ହିନ୍ଦୁମାନେ କାହିଁକି ଧାରଣ କରନ୍ତି ପଇତା ! କ’ଣ ରହିଛି ଏହାର ବୈଜ୍ଞାନିକ ମହତ୍ୱ

339

ହିନ୍ଦୁ ଧର୍ମର ୨୪ ସଂସ୍କାର ମଧ୍ୟରେ ଏକ ଉପନୟନ ସଂସ୍କାର ଅନ୍ତର୍ଗତ ପଇତା ପିନ୍ଧିବାର ପରମ୍ପରା ରହିଛି । ଦିନ୍ଦୁ ଧର୍ମର ପ୍ରତ୍ୟେକ ହିିନ୍ଦୁର କର୍ତ୍ତବ୍ୟ ହେଉଛି ପଇତା ପିନ୍ଧିବା ଓ ତା’ର ନିୟମକୁ ପାଳନ କରିବା । ପଇତା ପିନ୍ଧିବା ପରେ ହିଁ ବ୍ରାହ୍ମଣ ବାଳକକୁ ଯଜ୍ଞ ଆଦି କର୍ମ କରିବାର ଅଧିକାର ମିଳେ । ପଇତା ୩ଟି ସୂତାରେ ତିିଆରି ହୋଇଥିବା ପବିତ୍ର ଏକ ଧାଗା ।

ଯାହାକୁ ବ୍ୟକ୍ତି ବାମ କାନ୍ଧ ଉପରେ ତଥା ଡାହାଣ ହାତରେ ପିନ୍ଧନ୍ତି । ଅର୍ଥ ଏହାକୁ ଗଳାରେ ଏପରି ପକାଯାଏ ଯେମିତି ସେ ବାମ କାନ୍ଧ ଉପରେ ରହିବ । ପଇତାକୁ ୩ ଟିି ସୂତ୍ର- ତ୍ରିମୂର୍ତ୍ତି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ପ୍ରତୀକ, ଦେବଗଣ,ପିତୃଗଣ ଓ ଋଷିଗଣ ପ୍ରତୀକ- ସତ୍ୱ,ରଜ ଓ ତମର ପ୍ରତୀକ ବୋଲି କୁହାଯାଏ । ଏହାସହ ପଇତାର ତିନି ସୂତ୍ର ଗାୟତ୍ରୀ ମନ୍ତ୍ରର ତିନିି ଚରଣର ପ୍ରତୀକ ।

ପଇତା ଧାରଣ କରିବା ନିୟମ-

୧. ମଳମୂତ୍ର ବିସର୍ଜନ ସମୟରେ ପଇତାକୁ ଡାହାଣ କାନ ଉପରକୁ ନେବା ଉଚିତ ଏବଂ ହାତ ଧୋଇ ଏହାକୁ ଉତାରିବା ଦରକାର ।

୨. ଯଦି ପଇତାର କୌଣସି ସୂତା ଛିଡିଯାଏ କିମ୍ବା ୬ ମାସରୁ ଅଧିକ ହୋଇଯାଏ, ତେବେ ପଇତାକୁ ବଦଳାଇବା ଦରକାର ।

୩. ଘରେ କେହି ଜନ୍ମ ହେଲେ କିମ୍ବା କାହାର ମରଣ ପରେ ମଧ୍ୟ ପଇତା ବଦଳାଇବା ଦରକାର ।

ପଇତା ବିଷୟରେ ବୈଜ୍ଞାନିକ ତଥ୍ୟ-

୧. ବାରମ୍ବାର ଖରାପ ସ୍ୱପ୍ନ ଆସୁଥି଼ିଲେ ପଇତା ଧାରଣ କଲେ ଏଥିରୁ ମୁକ୍ତି ମିଳିଥାଏ ।

୨. ପୋଇତା ହୃଦୟ ପାଖ ଦେଇ ଯାଉଥିବାରୁ ଏହା ହୃଦୟ ସମନ୍ଦୀୟ ସବୁ ରୋଗରୁ ରକ୍ଷା କରେ ।

୩. ପଇତା ଧାରଣ କରିଥିବା ବ୍ୟକ୍ତି ସଫାସୁତୁରା ନିୟମରେ ଆପେ ଆପେ ବାନ୍ଧି ହୋଇଯାଏ ।

୪. କାନରେ ପଇତା ବାନ୍ଧିିବା ଦ୍ୱାରା ମଣଷ ଶରୀରରେ ସୂର୍ଯ୍ୟ ନାଡିର ଜାଗରଣ ହୋଇଯାଏ ।

୫. ପଇତା ପିନ୍ଧିବା ଦ୍ୱାରା କୋଷ୍ଠକାଠିନ୍ୟ, ଅମ୍ଳ, ମୁତ୍ରାଶୟ ସମ୍ମନ୍ଧୀୟ ରୋଗ ଓ ହୃହରୋଗ ସମ୍ମନ୍ଧୀୟ ଆଦି ରୋଗଗରୁ ରକ୍ଷା ମିଳେ ।

                                               ସୌଜନ୍ୟ-ଦୈନିକ ଜାଗରଣ