ଜନ୍ମଦିନରେ କ’ଣ ପାଇଁ କେକ୍ କାଟନ୍ତିନି ଅଭିତାଭ ବଚ୍ଚନ ! ମନର କଥା ଖୋଲି କହିଲେ ବିଗ୍ ବି

29

ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ୧୧ ଅକ୍ଟୋବରରେ ୭୫ତମ ଜନ୍ମଦିବସ ପାଳନ କରିବାକୁ ଯାଉଛନ୍ତି । କିନ୍ତୁ ଚଳିତବର୍ଷ ବିଗ୍ ବି ଜନ୍ମଦିନ କାଟିବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର । କାରଣ ବିଗ୍ ବି ନିଜ ଜନ୍ମଦିନରେ କେକ୍ କାଟିବାକୁ ପସନ୍ଦ କରନ୍ତି ନାହିଁ । ଏହା ପଛରେ ମଧ୍ୟ ଏକ କାରଣ ଲୁଚିକି ରହିଛି । ଏହାର ଖୁଲାସା ଖୋଦ୍ ଅମିତାଭ ନିଜେ କରିଛନ୍ତି । ଆସନ୍ତୁ ଜାଣିବା କଣ ପାଇଁ ଜନ୍ମଦିନରେ କେକ୍ କାଟନ୍ତି ନାହିଁ ଅଭିତାଭ ।

ଏକ ଇଣ୍ଟରଭ୍ୟୁରେ ଅଭିତାଭ କହିଥିଲେ,ଜନ୍ମଦିନରେ କେକ୍ କାଟିବାର ପ୍ରକୃତ ଅର୍ଥ କଣ ସେ ଜାଣନ୍ତି ନାହିଁ । ତେଣୁ ସେ କେକ୍ କାଟିବାକୁ ପସନ୍ଦ କରନ୍ତି ନାହିଁ । ଏପରିକି ଜନ୍ମଦିନରେ କେକ୍ କାଟିବା ପ୍ରଥା ବନ୍ଦ କରିବାକୁ ମଧ୍ୟ ଅନେକଥର କହିଛନ୍ତି । କାରଣ ଜନ୍ମଦିନରେ କେକ୍ କଣ ପାଇଁ କଟାଯାଇଥାଏ କିମ୍ବା ମହମବତୀ କଣ ପାଇଁ ଲଗାଯାଇଥାଏ ତାହା ସେ ଏଯାଏଁ ବୁଝିପାରି ନାହାନ୍ତି ।

ଜନ୍ମଦିନରେ କେକ୍ କାଟିବା ପ୍ରଥା ନେଇ ସେ ଆଶ୍ଚର୍ଯ୍ୟ ହୁଅନ୍ତି । ମଜାଳିଆ ଢଙ୍ଗରେ ଅମିତାଭ୍ କହିଛନ୍ତି, କେକରେ ମହମବତୀ ଲଗାଇବା ପରେ ଲୋକେ ଏହାକୁ ଲିଭାଇାବାକୁ କହିଥାନ୍ତି ଏବଂ ତା ପରେ ଏକ ଛୁରୀରେ କେକ୍ କଟାଯାଇଥାଏ । ତେବେ ଆଜିକାଲିର ଯୁବଗୋଷ୍ଠୀ ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଛନ୍ତି । ଜନ୍ମଦିନରେ କେକ୍ କାଟିବା ପରେ ସେହି କେକକୁ ନେଇ ମୁର୍ହରେ ବୋଳାବୋଳି ହୋଇଥାନ୍ତି । ଜନ୍ମଦିନରେ ଏସବୁର ମାନେ କିଛି ନଥାଏ । ତା ଛଡା ଜନ୍ମଦିନରେ ଏଭଳି କାର୍ଯ୍ୟକଳାପ ତାଙ୍କର ଆଦୌ ପସନ୍ଦ ନୁହେଁ । ତେଣୁ ସେ ଅନେକ ବର୍ଷ ହେଲାଣି କେକ୍ କାଟିବା ବନ୍ଦ କରି ଦେଇଛନ୍ତି ।