ଆପ୍-କଂଗ୍ରେସ ମଧ୍ୟରେ ମେଂଟ ସମ୍ଭାବନାରେ ପୂର୍ଣ୍ଣଛେଦ ! ମନା କଲେ ରାହୁଲ, ଦିଲ୍ଲୀରେ ଏଥର ତ୍ରିକୋଣୀୟ ମୁକାବିଲା

91

କନକ ବ୍ୟୁରୋ : ଦିଲ୍ଲୀର ୭ ଲୋକସଭା ସିଟରେ ହେବ ତ୍ରିକୋଣୀୟ ମୁକାବିଲା । ଆପ୍-କଂଗ୍ରେସ ମଧ୍ୟରେ ଥିବା ମେଂଟ ସମ୍ଭାବନାରେ ଧୀରେ ଧୀରେ ଶେଷ ହେବାରେ ଲାଗିଛି । ଦିଲ୍ଲୀ ଲୋକସଭା ପାଇଁ ସ୍ପଷ୍ଟ ହୋଇଛି ଚିତ୍ର । ଏଥର ଦିଲ୍ଲୀରେ ବିଜେପି ବନାମ୍ ଆପ୍ ବନାମ୍ କଂଗ୍ରେସ ।

ଦିଲ୍ଲୀରେ କଂଗ୍ରେସ ଏବଂ ଆପର ମହାମେଂଟକୁ ନେଇ ଚାଲିଥିବା ସସପେନ୍ସ ଶେଷ ହୋଇଛି । ଦିଲ୍ଲୀରେ ଆପ ସହ କୌଣସୀ ମହାମେଂଟ ହେବ ନାହିଁ ବୋଲି ରାହୁଲ ଗାନ୍ଧୀ ମନା କରିଛନ୍ତି । ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଆମନ୍ତ୍ରଣ କ୍ରମେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ମେଗା ରାଲିରେ ଯୋଗଦେବାର ଦିନକ ପରେ ବିଶାଖାପଟନମ୍ ବିମାନ ବନ୍ଦର ଠାରେ ଆମ୍ ଆଦ୍ମି ପାର୍ଟିର ମୁଖ୍ୟ ବିବୃତି ଦେଇ ଏ କଥା କହିଛନ୍ତି । ଲମ୍ବା ସମୟ ଧରି ଆପ-କଂଗ୍ରେସ ମଧ୍ୟରେ ମେଂଟ ପାଇଁ ଚେଷ୍ଟା କରାଯାଉଥିଲା । ଉଭୟ ଦଳ ମଧ୍ୟରେ ମେଂଟ ନହେବାର ଅନେକ କାରଣ ରହିଛି ।

image courtesy – www.ndtv.com

ସୋମବାର ସୁଦ୍ଧା ଦିଲ୍ଲୀରେ ମହାମେଂଟର ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତ କହିଥିଲେ । କିନ୍ତୁ କଂଗ୍ରେସ ପକ୍ଷରୁ କୌଣସୀ ଔପଚାରିକ ଘୋଷଣା ହେବା ପୂର୍ବରୁ ଆପ ପକ୍ଷରୁ ଅରବିନ୍ଦ କେଜରିୱାଲ ଏହି ଘୋଷଣା କରିଛନ୍ତି ।