ବାପାଙ୍କ ପାଇଁ ନିର୍ବାଚନ ପ୍ରଚାର କରିବାକୁ ୫ ମାସ ଛୁଟି ଆଣିଲେ କେଜ୍ରିୱାଲଙ୍କ ଝିଅ । ଘରକୁ ଘର ବୁଲି ବାପାଙ୍କ ପାଇଁ ଭୋଟ ମାଗୁଛନ୍ତି ହର୍ଷିତା ।

564

ବାପାଙ୍କ ପାଇଁ ଝିଅର ଦମଦାର ପ୍ରଚାର । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏବେ ଆମ ଆଦମୀ ପାର୍ଟି ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଛି । ପୁଣି ଥରେ ଦିଲ୍ଲୀ ଆସନ ଜିତିବାକୁ କେଜ୍ରିୱାଲ ଆଜି ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇଥିଲେ ମଧ୍ୟ ବିଳମ୍ବ କାରଣରୁ ନାମାଙ୍କନପତ୍ର ଦାଖଲ କରିପାରିନଥିଲେ । ତେବେ ନାମାଙ୍କନପତ୍ର ଦାଖଲ ପୂର୍ବରୁ ଏବେ କେଜ୍ରିୱାଲଙ୍କୁ ଜିତାଇବାକୁ ଏବେ ଅଣ୍ଟା ଭିଡିଛନ୍ତି ତାଙ୍କ ଝିଅ ଓ ପତ୍ନୀ । କେଜ୍ରିୱାଲଙ୍କ ନିର୍ବାଚନ ପ୍ରଚାର ପାଇଁ ତାଙ୍କ ପତ୍ନୀ ସୁନିତା ଓ ଝିଅ ହର୍ଷିତା ଭୋଟରଙ୍କ ପାଖରେ ପହଞ୍ଚିଛନ୍ତି । ଖାସକରି ବାପାଙ୍କୁ ଜିତାଇବାକୁ ଝିଅ ହର୍ଷିତା ଘରକୁ ଘର ବୁଲି କ୍ୟାମ୍ପେନ ଆରମ୍ଭ କରିଛନ୍ତି ।

ଆପ ଦଳର ୫ ବର୍ଷର ରିପୋର୍ଟ କାର୍ଡ ଧରି ଏବେ ହରଷିତା ଲୋକଙ୍କ ପାଖକୁ ଯାଇ ବାପାଙ୍କୁ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି । ହର୍ଷିତା ଆଇଆଇଟି ଦିଲ୍ଲୀରୁ ଇଂଜିନିୟରିଂ ସମାପ୍ତ କରିଥିବାବେଳେ ଗୁଡଗାଓଁରେ ଏକ କମ୍ପାନୀରେ ଚାକିରି କରୁଛନ୍ତି । ତେବେ ବର୍ତ୍ତମାନ ଦିଲ୍ଲୀରେ ରାଜନୀତି ପାଣିପାଗ ଚାଲିଥିବାରୁ ନିଜ ଅଫିସରୁ ବାପାଙ୍କ ପାଇଁ ପ୍ରଚାର କରିବାକୁ ୫ ମାସ ଛୁଟି ନେଇ ଆସିଛନ୍ତି।

ସେହିପରି କେଜ୍ରିୱାଲଙ୍କ ପୁଅ ପୁଲକିତ କେଜ୍ରିୱାଲ ମଧ୍ୟ ଆଇଆଇଟି ଦିଲ୍ଲୀରେ ପାଠ ପଢୁଥିବାବେଳେ ସନ୍ଧ୍ୟା ୫ଟାରେ କଲେଜ ସରିବା ପରେ ବାପାଙ୍କ ପାଇଁ ପ୍ରଚାର କରୁଛନ୍ତି । ଏଠାରେ ସୂଚନା ଥାଉ କି ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆସନ୍ତା ଫେବ୍ରୁଆରି ୮ ତାରଖ ଦିନ ଭୋଟ ଗ୍ରହଣ କରାଯିବ ଓ ଫେବ୍ରୁଆରି ୧୧ରେ ଫଳାଫଳ ପ୍ରକାଶ ପାଇବ।