନ୍ଦ । ମାନସିକ ଚାପରେ ଥିଲେ ମଧ୍ୟ ଦେଶ ପାଇଁ ଦୌଡିବା । । ଏବଂ ପଦକ ପରେ ପଦକ ଜିତି ଭାରତ ପାଇଁ ଗୌରବ ଆଣିବା ତାଙ୍କର ସଙ୍କଳ୍ପ ଯେମିତି ଥିଲା ବୋଲି ଅନୁଭବ ହୁଏ । ଏବେ ଦୂତିଙ୍କ ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଉଭୟ ଅଲମ୍ପିକରେ ଖେଳେଇବା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି । ଯାହା ଦୂତିଙ୍କ ମନୋବଳକୁ ଦ୍ୱିଗୁଣିତ କରିଛି ।