ପିଲାଙ୍କୁ ଦେଖାନ୍ତୁ ନାହିଁ ସିକ୍ରେଟ ସୁପରଷ୍ଟାର ? କାରଣ ସିନେମାରେ ରହିଛି ସାଂଘାତିକ ଭୂଲ

71

ଦୀପାବଳିରେ ରିଲିଜ ହୋଇଥିବା ସିକ୍ରେଟ ସୁପରଷ୍ଟାରକୁ ଅନେକ ପ୍ରଶଂସା ମିଳିଛି । ଗୋଟିଏ ଛୋଟ ସହର ଝିଅର କାହାଣୀକୁ ଦର୍ଶକଙ୍କ ବ୍ୟତୀତ ସିନେ ସମୀକ୍ଷକମାନେ ଆଦର କରିଛନ୍ତି । ସମୀକ୍ଷକମାନେ କହିଛନ୍ତି  ସାଧାରଣ ଫିଲ୍ମ ଠାରୁ ଏହି ଫିଲ୍ମଟି କିଛି ନିଆରା ଅଟେ । ଏହା ଏକ ସୁନ୍ଦର ମନୋରଞ୍ଜନଧର୍ମୀ ଫିଲ୍ମ ଠାରୁ କୌଣସି ଗୁଣରେ କମ ନୁହେଁ । ଏହି ଫିଲ୍ନର ମ୍ୟାସେଜ ସହଜ କଳାକାରଙ୍କର ନିଖୁଣ ଅଭିନୟ ଏହି ଫିଲ୍ମକୁ  ଆହୁରି ମନଲୋଭା କରିଛି । ଫିଲ୍ମ ସୁଟିଂ ଠାରୁ ପରଦାକୁ ଆସିବା ପର୍ଯ୍ୟନ୍ତ ଅମୀର ଖାନଙ୍କ ନାଁ ଯୋଡା ହୋଇଛି ।

ଏଥିପାଇଁ ଦର୍ଶକଙ୍କ ଆଗ୍ରହ ଆହୁରି ବଢିଯାଇଥିଲା । ଗୋଟିଏ ଭଲ ଫିଲ୍ମର କାହଣୀ ଓ କ୍ଲାଇମାକ୍ସ  ଏହାକୁ ଦମଦାର ଫିଲ୍ମ କରିବାରେ ସାହାଯ୍ୟ କରିଥିଲା ।  ବରୋଦା ସହରର ଏକ ପନ୍ଦର ବର୍ଷିୟ ଝିଅ ଜାୟରା ୱାସିମ ବୋର୍ଡ ପରୀକ୍ଷା ଦେବାର ଥିଲା । ସେ ଜଣେ ଭଲ ଗାୟିକା ସହ ସୁନ୍ଦର ଗିତାର ବଜାନ୍ତି । ତାଙ୍କର ସୁପରଷ୍ଟାର ହେବାର ସ୍ୱପ୍ନ ଥିଲା । ଇସିଆ ଉପରେ କାହାଣୀ ଯେତିକି ଆଧାରିତ  ସେତିକି ନାଜମା ଉପରେ ବି ଆଧାରିତ । ଯିଏ କି ଏକ ଘରୋଇ ସ୍ତ୍ରୀ ଳୋକ ଭୂମିକାରେ ଅଭିନୟ କରିଛନ୍ତି ।  ଯିଏ କି ଟିଭି ଓ ମ୍ୟୁଜିକ  ରିଅଲିଟି ସୋ ଦେଖିବାକୁ ବହୁତ ପସନ୍ଦ କରନ୍ତି । ନିଜ ଆପାର୍ଟମେଂଟରେ ଏମିତି ଜଣେ ସ୍ତ୍ରୀ ଲୋକ  ଯିଏ  ଛୁଆମାନହ୍କ ପାଇଁ ବହୁତ ଚିନ୍ତିତ ଅ ଛନ୍ତି । ସ୍ୱାମୀଙ୍କ ଚିନ୍ତାଧାରା ଠାରୁ ଅଲଗା ହୋଇ ନିଜ ଝିଅ ଭିତରେ ନିଜ ସ୍ୱପ୍ନକୁ ଖୋଜନ୍ତି ।  ଜୀବନରେ ସଂଘର୍ଷ ଓ ଘରର ପାରମ୍ପରିକ ବିଧି ବ୍ୟବସ୍ଥା ମଧ୍ୟରେ ରହି ସଂଘର୍ଷ କାହାଣୀକୁ ଫିଲ୍ମରେ ଦର୍ଶାଯାଇଛି ।

 – ଫିଲ୍ମରେ ଜାୟରାଙ୍କ ଅଭିନୟରେ ବାସ୍ତବତା ନଥିଲା,ଏଥିରେ ଫେକ ଥିବା ଜଣାପଡୁଥିଲା

-ଫିଲ୍ମରେ କେତେକ ଦୃଶ୍ୟ କାଳ୍ପନିକ ଭଳି ଲାଗୁଥିଲା । ଫିଲ୍ମରେ ସିକ୍ରେଟ ସୁପରଷ୍ଟାର ବି ନିଜକୁ ସେଭ କରିପାରିନଥିଲା ।

– ଏହି ସିନେମାର  ଦୁଇଟି କାହଣୀ ଉପରେ ଦଙ୍ଗଲ ଭଳି ଦମଦାର ନଥିଲା । ସିନେମାର କାହାଣୀ ଦୁଇଟି ଅର୍ଥକୁ ବୁଝାଉଥିଲା । ଯାହା ଦଙ୍ଗଲରେ ନଥିଲା । ଏହାକୁ ଆହୁରି ସଂପୂର୍ଣ୍ଣ ଭାବେ ସିନେମାରେ ଦେଖାଇବାର ଥିଲା ।