ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ! ଗୋଟିଏ ନୁହେଁ ୩ରୁ ୪ଟି ପିଲା ଜନ୍ମ କଲେ ମିଳିବ ସରକାରୀ ପ୍ରୋତ୍ସାହନ ।

264

କନକ ବ୍ୟୁରୋ: ଚର୍ଚ୍ଚାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ଏବଂ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତାକୁ ନେଇ ଚନ୍ଦ୍ରବାବୁ ଦେଇଥିବା ବୟାନ ତାଙ୍କ ପାଇଁ ବିବାଦୀୟ ହୋଇପଡିଛି । ଏହାକୁ ନେଇ ଚାରିଆଡୁ ସମାଲୋଚନାର ପାତ୍ର ହୋଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ।

ସୂଚନା ମୁତାବକ ଗତକାଲି ଆନ୍ଧ୍ରପ୍ରଦେଶର ଅମରାବତୀ ନେଲାପଡୁ ଅଂଚଳରେ ଏସଏଚଜିଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଚନ୍ଦ୍ରବାବୁ କହିଛନ୍ତି କି, ପ୍ରତି ପରିବାରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ତିନିରୁ ଚାରୋଟି ଶିଶୁ ଜନ୍ମ କରନ୍ତୁ । ପୂର୍ବରୁ ଥିବା ଜନସଂଖ୍ୟ ପଲିସିରେ ସଂଶୋଧନ ଆବଶ୍ୟକ । ଗୋଟିଏ ସମୟ ଏପରି ଥିଲା ଯେତେବେଳେ ଆନ୍ଧ୍ର ସରକାର ନିୟମ କରିଥିଲେ ଯେ ଦୁଇରୁ ଅଧିକ ଛୁଆ ଥିଲେ ନିର୍ବାଚନ ଲଢିହେବ ନାହିଁ । କିନ୍ତୁ ଏବେ ସମୟରେ ପରିବର୍ତନ ଆସିଛି । ଏପରିକି ସେ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ଜନସଂଖ୍ୟା ନିୟନ୍ତ୍ରଣରେ ସମସ୍ତଙ୍କ ଠାରୁ ଉଚ୍ଚରେ ରହିଛି ।

N-Chandrababuକେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉ ନାହାନ୍ତି । ଏହାର କାରଣ ବର୍ଣ୍ଣନା କରି ଚନ୍ଦ୍ରବାବୁ କହିଛନ୍ତି ଯେ, ଯେଉଁ ରାଜ୍ୟରେ ଜନସଂଖ୍ୟା ଅଧିକ ସେମାନଙ୍କୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେଇଥାନ୍ତି କେନ୍ଦ୍ର । ଏହାସହ କେନ୍ଦ୍ରୀୟ ପାଣ୍ଠି ପ୍ରଦାନରେ ମଧ୍ୟ ଜନସଂଖ୍ୟାକୁ ଦେଖି ରାଜ୍ୟକୁ ଅବହେଳା କରାଯାଉଛି । ତେଣୁ ଆନ୍ଧ୍ର ସରକାର ଏପରି ଏକ ଔଷଧ ଉପରେ ଧ୍ୟାନ ଦେଉଛନ୍ତି ଯାହା ସେବନ ଦ୍ୱାରା ତିନିରୁ ଚୋରୋଟି ଶିଶୁ ଜନ୍ମ ନେବେ । ସେହି ପରିବାରକୁ ସରକାରୀ ପ୍ରୋତ୍ସାହନ ପ୍ରଦାନ କରାଯିବ । ତେବେ ଚନ୍ଦ୍ରବାବୁଙ୍କ ଏହି ବୟାନକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି ।