ଏହି ଦେଶରେ ଗାଈ, ମଇଁଷି କିମ୍ବା ଛେଳି ନୁହେଁ, କିଣନ୍ତି ଗଧ : ଆବଶ୍ୟକତା ପୂରଣ ପାଇଁ ପ୍ରତିବର୍ଷ ଆଫ୍ରିକାରୁ କରାଯାଏ ଆମଦାନୀ । ଜାଣନ୍ତୁ କାହିଁକି

48

ଲୋକମାନେ କୈାଣସି କାମ ପାଇଁ ବା ଆବଶ୍ୟକତା ପାଇଁ ପଶୁଙ୍କୁ କିଣନ୍ତି । ଯେମିତି କି ସେ ଯଦି ମଣିଷ, ତେବେ ଗାଈ ବା ମଇଁଷି କିଣିବ, ଯଦ୍ୱାରା ତାହାର କାମ ହୋଇପାରିବ । ଏହା ବ୍ୟତୀତ ଲୋକମାନେ ଆଉ କ’ଣ କିଣିପାରିବେ । କିନ୍ତୁ ଚୀନରେ ଲୋକମାନେ ଗାଈ ବା ମଇଁଷି ନୁହେଁ ବରଂ ଗଧ କିଣନ୍ତି । ଆଜ୍ଞା ହଁ, ଶୁଣି କି ଆଶ୍ଚର୍ଯ୍ୟ ଲାଗୁଥିବ ଓ ଭାବୁଥିବେ କି ସେମାନେ ଗଧର କ’ଣ କରନ୍ତି । ଜାଣନ୍ତୁ ଚୀନର ଲୋକମାନେ ଏମିତି କାହିଁକି କରୁଛନ୍ତି ।

ପ୍ରକୃତରେ ଚୀନର ଲୋକ ବହୁଳ ସଂଖ୍ୟାରେ ଗଧ କିଣୁଛନ୍ତି । କେବଳ ଏତିକି ହିଁ ନୁହେଁ, ସେମାନେ ଆଫ୍ରିକାରୁ ଗଧ ଆମଦାନୀ ମଧ୍ୟ କରୁଛନ୍ତି । କମ୍ ନୁହେଁ ଅତ୍ୟଧିକ ସଂଖ୍ୟାରେ ପୁଣି କିଣାଯାଏ । ଚୀନକୁ ପ୍ରତିବର୍ଷ ୪୦ ଲକ୍ଷ ଗଧର ଆବଶ୍ୟକତା ପଡେ । ଏତେ ସଂଖ୍ୟକ ଗଧ ନମିଳିବା କାରଣରୁ ଆଫ୍ରିକାରୁ ଆମଦାନୀ କରାଯାଏ । ଅଧିକାଂଶ ଆମଦାନୀ ଆଫ୍ରିକାର ନାଇଜର ଓ ବୁର୍କିନା ଫାସୋରୁ ହୁଏ ।

ଏହି ଗଧ ମାନଙ୍କର ବ୍ୟବହାର ଚୀନରେ ମହଙ୍ଗା ଔଷଧ ପ୍ରସ୍ତୁତ ପାଇଁ ହୁଏ । ଏମାନଙ୍କ ଚର୍ମରୁ ପାରମ୍ପରିକ ଔଷଧ ଇଜିଓ ପ୍ରସ୍ତୁତ ହୁଏ, ଯାହାକୁ ଟିସିଏମ୍ କୁହାଯାଏ । ଗଧଙ୍କ ଚର୍ମରୁ ଗିଲେଟିନ୍ ନାମକ ପଦାର୍ଥ ବାହାରେ ଯାହାର ବ୍ୟବହାର କରାଯାଏ । ଚୀନରେ ଏହି ଔଷଧର ବହୁତ ଚାହିଦା, ସେଥିପାଇଁ ପ୍ରତିବର୍ଷ ପାଖାପାଖି ୫ ହଜାର ଟନ୍ ଟିସିଏମ୍ ତିଆରି ହୁଏ ।