ଶ୍ମଶାନ ଛାଡି କୁମ୍ଭ ମେଳାକୁ କାହିଁକି ଆସିଛନ୍ତି ଅଘୋରୀ ? ଜାଣନ୍ତୁ

308

କୁମ୍ଭ ମେଳାକୁ ଅଘୋରୀ ଆସନ୍ତିନି । ସେମାନେ ଶ୍ମଶାନରେ ରହନ୍ତି । ଶବ ସହିତ ଖେଳନ୍ତି… ମାଂସ ଖାଆନ୍ତି ଏବଂ ରାତିରେ ତନ୍ତ୍ରସାଧନା କରନ୍ତି । କିନ୍ତୁ ଶ୍ମଶାନ ଛାଡି ଅଘୋରୀ କୁମ୍ଭ ମେଳାକୁ କେମିତି ଆସିଛନ୍ତି । ସମସ୍ତଙ୍କ ମନକୁ ଏହି ପ୍ରଶ୍ନ ଆସୁଛି । କାହିଁକିନା ସମସ୍ତେ ଟିଭିରେ ଦେଖିଛନ୍ତି କି, କଳା ବସ୍ତ୍ର ପରିଧାନ କରି ମଦ ପିଅନ୍ତି ଓ ଭୟଙ୍କର ଦେଖାଯାଆନ୍ତି । । ଅଘୋରୀଙ୍କୁ ନେଇ ଏହି ଧାରଣା ନାଗା ସାଧୁଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମଧ୍ୟରେ ଅଛି ।

କିନ୍ତୁ ମୁମ୍ବାଇରୁ କୁମ୍ଭ ମେଳାକୁ ଆସିଥିବା ଅଘୋରୀଙ୍କ ମଧ୍ୟରୁ ଜଣେ ଆଶିଷ । ଅଘୋରୀ ଯେଉଁଠି ପୂଜା କରନ୍ତି, ସେଇଠି ଗଣେଶ ଓ ଗୌତମ ବୁଦ୍ଧଙ୍କ ମୂର୍ତ୍ତିର ହାତରେ ଖପୁରୀ ଅଛି । ଧଳା କପଡାରେ ଅଘୋରୀ ଆଶିଷ ପୂଜା କରୁଛନ୍ତି । ଅଘୋରୀଙ୍କ ପୂଜାରେ କଙ୍କାଳ ଓ ଖପୁରୀ କାହିଁକି ଆବଶ୍ୟକ ଥାଏ ? ଏହି କଥାରେ ଅଘୋରୀ ଆଶିଷ ରାଗିଲେ ଓ କହିଲେ କି, କେବଳ ଶ୍ମଶାନରେ ମାଂସ ଖାଉଥିବା ଓ ମଦ ପାନ କରୁଥିବା ମିଡିଆ ଦେଖାଏ ।

ବିଶ୍ୱ ଅଘୋରୀ ନ୍ୟାୟ ପରିଷଦ ଆଶିଷ କହିଛନ୍ତି କି, “ଟିଭିରେ ଏହା ଦେଖାଯାଇଛି କି, ଅଘୋରୀ ଶବ ଖାଆନ୍ତି ଓ ମଦ ପିଅନ୍ତି । କିନ୍ତୁ ଅଘୋରୀର ଅର୍ଥ ସରଳତା । ମାଂସ ଖାଇବା, ଶବଙ୍କ ପାଖରେ ରହିବା ଏହାର କିଛି ତତ୍ୱ ମାତ୍ର । ଶ୍ମଶାନରେ ସେମାନେ ଏଥିପାଇଁ ରହନ୍ତି କି, ସେଇଟା ସମସ୍ତଙ୍କ ପାଇଁ ସମାନ ସ୍ଥାନ । ରାଜା, ଚୋର, ସାଧୁ ଯିଏ ମଲେ ବି ସେଇଠି ପାଉଁଶ ହୋଇଯାଏ । ସେଇଠି ସମଭାବ ଥାଏ । ଖପୁରୀ ରଖିବାର କାରଣ ଏହା ଯେ, ଏହା ଅନ୍ୟ କାହାର ନୁହେଁ ବରଂ ମୋର । ଏହାର ଅର୍ଥ ଆମେ ନିଜ ମସ୍ତିଷ୍କ ଗୁରୁଙ୍କ ହାତରେ ସମର୍ପି ଦେଲୁ । ସେଥିପାଇଁ ଗଣେଷ ମୂର୍ତ୍ତି ଓ ବୁଦ୍ଧଙ୍କ ହାତରେ ଖପୁରୀ ରଖାଯାଇଛି । ଏହି ଦୁଇ ଜଣ ଜ୍ଞାନର ଅବତାର । ସେଥିପାଇଁ ଆମେ ଆମର ଅହଂକାରକୁ ଏହି ଗୁରୁଙ୍କ ହାତରେ ଦେଇଦେଇଛୁ ।”

ଅଘୋରୀ ରାତିରେ କାହିଁକି ପୂଜା କରନ୍ତି ? : ଆଶିଷ ଅଘୋରୀ କହନ୍ତି କି, “ରାତିରେ ପୂଜା କରିବା ପଛରେ ଦୁଇଟି କାରଣ ଅଛି । ପ୍ରଥମେ ନିଦ ସବୁଠାରୁ ପ୍ରିୟ ଥାଏ, ସେଥିପାଇଁ ତାହାର ଅଧା ଇଶ୍ୱରଙ୍କୁ ଦାନ କରୁ । ଅନ୍ୟଟି ହେଲା ଭାରତୀୟ ଅର୍ଥବ୍ୟବସ୍ଥାକୁ ଆମେ ପୂଜା କରି ଶାନ୍ତିଭଙ୍ଗ କରିବାକୁ ଚାହୁଁନୁ । ଦିନରେ ପୂଜା କଲେ, କାମ କେତେବେଳେ କରିବୁ । ଦେଶ କେମିତି ଉନ୍ନତି କରିବ ?”