‘ବିଗବସ’ ବିଜେତା ହେବ କିଏ ? ଜାଣନ୍ତୁ  କାହା ଉପରେ ରହିଛି ସଲମାନଙ୍କ ପରିବାରର ଆଶିର୍ବାଦ 

41

ପ୍ରତିବର୍ଷ ଅପେକ୍ଷା ଏ ବର୍ଷ ‘ବିଗବସ ୧୧’ ସିଜନ ସବୁଠାରୁ ନିଆରା ଏହା ସମସ୍ତେ ଜାଣନ୍ତି । ପୂର୍ବରୁ ଏଠାରେ ସବୁବେଳେ ପ୍ରେମ,ଭଲପାଇବା ଠାରୁ ଆରମ୍ଭ କରି କଳି ଝଗଡ଼ା ପର୍ଯ୍ୟନ୍ତ ସବୁକିଛି ଦେଖିବାକୁ ମିଳିଥିଲା । କିନ୍ତୁ ଏହି ସିଜନ ସବୁଠାରୁ ନିଆରା । ଚଳିତ ବର୍ଷ ଏଠାରେ କିଛି ନୂଆ ଦେଖିବାକୁ ମିଳିଛି,ତାହା ହେଉଛି ମା ଓ ଛୁଆର ସଂପର୍କ । ଯାହା ସବୁଠାରୁ ଚିତ୍ତା କର୍ଷକ ।

ତେବେ ‘ବିଗବସ’ ଚଳିତ ସିଜନର ବିଜେତାଙ୍କୁ ନେଇ ସବୁବେଳେ ଚର୍ଚ୍ଚା  ଜୋର ହେଉଛି । ଆଜି ବିଜେତା ଘୋଷଣା କରିବାର ଶେଷ ଦିନ । ସମସ୍ତେ ବିଜେତାଙ୍କ ନାମ ଶୁଣିବା ପାଇଁ ଉତ୍ସାହିତ । ତେବେ ସେଲିବ୍ରେଟିମାନେ ବାଦ ପଡ଼ିବେ କେମିତି? ବାସ୍ତବରେ ସଲମାନଙ୍କ ମାଆଙ୍କୁ ମଧ୍ୟ ପଚରାଯାଇଥିଲା, ଆପଣ କେଉଁ  ପ୍ରତିଯୋଗୀଙ୍କୁ ପସନ୍ଦ କରନ୍ତି ? ଏବେ ସେହି ସମାନ ପ୍ରଶ୍ନ ପଚରାଯାଇଛି ସଲମାନଙ୍କ ଭାଇ ଅରବାଜଙ୍କୁ । ତାଙ୍କୁ ଏହା ପଚାରିବାର କାରଣ ହେଉଛି ତାଙ୍କ ଭାଇ ସଲମାନ ଏହି ସୋ’ର ହୋଷ୍ଟ କରୁଛନ୍ତି । ଅରବାଜ ତାଙ୍କର ଆଗାମୀ ଫିଲ୍ମ ‘ନିର୍ଦ୍ଦୋଷ’ର ପ୍ରମୋଶନ ପାଇଁ ନ୍ୟୁଜ ୧୮ ଅଫିସରେ ପହଂଚିଥିଲେ । ଯେଉଁଠାରେ ଫିଲ୍ମରେ ସମସ୍ତ କଳାକାର ଉପସ୍ଥିତ ଥିଲେ ।

ତେବେ ପ୍ରଶ୍ନର ଉତ୍ତରରେ ସେ  ଶିଳ୍ପା ସିନେ୍ଧଙ୍କ ନାଁ ନେଇଥିଲେ । ଅସ୍ମିତ ପଟେଲ ମଧ୍ୟ ଶିଳ୍ପାଙ୍କୁ ସମର୍ଥନ କରିଛନ୍ତି,କିନ୍ତୁ ଅନ୍ୟ ପକ୍ଷରେ ସେ କହିଛନ୍ତିଯେ ପୁନିଶ ସାଧାରଣ ମଣିଷ ହୋଇଥିବାରୁ ସେ ବିଜେତା ହେବା ଦରକାର । ତେବେ ସେଠାରେ ଉପସ୍ଥିତ ଥିବା ପୂର୍ବ ପ୍ରତିଯୋଗୀ ମହକ ମଧ୍ୟ ଶିଳ୍ପାଙ୍କୁ ବିଜେତା ଭାବରେ ଦେଖିବାକୁ ଚାହୁଁଥିବା କଥା କହିଛନ୍ତି ।