କାହିଁକି ଚଳିତ ବର୍ଷ ଧୁମଧାନମରେ ଜନ୍ମଦିନ ପାଳନ କଲେନି ବିଗ୍ ବି ? ଜାଣିବା ପାଇଁ ପଢନ୍ତୁ ପୁରା ଖବର ।

6

ବଲିଉଡର ଶେହେନଶାହା ଅମିତାଭ ବଚ୍ଚନ ଆଜି ୭୬ବର୍ଷ ବୟସରେ ପାଦ ଦେଇଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ଘର ବାହାରେ ତାଙ୍କ ପ୍ରଶଂସକ ଭିଡ଼ ଜମିଥିବା ଦେଖା ଯାଇଥିଲା । ଅନେକ ମାତ୍ରାରେ ପ୍ରଶଂସକମାନେ ବିଗ୍ ବିଙ୍କ ଘର ବାହାରକୁ ଆସି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ବେଳେ ଜଣେ ପ୍ରଶଂସକ ‘ଠଗସ ଅଫ୍ ହିନ୍ଦୁସ୍ତାନ’ରେ ଥିବା ଅମିତାଭଙ୍କ ଲୁକରେ ଆସି ‘ଖଇକେ ପାନ ବନାରସ ଓ୍ଵାଲା’ ଗୀତରେ ନାଚିଥିଲେ ।

ପ୍ରଶଂସକମାନେ ବିଗ୍ ବିଙ୍କ ଜନ୍ମଦିନକୁ ପାଳନ କରିବାରେ କୌଣସି କମି ରଖି ନ ଥିବା ବେଳେ ଚଳିତ ବର୍ଷ ବିଗ୍ ବି ଧୁମଧାମରେ ନିଜ ଜନ୍ମଦିନ ପାଳନ କରିନାହାନ୍ତି ବୋଲି ଜଣାପଡ଼ିଛି । ଏହା ପଛରେ ବଲିଉଡ୍ କଳାକାରଙ୍କ ନିଧନ ଏବଂ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାର କାରଣ ରହିଛି ବୋଲି ସୂଚନା ମିଳିଛି । କିଛି ଦିନ ତଳେ ତାଙ୍କ ସମୁଦୀ ରାଜନ ନନ୍ଦାଙ୍କ ଦେହାନ୍ତ ପରେ କୃଷ୍ଣା କପୁରଙ୍କ ଦେହାନ୍ତ ହେବା ପରେ ଏବେ ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ବିଗ୍ ବି ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

Comments are closed.