ବେଲୁନରେ ଛୁଞ୍ଚି ଫୋଡିଲେ କାହିିଁକ ଜୋରରେ ଶବ୍ଦ ହୋଇ ଫାଟେ ? ଜାଣନ୍ତୁୁ ଏହାର କାରଣ

132

ଆମେ ପ୍ରାୟତଃ ଜନ୍ମଦିନ କିମ୍ବା କୌଣସି ଖାସ ମଉକାରେ ଆୟୋଜିତ ସମାରୋହରେ ବେଲୁନରେ ଘର ସଜାଇଥାଉ । ଯାହା  ଖୁବ ଆନନ୍ଦ ଦେଇଥାଏ । ଏହାସହ ବେଲୁନ ଅମା ପିଲାଦିନ କଥା ମଧ୍ୟ ମନେ ପକାଇ ଦିଏ । ବେଲୁନକୁ ଦେଖି ପିଲାମାନେ ବେଶ ଉତ୍ସାହତି ହୋଇଯାଆନ୍ତି ଏବଂ ତାକୁ ଫଟାଇ ବହୁତ ଆନନ୍ଦ ଅନୁଭବ କରନ୍ତି ।

ଆପଣ କେବେ ଚିନ୍ତା କରିଛନ୍ତି କି ବେଲୁନକୁ ଫଟାଇବା ସମୟରେ ଏତେ ଶବ୍ଦ କାହିଁକି ହୁଏ । ଆସନ୍ତୁ ଜାଣିବା ଏହାର କାରଣ । ବେଲୁନ ରବର, ନାଇଲନ, ପଲିକ୍ଲୋରୋପିନ ଓ ଲେଟେକ୍ସ ପରି ନମନୀୟ ସାମଗ୍ରୀରେ ତିଆରି ହୋଇଥାଏ । ଯାହାଦ୍ୱାରା ବେଲୁନରେ ପବନ ଭରିବା ପରେ ଏହାର ନମନୀୟତା ବଢିଯାଏ ଏବଂ ନିଜର ମୂଳ ଆକାରରୁ ବଢିଯାଏ ।

ଏହା ବ୍ୟତିତ ବେଲୁନରେ ଥିବା ପବନ ବାହାର ପବନ ଅପେକ୍ଷା ଅଧିକ ପ୍ରେଶରରେ ଥାଏ । ଏହାଦ୍ୱାରା ବାହାର ଓ ଭିତର ବାୟୁରେ ଅନ୍ତର ସୃଷ୍ଟି କରେ । ଯେତେବଳେ ଆମେ ବେଲୁନରେ ଛୁଞ୍ଚିରେ କଣା କରୁ ବହୁତ ଜୋରରେ ଶବ୍ଦ ହୁଏ । କାରଣ ବେଲୁନ ବହୁତ ଜୋରେ ଫୁଲିଯାଇଥାଏ ଓ ଭିତରେ ଥିବା ପବନରେ ହଠାତ ଆଲୋଡନ ସୃଷ୍ଟି ହୁଏ । ଆମେ ସେଥିରେ ଅଚାନକ କଣା କରିବା ଦ୍ୱାରା ତାହା ବହୁତ ଜୋରେ ଶବ୍ଦ ହୋଇ ଫାଟିଥାଏ ।

                                               ସୌଜନ୍ୟ – ଜାଗରଣ ଜୋଶ