ବବଲ୍ ରାପକୁ ଗୋଟିଏ ଥର ଫଟାଇବା ଆରମ୍ଭ କଲେ ଅଟକି ନଥାଏ ହାତ ! ଜାଣନ୍ତୁ ଏହା ପଛରେ କଣ ରହିଛି ବୈଜ୍ଞାନିକ କାରଣ ।

51

ଯେକୌଣସି ସାମଗ୍ରୀ ଅନଲାଇନରେ ଅର୍ଡର କରିବା ଦ୍ୱାରା ସେହି ସାମଗ୍ରୀର ସୁରକ୍ଷା ପାଇଁ ତାହାକୁ ବବଲ ରାପର କଭର ଦ୍ୱାରା ସିଲ୍ କରାଯାଇଥାଏ । ତେବେ ପାର୍ସଲକୁ ପ୍ରଥମେ ଓପନ କରିବା ପରେ ଆମେ ସାମଗ୍ରୀକୁ ପରେ ଦେଖିଥାଉ କିନ୍ତୁ ବବଲ ରାପକୁ ପ୍ରଥମେ ହାତରେ ଫୁଟାଇଥାଉ । ସାଧାରଣତଃ ଆପଣଙ୍କ ସାମ୍ନାରେ ବବଲ ରାପ୍ ଥିଲେ ଏହାକୁ ଫୁଟାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ତେବେ ଗୋଟିଏ ଥର ଫୁଟାଇବା ପରେ ଏହାକୁ କ୍ରମାଗତ ଭାବେ ସମସ୍ତେ ଫୁଟାଇଥାନ୍ତି । ହେଲେ କେବେ ଭାବିଛନ୍ତି କି ଏପରି କାହିଁକି ହୋଇଥାଏ । ଏହି ସମ୍ବନ୍ଧରେ ଏକ ବୈଜ୍ଞାନିକ ରିସର୍ଚ ମଧ୍ୟ କରାଯାଇଛି ।

ଏକ ଅଧ୍ୟୟନ ଅନୁଯାୟୀ, ହାତରେ ଯେକୌଣସି ବସ୍ତୁ କିମ୍ବା ସାମଗ୍ରୀ ଧରିବା ଦ୍ୱାରା ମନକୁ ସନ୍ତୋଷ ମିଳିଥାଏ । ଯେକୌଣସି ବସ୍ତୁ ଛୋଟ ହେଉ କିମ୍ବା ବଡ ତାହା ହାତରେ ଆସିଲେ ସମସ୍ତଙ୍କ ମନକୁ ଶାନ୍ତି ମିଳିଥାଏ । ବୈଜ୍ଞାନିକ ମାନଙ୍କ କହିବା ଅନୁଯାୟୀ, କିଛି ଲୋକ ଯେତେବେଳେ ଅଧିକ ଦୁଃଖରେ ଥାଆନ୍ତି ଏବଂ ନିଜ କଷ୍ଟ ବିଷୟରେ ଭାବୁଥାନ୍ତି ସେତେବେଳେ ସେମାନେ ଅଜାଣତରେ ନିଜ ହାତ ଗୋଡ ହଲାଇଥାନ୍ତି । ଆଉ ଠିକ୍ ଏହାହିଁ କାରଣ ହେଉଛି ବବଲ୍ ରାପ୍ ଫଟାଇବା ଦ୍ୱାରା ଲୋକମାନଙ୍କୁ ସନ୍ତୋଷ ମିଳିଥାଏ । ଏହା ଛଡା ବୈଜ୍ଞାନିକମାନେ ଆଉ ଗୋଟିଏ କଥା କହିଛନ୍ତି ଯେ, ବବଲ ରାପ୍ ଫଟାଇବା ବେଳେ ଆପଣ ଯଦି ଅଲଗା କିଛି କାମ କରୁଛନ୍ତି ତେବେ ସେଥିରେ ଆପଣ ଅଧିକ ଧ୍ୟାନ ଦେଇଥାନ୍ତି । ଯଦି ବବଲ୍ ରାପ୍ ଫଟାଇବା ସମୟରେ ଆପଣ ବହି ପଢିଲେ ଆପଣଙ୍କ ଧ୍ୟାନଭ୍ରଷ୍ଟ ହେବନାହିଁ ।