ଦାମ ରାଉତଙ୍କ ପରାଜୟ ନେଇ ପ୍ରତିକ୍ରିୟା ରଖିଲେ ପୁଅ ସମ୍ବିତ ରାଉତରାୟ । କହିଲେ, ଯିଏ ଛାଡିବ ବିଜେଡି ହାତ, ତାକୁ ଛାଡିଦେବେ ଲୋକେ : ଦାମ କହିଲେ, ପୁଅ ମତକୁ କରିବେ ନାହିଁ ବିରୋଧ

କାହିଁକି ହାରିଗଲେ ଦାମ?

510

କନକ ବ୍ୟୁରୋ : ଚଳିତ ନିର୍ବାଚନରେ ହାରିଥିବା କିଛି ହେବିୱେଟଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ନେତା ଡକ୍ଟର ଦାମୋଦର ରାଉତ । ବାଲିକୁଦା-ଏରସମାରୁ ବିଜେପି ଟିକେଟରେ ଲଢିଥିବା ଦାମ ରହିଛନ୍ତି ତୃତୀୟ ସ୍ଥାନରେ । ତେବେ କାହିଁକି ହାରିଲେ ଦାମ, ଏନେଇ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପଚରାଯିବାରୁ ସେ କହିଛନ୍ତି, ବିଜୁ ଜନତା ଦଳ ହାତ ଯିଏ ଛାଡିବ ଲୋକେ ତାକୁ ଛାଡିଦେବେ । ପୁଅ ସମ୍ବିତ ରାଉୟରାୟଙ୍କ ଏଭଳି ପ୍ରତିକ୍ରିୟା ପରେ ଦାମ କହିଛନ୍ତି, ବିଜେପି ବିଧାୟକ ପ୍ରାର୍ଥୀ ଭାବେ ହାରିବାରେ ତାଙ୍କର ଅନୁଶୋଚନା ନାହିଁ । ନିର୍ବାଚନରେ ଜୟ ପରାଜୟ ଏକ ପ୍ରକ୍ରିୟା ମାତ୍ର ।

ବିଜେଡିରୁ ୭ ଥର ବିଧାୟକ ଏବଂ ମନ୍ତ୍ରୀ ହେବା ପରେ ବିବାଦୀୟ ମନ୍ତବ୍ୟ ପାଇଁ ଦଳରୁ ବହିଷ୍କାର ହୋଇଥିଲେ ଦାମୋଦର ରାଉତ । ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ । ଦଳ ତାଙ୍କୁ ବାଲିକୁଦା-ଏରସମାରୁ ପ୍ରାର୍ଥୀ କରିଥିଲା ।
ସେପଟେ ବାପା, ବିଜେପିକୁ ଯିବା ପରେ ବି ପୁଅ ସମ୍ବିତ ରାଉତରାୟ ବିଜେଡିରେ ଥିଲେ । ବାପାଙ୍କ ଆସନ ପାରାଦୀପରୁ ବିଜେଡି ତାଙ୍କୁ ପ୍ରାର୍ଥୀ କରିଥିିଲା । ଯେଉଁଥିରେ ବାଜି ମାରିଛନ୍ତି ସମ୍ବିତ ରାଉତରାୟ । ରାଜନୀତିର ଏହି ରୋଚକ ମୋଡ ଏବେ ଚର୍ଚାର ବିଷୟ ପାଲଟିଛି ।