କାହିଁକି ଓକିଲମାନେ କଳାକୋଟ୍ ପିନ୍ଧନ୍ତି ? ଜାଣିଛନ୍ତି କି ? 

50

ଶୀତ ହେଉ ବା ଗରମ । ଓକିଲମାନେ ସବୁବେଳେ ଗୋଟିଏ ରଙ୍ଗର କପଡାରେ କୋର୍ଟ ଭିତରେ ନଜର ଆସଥାନ୍ତି । ଆପଣମାନେ ଟେଲିଭିଜନରେ ଦେଖିଥିବେ ଓକିଲାତି କରୁଥିବା ସମୟରେ ଓକିଲମାନେ କଳା ରଙ୍ଗର କୋଟ୍ ପିନ୍ଧିଥାନ୍ତି । ତେବେ ଓକିଲମାନଙ୍କର ଏହି ଡ୍ରେସ୍ କୋଡ୍ ଆଜିର ନୁହେଁ ବରଂ ବହୁବର୍ଷ ପୁରୁଣା । କେବେ ଭାବିଛନ୍ତି କି ଓକିଲମାନେ କାହିଁକି ଏପରି କଳା କୋଟ୍ ପିନ୍ଧିଥାନ୍ତି ।

ଓକିଲାତିର ଆରମ୍ଭ ୧୩୨୭ରେ ହୋଇଥିଲା । ୧୬୩୭ରେ ପ୍ରସ୍ତାବ ଆସିଥିଲା କି ଓକିଲମାନଙ୍କୁ ଜନତାଙ୍କ ଅନୁସାରେ ଡ୍ରେସ୍ ପିନ୍ଧିବା ଦରକାର । କିନ୍ତୁ ଏହି ନିୟମରେ ପରିବର୍ତ୍ତନ ଆସିଥିଲା ୧୬୯୪ରେ । ବ୍ରିଟିଶ୍ ରାଣୀ ମେରୀଙ୍କର ବସନ୍ତ ରୋଗରେ ଦେହାନ୍ତ ହେବା ପରେ ରାଜା ବିଲିୟନ୍ସ ସମସ୍ତ ବିଚାରପତି ଏବଂ ଓଳିଲମାନଙ୍କୁ ଶୋକସଭାରେ କଳା ରଙ୍ଗର ଗାଉନ୍ ପିନ୍ଧିଆସିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଓକିଲମାନେ ଏହି ଆଦେଶକୁ ପାଳନ କରିଥିଲେ । ତେବେ ରାଜା ବିଲିୟନ୍ସ ଏହି ଆଦେଶକୁ ଆଉ ଫେରାଇ ନଥିଲେ । ଯେଉଁଥିପାଇଁ ସେବେଠାରୁ ଏହି ପ୍ରଥା ଚାଲିଆସୁଛି । ପରେ ଏହାକୁ ଆଇନର ରୂପ ଦିଆଗଲା । ଅଧିନିୟମ ୧୯୬୧ ଅନୁସାରେ, ଅଦାଲତକୁ ଧଳା ଟାଇ ସହ କଳା କୋଟ୍ ପିନ୍ଧି ଆସିବାକୁ ବାଧ୍ୟତାମୂଳକ ।

ଏହା ବ୍ୟତୀତ ଅନ୍ୟ କାରଣ ଗୁଡିକ ହେଲା –

କୋର୍ଟରେ କଳାରଙ୍ଗର ଗାଉନ୍ ପିନ୍ଧିବା ଦ୍ୱାରା ଅନୁଶାସନ ଆସିଥାଏ ଏବଂ ନ୍ୟାୟ ପ୍ରତି ବିଶ୍ୱାସ ଦୃଢ ହୋଇଥାଏ ।

କଳା ରଙ୍ଗକୁ ଶକ୍ତି, ଅଧିକାର ଏବଂ ଆତ୍ମବିଶ୍ୱାସର ପ୍ରତୀକ ବୋଲି କୁହାଯାଏ ।

ଅନ୍ୟ ଏକ କାରଣ ହେଉଛି କଳା ରଙ୍ଗ ଦୃଷ୍ଟିହୀନତାର ପ୍ରତିକ । ତେଣୁ ଏହାକୁ ପିନ୍ଧି କୌଣସି ଓଳିଲ ପକ୍ଷପାତିତା କରିନଥାନ୍ତି ।