କାହିଁକି ସ୍ଥଳ , ବାୟୁ ଏବଂ ନୌସେନାର ସଲାମ୍ ହୋଇଥାଏ ଭିନ୍ନ ? କ’ଣ ରହିଛି ଏହା ପଛର କାରଣ ?

303

ଭାରତୀୟ ସେନାର ପରାକ୍ରମର ପରିଚୟକୁ ସାରା ବିଶ୍ୱ ସଲାମ୍ କରୁଛି । କିନ୍ତୁ ୩ଟି ସେନାର ଭିନ୍ନ ଭିନ୍ନ ରୁପର ସଲାମକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । କାହିଁକି ୩ ସେନାର ଯବାନମାନେ ଭିନ୍ନ ଭିନ୍ନ ସାଲ୍ୟୁଟ୍ ମାରନ୍ତି? ଭାରତର ତ୍ରିସେନା ଦେଶର ଗର୍ବ ଓ ଗୌରବର ଗାଥାକୁ ବଜାୟ ରଖିଛନ୍ତି । କିନ୍ତୁ ସ୍ଥଳ,ବାୟୁ ଏବଂ ନୌସେନାରେ କାହିଁକି ଏକଭଳି ସଲାମ୍ ହୋଇନଥାଏ ତାହାକୁ ଅନେକ ଲୋକ ଜାଣିନଥିବେ । ତେବେ ଆଜି ଆପଣଙ୍କ ଏହି ଦ୍ୱନ୍ଦକୁ ଦୂର କରିବାକୁ ଆମେ ଚେଷ୍ଟା କରିବୁ ।

ସଲାମ୍ ର ଅର୍ଥ : ସଲାମ୍ (ସାଲ୍ୟୁଟ୍) ର ଅର୍ଥ ଖୁବ୍ ସାଧାରଣ । ନିଜଠାରୁ ବଡଲୋକଙ୍କୁ ସମ୍ମାନ ଜଣାଇବା ସମୟରେ ଅନୁଜ ତାଙ୍କୁ ସଲାମ୍ ଜଣାଇଥାନ୍ତି । ସଲାମ୍ କରି ସେମାନେ ଜଣାଇଥାନ୍ତି ଯେ ତାଙ୍କ ପାଖରେ କୌଣସି ହତିଆର ନାହିଁ ଏବଂ ସେ ନିଜ ସାମ୍ନାରେ ଥିବା ଅଗ୍ରଜଙ୍କ ଉପରେ ସମ୍ପୁର୍ଣ୍ଣ ବିଶ୍ୱାସ କରନ୍ତି ।

ଭାରତୀୟ ସ୍ଥଳସେନା (ଇଣ୍ଡିଆନ୍ ଆର୍ମି) : ଭାରତୀୟ ସ୍ଥଳସେନାର ଯବାନ ଅନେକ ମଉକାରେ ସାଲ୍ୟୁଟ୍ କରିଥିବାର ନଜର ଆସିଥିବେ । ସ୍ଥଳସେନାର ଯବାନ ଖୋଲା ପଞ୍ଝାରେ ସାଲ୍ୟୁଟ୍ କରୁଥିବା ନଜର ଆସିଥାନ୍ତି । ତାଙ୍କର ସବୁ ଅଙ୍ଗୁଳୀ ସାମ୍ନାପଟକୁ ଖୋଲା ହୋଇ ରହିଥିବା ଦେଖାଯାଇଥାଏ । ଏହାଛଡା ମଧ୍ୟଭାଗର ଅଙ୍ଗୁଳୀ କପାଳ ଏବଂ ଆଇବ୍ରୋ ମଧ୍ୟରେ ରହିଥାଏ ।

ଭାରତୀୟ ନୌସେନା (ଇଣ୍ଡିଆନ୍ ନେଭି) : ଭାରତୀୟ ନୌସେନା ସାଲ୍ୟୁଟ୍ କରିବାର ତରିକା ଭାରତୀୟ ସ୍ଥଳସେନାର ଯବାନମାନଙ୍କ ଠାରୁ ସମ୍ପୁର୍ଣ୍ଣ ଅଲଗା । ଭାରତୀୟ ନୌସେନାର ଯବାନମାନେ ମଧ୍ୟ ଖୋଲା ହାତରେ ସାଲ୍ୟୁଟ୍ କରନ୍ତି କିନ୍ତୁ ତାଙ୍କ ହାତ ତଳପଟକୁ ସ୍ୱଳ୍ପ ତେରଚ୍ଛା ହୋଇରହିଥାଏ । ଏହି ସାଲ୍ୟୁଟ୍ କରିବା ପଛରେ ଏକ ତର୍କ ରହିଛି । କୁହାଯାଏ ପୁରାତନ ସମୟରେ ନୌସେନାର ଯବାନ ଜାହାଜରେ କାମ କରୁଥିଲେ ଯେଉଁଥିପାଇଁ ତାଙ୍କ ହାତ ଅସନା ହୋଇଯାଉଥିଲା । ହାତକୁ ଲୁଚାଇବା ପାଇଁ ସେମାନେ ପାପୁଲିକୁ ତଳୁଆ କରି ସାଲ୍ୟୁଟ୍ କରୁଥିଲେ ଏବଂ ଏହି ପରମ୍ପରା ଆଗକୁ ମଧ୍ୟ ବଳବତ୍ତର ହୋଇ ରହିଛି ।

ଭାରତୀୟ ବାୟୁସେନା (ଇଣ୍ଡିଆନ୍ ଏୟାରଫୋର୍ସ) : ପ୍ରଥମେ ଭାରତୀୟ ବାୟୁସେନାର ଯବାନ ଭାରତୀୟ ସ୍ଥଳସେନା ଭଳି ସାଲ୍ୟୁଟ୍ କରୁଥିଲେ କିନ୍ତୁ ୨୦୦୬ ମସିହାରେ ଏଥିରେ ପରିବର୍ତ୍ତନ କରାଯାଇଥିଲା । ନୂଆ ସାଲ୍ୟୁଟ୍ ଫର୍ମରେ ହାତ ଏବଂ ଭୂମି ମଧ୍ୟରେ ୪୫ ଡିଗ୍ରୀା କୋଣ ପ୍ରସ୍ତୁତ ହୁଏ । ଭାରତୀୟ ବାୟୁସେନାର ଯବାନମାନେ ଏଭଳି ଭିନ୍ନ ଅନ୍ଦାଜରେ ସାଲ୍ୟୁଟ୍ କରି ଗଗନ ଆଡକୁ ନିଜର ପାଦ ବଢାଇଥାନ୍ତି ।