କାହିଁକି ଭୁଶୁଡିଲା ବିମାନବନ୍ଦର ଛାତ? ଠକ ଠିକାଦାର ଦିଲ୍ଲୀପ ଖଟେଇଙ୍କ ଉପରେ କଟକଣା ଥିବା ସତ୍ତେ୍ୱ ମଧ୍ୟ କିଭଳି ମିଳିଲା ବିମାନବନ୍ଦର କାମ, ତାହାକୁ ନେଇ ଉଠିଲା ପ୍ରଶ୍ନ ।

467

କନକ ବ୍ୟୁରୋ : କାହିଁକି ଭୁଶୁଡିଲା ବିଜୁ ପଟ୍ଟନାୟକ ବିମାନବନ୍ଦରର ନିର୍ମାଣାଧିନ ଛାତ । ଏନେଇ ଏବେ ଖୋଳତାଡ ଆରମ୍ଭ ହୋଇ ଯାଇଛି । ଏହି ଛାତ ତିଆରି କରୁଥିବା ଠିକାଦାର ଦିଲ୍ଳୀପ ଖଟେଇ ନିମ୍ନମାନର କାମ କରୁଥିବା ନେଇ ଅଭିଯୋଗ ହୋଇଛି । କେବଳ ଏହି ଘଟଣା ନୁହେଁ ନିମ୍ନମାନର କାମ କରିବା କାରଣରୁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଦିଲ୍ଲୀପଙ୍କ ଠିକା ସଂସ୍ଥାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବିମାନବନ୍ଦରରେ କାମ ନକରିବାକୁ କଟକଣା ଲଗାଇଛନ୍ତି । ଏହା ସତ୍ୱେ ମଧ୍ୟ ଦିଲ୍ଲୀପ ବିମାନବନ୍ଦରରେ କିପରି କାମ କରୁଥିଲେ , ତାକୁ ନେଇ ଉଠିଛି ପ୍ରଶ୍ନ ।

ବିଜୁ ପଟ୍ଟନାୟକ ବିମାନବନ୍ଦରରେ କାହିଁକି ଭୁଶୁଡିଲା ଛାତ । ନିମ୍ନମାନର କାମ ପାଇଁ ଦାୟୀ କିଏ ? ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ତନାଘନା । ଏହାକୁ ତିଆରି କରିଥିବା ଠିକାଦାର ଦିଲ୍ଲୀପ ଖଟେଇଙ୍କ ଉପରକୁ ଉଠିଛି ଅଙ୍ଗୁଳି ।

ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ୱେବସାଇଟ । ନିମ୍ନମାନର କାମ ଏବଂ ବିଳମ୍ବରେ କାମ ସାରିବା କାରଣରୁ ଅନିର୍ଦ୍ଦିଷ୍ଟ ସମୟ ଲାଗି ଦିଲ୍ଲୀପଙ୍କ ଉପରେ ବିମାନ ବନ୍ଦର କର୍ତୃପକ୍ଷ କାମ ନ କରିବା ନେଇ କଟକଣା ଲଗାଇଛନ୍ତି । ଏହି କଟକଣା ସତ୍ୱେ ବିମାନ ବନ୍ଦର ଭଳି ଏକ ସମ୍ବେଦନଶୀଳ ସ୍ଥାନରେ ସେ କିପରି ଏତେ ଗୁରୁତ୍ୱପୂର୍ଣ୍ଣ କାମ କରୁଥିଲେ ଏହାକୁ ନେଇ ପ୍ରଶ୍ନ ଉଠିଛି ।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅନ୍ତର୍ଗତ ହଳଦିଆ ପଦର ବସଷ୍ଟାଣ୍ଡର ନିର୍ମାଣ କାମ କରିଥିଲେ ଦିଲ୍ଲୀପ । ଏହି କାମ ମଧ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ୨୦୧୬ ମସିହାରେ ଏହି ବସ ଟର୍ମିନାଗ ଉଦଘାଟିତ ହୋଇଥିଲା । କିନ୍ତୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ବସଷ୍ଟାଣ୍ଡ । ଏଥିପାଇଁ ଦାୟୀ କିଏ ? ଏତେ ସବୁ ଅଭିଯୋଗ ପରେ ମଧ୍ୟ ବିମାନ ବନ୍ଦରରେ କାମ ପାଇବା ପାଇଁ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଉଥିଲେ ଦିଲ୍ଲୀପ ଏବଂ ତାଙ୍କୁ ଖୁବସହଜରେ କାମ ବି ମିଳିଯାଉଥିଲା । କେବଳ ଏହି କାମ ନୁହେଁ, ରାଜ୍ୟରେ ଅନେକ ବଡ ଧରଣର ନିର୍ମାଣ କାମ କରିଥିଲେ ଦିଲ୍ଲୀପ । ଯାହାର ମାନକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି ।