ବିଜେପିର ମଙ୍ଗ ଧରିବ କିଏ ? ଶାହାଙ୍କ ଉତ୍ତରାଧିକାରୀ ଦୌଡ଼ରେ ନଡ୍ଡା ଓ ଭୁପେନ୍ଦ୍ର, କାହାକୁ ଭରସିବ ଦଳ ?

208

କନକ ବ୍ୟୁରୋ: ଶାହାଙ୍କ ସ୍ଥାନ ନେବ କିଏ? ବିଜେପିର ମଙ୍ଗ ଧରି କିଏ ହାତେଇବ ରାଷ୍ଟ୍ରୀୟ ଅଧ୍ୟକ୍ଷ ସିଟ୍? ଏଭଳି ପ୍ରଶ୍ନ ଦିଲ୍ଲୀ ବିଜେପି ହେଡ୍ ଅଫିସରୁ ରାଜ୍ୟ ବିଜେପି କ୍ୟାମ୍ପରେ କମ୍ପନ ହେବାରେ ଲାଗିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ନେଇ ଦଳରେ ବିଚାର ବିମର୍ଷ ଆରମ୍ଭ ହୋଇଛି । ପୂର୍ବତନ ଅଧ୍ୟକ୍ଷ ଅମିତ ଶାହ ଏବେ ଗୃହମନ୍ତ୍ରାଣଳୟ ଦାୟିତ୍ୱ ନେବାପରେ ଖୁବ୍ ଶୀଘ୍ର ଏହି ପଦବୀ ପୂରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ଅନ୍ୟପଟେ ଶାହାଙ୍କ ଭଳି କିଏ ବିଚକ୍ଷଣ ଓ ଚତୁରତାର ସହ ବିଜେପି ମଙ୍ଗ ସମ୍ଭାଳି ପାରିବ ସେନେଇ ସଂଘ ପରିବାର ସହ ବିଜେପିର ଶୀର୍ଷ ନେତାମାନଙ୍କ ମଧ୍ୟରେ ମାନସମନ୍ଥନ ଚାଲିଛି । ତେବେ ପୂର୍ବରୁ ଏହି ପଦବୀ ପାଇଁ ହିମାଚଳପ୍ରଦେଶର ଜେ.ପି.ନଡ୍ଡାଙ୍କ ନାମ ବେଶ୍ ଚର୍ଚ୍ଚାରେ ରହିଛି । କେବଳ ନଡ୍ଡା ବରଂ ରାଜସ୍ଥାନ ରାଜ୍ୟସଭା ସାଂସଦ ଭୂପେନ୍ଦ୍ର ଯାଦବଙ୍କ ନାଁ ମଧ୍ୟ ଗେରୁଆ କ୍ୟାମ୍ପରେ ଶୁଣିବାକୁ ମିଳୁଛି । ହେଲେ ଶାହାଙ୍କ ସିଂହାସନ ଉତ୍ତରାଧିକାରୀ ଦୌଡ଼ରେ ଭୂପେନ୍ଦ୍ରଙ୍କ ତୁଳନାରେ ନଡ୍ଡା ଆଗରେ ଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

୧୯ ଯୁଦ୍ଧର ସଫଳ ଗୋଟିଚାଳନା କରି ପୂର୍ବତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶାହା ଯେଉଁଭଳି ବିଜେପିକୁ ବଡ଼ ବିଜୟ ଦେଲେ ତାହା ପ୍ରତିପାଦିତ ହୋଇଛି । ତେଣୁ ଶାହାଙ୍କ ଭଳି ଜଣେ ସଠିକ୍ ରାଜନୀତି ଗୋଟିଚାଳନା କରୁଥିବା ବିଜେପି ହେଭିୱେଟଙ୍କୁ ହିଁ ଉତ୍ତରାଧିକାରୀ କରି ସଭାପତି ଆସନରେ ବସାଇବ ବିଜେପି ।