ଗାଡି ଚଳାଇଲା ବେଳେ ଡ୍ରାଇଭରଙ୍କୁ କାହିଁକି ଲାଗିଥାଏ ନିଦ ! ଜାଣନ୍ତୁ ବୟସ ଅନୁସାରେ ବ୍ୟକ୍ତିଙ୍କୁ ଦୈନିକ କେତେ ସମୟ ଶୋଇବା ଆବଶ୍ୟକ ।

39

କାରରେ ଯିବା ସମୟରେ ପ୍ରାୟତଃ ଅଳ୍ପ ବାଟ ଯିବା ପରେ ନିଦ ଲାଗିଥାଏ । କିନ୍ତୁ କେବେ ଭାବିଛନ୍ତି କି ଏପରି କାହିଁକି ହୋଇଥାଏ ? କାରଟି ସ୍ୱାଭାବିକ ଭାବରେ ହଲିବା ଦ୍ୱାରା ଲୋକମାନଙ୍କୁ ନିଦ ଲାଗିଥାଏ । ଆଉ ଏଥି ପାଇଁ ଏକାଗ୍ରତା ଏବଂ ସାବଧାନତା ଉପରେ ପ୍ରଭାବ ପଡିଥାଏ । ଅନୁସନ୍ଧାନକାରୀଙ୍କ ମତ ଅନୁସାରେ, ୨୦ ପ୍ରତିଶତରୁ ଅଧିକ ଗମ୍ଭୀର ସଡକ ଦୁର୍ଘଟଣା ଚାଳକ ମାନଙ୍କର ଥକାପଣ ଏବଂ ଶୋଇଯିବା କାରଣରୁ ହୋଇଥାଏ । ସେମାନେ ଆଶା ରଖିଛନ୍ତି ଯେ, ସେମାନଙ୍କର ଏହି ଅଧ୍ୟୟନ ଦ୍ୱାରା କାର ନିର୍ମାତା କମ୍ପାନୀମାନେ କାରର ସିଟ୍ ଡିଜାଇନକୁ ଅଧିକ ଭଲ କରିବାକୁ ନିହାତି ଚେଷ୍ଟା କରିବେ, ଯେପରିକି ଚାଳକଙ୍କୁ ନିଦ ନଲାଗେ ।

ଜାଣନ୍ତୁ କେଉଁ ବୟସରେ କେତେ ଘଣ୍ଟାର ନିଜ ଜରୁରୀ ହୋଇଥାଏ :

ଶରୀର ଫିଟ୍ ରହିବାରେ ନିଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଜଣେ ବ୍ୟକ୍ତିଙ୍କୁ ପ୍ରତିଦିନ ୭ରୁ ୯ ଘଣ୍ଟା ଶୋଇବାର ଆବଶ୍ୟକତା ରହିଛି । ଯଦି ଆପଣ ରାତିରେ ବିଳମ୍ବରେ ଶୋଉଛନ୍ତି ଏବଂ ସକାଳୁ ଜଲଦି ଉଠୁଛନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ଆଦୌ ଭଲ ନୁହେଁ । ଠିକ ସମୟରେ ଶୋଇବା ଏବଂ ଉଠିବା ଶରୀରକୁ ଅନେକ ଲାଭ ଦେଇଥାଏ । ଆବଶ୍ୟକତା ଠାରୁ କମ ଶୋଇବା କିମ୍ବା ଆବଶ୍ୟକତା ଠାରୁ ଅଧିକ ଶୋଇବା ଶରୀର ପାଇଁ ବିପଦଜନକ ଅଟେ । ଆସନ୍ତୁ ଜାଣିବା କେଉଁ ବୟସର ବ୍ୟକ୍ତିଙ୍କୁ କେତେ ସମୟ ଶୋଇବା ଆବଶ୍ୟକ ।

ନବଜାତ ( ୩-୧୧) ମାସ – ଅତି କମରେ ୧୪ ରୁ ୧୫ ଘଣ୍ଟ ଶୋଇବା ଜରୁରୀ ।

ଛୋଟ ପିଲା (୧୨-୩୫) ମାସ – ୧୨ ରୁ ୧୪ ଘଣ୍ଟା ।

ପିଲା ( ୩-୬) ବର୍ଷ – ୧୧ ରୁ ୧୩ ଘଣ୍ଟା ।

ସ୍କୁଲ ପିଲା (୬-୧୦ ) ବର୍ଷ – ୧୦ ରୁ ୧୧ ଘଣ୍ଟା ।

କିଶୋର ( ୧୧-୧୮ ) ବର୍ଷ – ୯.୨୫ ଘଣ୍ଟା

ଯୁବକ – ଦୈନିକ ୮ ଘଣ୍ଟା ଏବଂ ବୃଦ୍ଧ ଲୋକମାନଙ୍କୁ ଏହାଠାରୁ କମ୍ ସମୟର ନିଜ ଜରୁରୀ ।