ଫୁଟପାଥରେ କାହିଁକି ଶୋଇଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା !

22

ଏବେ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା । କେତେବେଳେ କେନ୍ଦ୍ର ସରକାରଙ୍କୁ ସମାଲୋଚନା ତ ଆଉ କେତେବେଳେ ଅଜବ କାର୍ଯ୍ୟ ଶୈଳୀକୁ ନେଇ ଗଣମାଧ୍ୟମରେ ଶିରୋନାମା ବନିଛନ୍ତି ସିହ୍ନା । ବରିଷ୍ଠ ବିଜେପି ନେତା ଯଶବନ୍ତ ସିହ୍ନା ନିଜ ଦଳ ବିରୋଧରେ ବିକ୍ଷୋଭ କରିଥିଲେ । ଡିସେମ୍ବର ୪ ତାରିଖ ଦିନ ରାତି ମହାରାଷ୍ଟ୍ରରେ ପୋଲିସ ତାଙ୍କୁ ନିଜ ହେପାଜତକୁ ନେଇଥିଲା ।

ସେ ଅକୋଲା ଜିଲ୍ଲାରେ କୃଷକଙ୍କ ଆନ୍ଦୋଳନରେ ସାମିଲ ହୋଇ ବିକ୍ଷୋଭ କରିଥିଲେ । ଆଉ ଏହି ସମୟରେ ପୋଲିସ ତାଙ୍କୁ ନିଜ ହେପାଜତକୁ ନେଇଥିଲେ । ଏବଂ କିଛି ସମୟ ପରେ ପୋଲିସ ତାଙ୍କୁ ରିଲିଜ କରିଥିଲା କିନ୍ତୁ ସେ ଯିବା ପାଇଁ ମନାକରିଥିଲେ ଓ ଫୁଟପାଥରେ ଶୋଇଥିଲେ । ବିକ୍ଷୋଭ ସମୟରେ ସିହ୍ନା, ମୋଦି ସରକାର ଉପରେ ବର୍ଷିଥିଲେ । ମହାରାଷ୍ଟ୍ର କୃଷକଙ୍କୁ ଦୃଷ୍ଟି ଦେଉନାହାନ୍ତି । ସରକାର ତାଙ୍କ ପ୍ରତିଶ୍ରୁତି ଭୁଲିଯାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୃଷକମାନେ କିଛିପାଇନଥିବା ସିହ୍ନା ଅଭିଯୋଗ କରିଥିଲେ ।

ବିଟି କଟନ ଚାଷୀମାନେ ଠକେଇର ଶୀକାର ହେଉଥିବା ବେଳେ ସରକାର ନୀରବରେ ବସିଛନ୍ତି । ସୋୟାବିନ ଚାଷ ଦ୍ୱାରା ପ୍ରଭାବିତ ଚାଷୀଙ୍କ ପାଇଁ ସରକାର କୌଣସି ପଦକ୍ଷେପ ନେଇନଥିବା କହିଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା । ସେପଟେ ଅକୋଲା ଜିଲ୍ଲାପାଳ କହିଛନ୍ତି, ତୁଳା ଚାଷୀଙ୍କୁ ଠକିଥିବା କମ୍ପାନୀଙ୍କ ନାଁରେ କେସ ହୋଇଛି ଓ ପ୍ରଶାସନ ପୁରା ଘଟଣା ଉପରେ ନଜର ରଖିଛି ।