ଯେତେବେଳେ ଅଟଳ ବିହାରୀ ବାଜପେୟୀ ଭାରତ ରତ୍ନ ଗ୍ରହଣ କରିବାକୁ କରିଥିଲେ ମନା…

315

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୭ ମାର୍ଚ୍ଚ, ୨୦୧୫ରେ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ଦ୍ୱାରା ସମ୍ମାନିତ କରାଯାଇଥିଲା । ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ତାଙ୍କୁ ଏହି ପୁରସ୍କାର ଦିଆଯାଇଥିଲା । କିନ୍ତୁ ଆପଣ ଜାଣିଛନ୍ତି କି ଏହା ପୂର୍ବରୁ ଥରେ ଅଟଳଜୀଙ୍କୁ ଭାରତ ରତ୍ନ ଦେବାକୁ ଦାବି ଉଠିଥିଲା । କିନ୍ତୁ ସେ ନିଜେ ମନା କରିଦେଇଥିଲେ ।

ଅଟଳ କାହିଁକି ଭାରତ ରତ୍ନ ନେଇନଥିଲେ ?

ଅଟଳ ବସରେ ଲାହୋର ଯାଇ ଭାରତ-ପାକିସ୍ତାନର ସଂପର୍କର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଚାହିଁଥିଲେ । ପରଭେଜ୍ ମୁସାରଫ୍ କାରଗିଲରେ ଅନୁପ୍ରବେଶ କରାଇ ଭାରତର ପଛ ପଟେ ପ୍ରହାର କରିଥିଲେ । ସେତେବେଳେ କାରଗିଲରେ ଯୁଦ୍ଧ ହେଲା ଓ ଭାରତୀୟ ସେନା ଏଥିରେ ବିଜୟ ହାସଲ କେଲ । କାରଗିଲ ପରେ ହୋଇଥିବା ନିର୍ବାଚନରେ ବିଜେପି ବିଜୟ ହାସଲ କଲା ଓ ବାଜପେୟୀ ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ହେଲେ ।

ଅଟଳ ବିହାରୀ ବାଜପେୟୀଙ୍କ ମିଡିଆ ପରାମର୍ଶଦାତାଙ୍କ ମୁତାବକ, ଦଳର ଅନେକ ବରିଷ୍ଠ ନେତା ଚାହୁଁଥିଲେ କି, ପ୍ରଧାନମନ୍ତ୍ରୀଙ୍କୁ କାରଗିଲ ବିଜୟ ପରେ ଭାରତ ରତ୍ନ ଦ୍ୱାରା ସମ୍ମାନିତ କରାଯିବା ଉଚିତ୍ । ଅଟଳଙ୍କୁ କୁହାଗଲା କି, ଜବାହରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀ ଥିବା କାଳରେ ନିଜକୁ ଭାରତ ରତ୍ନ ଦ୍ୱାରା ସମ୍ମାନିତ କରାଇଥିଲେ ଏବଂ ତାଙ୍କୁ ବି ଏମିତି କରିବା ଉଚିତ୍ । ଏହା ଶୁଣି ସାଙ୍ଗେ ସାଙ୍ଗେ ଅଟଳଜୀ ଏହାକୁ ମନା କରିଦେଇଥିଲେ ।

ଅଟଳଜୀ କହିଥିଲେ କି, ଏହା ଅନୁଚିତ୍ ହେବ କି ନିଜ ସରକାରରେ ତାଙ୍କୁ ଭାରତ ରତ୍ନ ଦ୍ୱାରା ସମ୍ମାନିତ କରାଯାଉ । ଅଟଳ ମନା କରିବା ପରେ ମଧ୍ୟ ତାଙ୍କ କ୍ୟାବିନେଟର କିଛି ମନ୍ତ୍ରୀ ଯୋଜନା କରିଥିଲେ କି, ଯେବେ ପ୍ରଧାନମନ୍ତ୍ରୀ କୌଣସି ବିଦେଶ ଗସ୍ତରେ ଥିବେ, ତାଙ୍କୁ ଭାରତ ରତ୍ନ ଦେବାର ଘୋଷଣା କରିଦିଆଯିବ । ହେଲେ ଅଟଳଙ୍କୁ ଏହି ବିଷୟରେ ସୂଚନା ମିଳିଗଲା । ଏବଂ ସେ ସମସ୍ତ ମନ୍ତ୍ରୀଙ୍କୁ ଗାଳି କରିବା ସହିତ ଏମିତି ନକରିବାକୁ ପରାମର୍ଶ ଦେଇଥିଲେ ।

ଭାରତ ରତ୍ନ ପୂର୍ବରୁ ଅଟଳ ବିହାରୀ ବାଜପେୟୀଙ୍କୁ ଅନେକ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇସାରିଛି । ୧୯୯୨ରେ ତାଙ୍କୁ ପଦ୍ମ ବିଭୂଷଣ, ୧୯୯୪ରେ ଲୋକମାନ୍ୟ ତିଲକ ପୁରସ୍କାର, ୧୯୯୪ରେ ଶ୍ରେଷ୍ଠ ସାଂସଦ ପୁରସ୍କାର ଓ ୧୯୯୪ରେ ହିଁ ଗୋବିନ୍ଦ ବଲ୍ଲଭ ପନ୍ଥ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଥିଲା ।