କରୋନା ସହ ଆଉ କେତେ ଦିନ? ଆମ ଦେଶରେ କାହିଁକି ମାରାତ୍ମକ ନୁହେଁ କରୋନା? ଅଧିକମାତ୍ରାରେ ସଂକ୍ରମଣ ନବ୍ୟାପିବାର କାରଣ କହିଲେ ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର ।

3,161

କନକ ବ୍ୟୁରୋ: କରୋନା ଆମେରିକାରେ ଲକ୍ଷେ ଲୋକଙ୍କୁ ମାରିଲାଣି ତ ଭାରତରେ ୮୦ରୁ ୮୫ ପ୍ରତିଶତ ଲୋକ ଲକ୍ଷଣ ବିହୀନ । ଅର୍ଥାତ ତାଙ୍କ ପାଖରେ ରୋଗ ନାଁକୁ ମାତ୍ର । ଏବଂ ଖୁବ ଶୀଘ୍ର ସୁସ୍ଥ ବି ହୋଇଯିବେ । କରୋନାର ଏହି କୁହେଳିକା ଡାକ୍ତରମାନଙ୍କୁ ମଧ୍ୟ ଚକିତ କରିଛି । ଆଉ ଡାକ୍ତର ବି କହୁଛନ୍ତି, ଭଗବାନଙ୍କ ଆଶୀର୍ବାଦ, ଜଗନ୍ନାଥଙ୍କ ଆଶୀର୍ବାଦ ।

କରୋନା ସହ ଆଉ କେତେ ଦିନ?

ଯଦି କରୋନା ଆମ ସହ ବର୍ଷେରୁ ଦିବର୍ଷ ରହିବ, ତେବେ କରୋନା ସହ ବଂଚିବାର କଳା ଶିଖିବାକୁ ପଡିବ । ହାତ ଧୋଇବା ଓ ମାସ୍କ ପିନ୍ଧିବା ଭୁଲିଗଲେ ଚଳିବ ନାହିଁ । ଆପଣ କେତେ ସମୟ ମାସ୍କ ପିନ୍ଧିବେ ସେ ନେଇ ପରାମର୍ଶ ଦେଇଛନ୍ତି ଡାକ୍ତର ମହାପାତ୍ର । ମାସ୍କ ଉପରେ ମଧ୍ୟ ରିସର୍ଚ୍ଚ ଚାଲିଛି, ଯଦି ଦୁଇ ବର୍ଷ ପିଲାଙ୍କୁ ମାସ୍କ ଦିଆଯାଏ ତେବେ ତାଙ୍କଠାରେ ଅକ୍ସିଜେନ୍ ସମସ୍ୟା ଦେଖାଯାଇପାରେ । କରୋନା ରୋଗୀମାନେ କିନ୍ତୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସବୁଠାରୁ ବଡ଼କଥା ହେଲା, ୨୪ ଘଣ୍ଟା ମାସ୍କ ପିନ୍ଧିବା ଆବଶ୍ୟକ ନୁହେଁ କାରଣ ଯଦି ଆପଣ ଘରେ ରହି ସାମାଜିକ ଦୂରତା ପାଳନ କରୁଛନ୍ତି ତେବେ ଆପଣଙ୍କୁ ମାସ୍କ ପିନ୍ଧିବା ଆବଶ୍ୟକତା ନାହିଁ । ଯଦି ଆପଣ ଏକ ଗୋଷ୍ଠୀ ମଧ୍ୟରେ ରହୁଛନ୍ତି ଏବଂ ସଂକ୍ରମଣର ସନ୍ଦେହ ଆସୁଛି ତେବେ ଆପଣ ମାସ୍କ ବ୍ୟବହାର କରିପାରିବେ । ଯଦି ଆପଣ ଏକା ରହୁଛନ୍ତି ତେବେ ଆପଣଙ୍କୁ ମାସ୍କର ଆଦୌ ଆବଶ୍ୟକତା ନାର୍ହି । ଜଣକଠାରୁ ଅଧିକ ଜନଗହଳି ପୂର୍ଣ୍ଣ ସ୍ଥାନରେ ପିନ୍ଧନ୍ତୁ ।

ଗୋଟିଏ ପଟେ କରୋନା ସଂକ୍ରମଣ ପ୍ରତ୍ୟେକ ଦିନ ବଢି ବଢି ଚାଲିଛି ଆଉ ଅନ୍ୟପଟେ କଟକଣା ବି କୋହଳ ହେଉଛି । କାରଣ କରୋନାଠାରୁ ଅର୍ଥନୀତିର ବିପଦ ଆହୁରି ଭୟଙ୍କର ହେବାର ଆଶଙ୍କା ରହିଛି । ତେଣୁ ସତର୍କତା ହିଁ ଏକମାତ୍ର ବିକଳ୍ପ ।