ଚିପ୍ସ ପ୍ୟାକେଟରେ ପବନ ଭର୍ତ୍ତି କରାଯାଏ କାହିଁକି ? ଏହା ପଛରେ ରହିଛି ଏକ ବୈଜ୍ଞାନିକ କାରଣ, ଆସନ୍ତୁ ଜାଣିବା

80

ଆପଣ କେବେ ଭାବିଛନ୍ତି କି ବଜାରରେ ଯେଉଁ ଚିପ୍ସର ପ୍ୟାକେଟ ମିଳେ, ସେଥିରେ ପବନ କାହିଁକି ଭର୍ତ୍ତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ପ୍ୟାକେଟରେ ଭର୍ତ୍ତି ହୋଇଥିବା ପବନର ଫାଇଦା ବିଷୟରେ ।

ଚିପ୍ସକୁ ଭାଙ୍ଗିବାରୁ ରକ୍ଷା କରିବା ପାଇଁ ପ୍ୟାକେଟରେ ପବନ ଭର୍ତ୍ତି ହୋଇଥାଏ । ଯଦି ପ୍ୟାକେଟରେ ପବନ ନଥିବ, ତେବେ ଚିପ୍ସ ହାତରେ ବାଜି ବା ପରସ୍ପର ସହିତ ବାଜି ଭାଙ୍ଗିଯିବ ବା ଚୁରମାର ହୋଇଯିବ । ଚିପ୍ସ ବିକ୍ରି କରୁଥିବା କମ୍ପାନୀ ପ୍ରିଙ୍ଗଲସ ଚିପ୍ସ ଭାଙ୍ଗିବାର ସମସ୍ୟାର ସମାଧାନ ବାହାର କରିବା ପାଇଁ ପ୍ୟାକେଟ ବଦଳରେ କ୍ୟାନରେ ବିକ୍ରି କରିବା ଆରମ୍ଭ କରିଦେଲେ ।ଅକ୍ସିଜେନ ଏକ ପ୍ରତିକ୍ରିୟାଶୀଳ ଗ୍ୟାସ । ଏହି କାରଣରୁ ପ୍ୟାକେଟରେ ଗ୍ୟାସ ଭର୍ତ୍ତି ହେବା ଯୋଗୁଁ ବ୍ୟାକ୍ଟେରିଆ ବୃଦ୍ଧି ହେବାର ସମ୍ଭାବନା ଥାଏ । ଏହା ସହିତ ଅକ୍ସିଜେନ ପାଇଁ ଚିପ୍ସ ଶୀଘ୍ର ସିପି ଯାଏ । ସେଥିପାଇଁ ଖାଇବା ପିଇବା ଜିନିଷର ପ୍ୟାକେଟରେ ଅକ୍ସିଜେନ ପରିବର୍ତ୍ତେ ନାଟ୍ରୋଜେନ ଭର୍ତ୍ତି କରାଯାଏ ।

ନାଇଟ୍ରୋଜେନ ଏକ ଅପ୍ରତିକ୍ରିୟାଶୀଳ ଗ୍ୟାସ, ଯାହା ବ୍ୟାକ୍ଟେରିଆ ଓ ଅନ୍ୟ ଜୀବାଣୁକୁ ବଢ଼ିବାକୁ ରୋକେ । ବର୍ଷ ୧୯୯୪ରେ ଏହି ବିଷୟରେ ଏକ ଅଧ୍ୟୟନ ମଧ୍ୟ ହୋଇଥିଲା, ଯେଉଁଥିରେ ଜଣାପଡିଥିଲା କି ନାଇଟ୍ରୋଜେନ ଚିପ୍ସକୁ ଦୀର୍ଘ ସମୟ ଧରି କ୍ରିସ୍ପି ରଖେ ।
ଏହା ମଣିଷର ପ୍ରବୃତ୍ତିି ସହିତ ଜଡିତ । ଯେବେ ଆମେ ପବନ ଭର୍ତ୍ତି ଚିପ୍ସ ବା ସ୍ନାକସ ପ୍ୟାକେଟ କିଣୁ, ତେବେ ଠକାମିର ଶିକାର ହେଲେ ବୋଲି ଭାବୁ । ଏହାସହିତ ନାଇଟ୍ରୋଜେନ ଭର୍ତ୍ତି ହୋଇଥିବାରୁ ପ୍ୟାକେଟର ଆକାର ବଡ ଦେଖାଯାଏ । କିନ୍ତୁ ଆପଣ ଭାବନ୍ତି ସେଥିରେ ଅଧିକ ଚିପ୍ସ ଥାଏ । ୨୫ ଟଙ୍କାରୁ କମରେ ବିକ୍ରି ହେଉଥିବା ସ୍ନାକସ ପ୍ୟାକେଟରେ ଅଧିକ ନାଇଟ୍ରୋଜେନ ଗ୍ୟାସ ଥାଏ ।