ବାଙ୍କୀ ବ୍ୟାଟଲଗ୍ରାଉଣ୍ଡରେ ବାଜି ମାରିବ କିଏ? ସମ୍ମାନଜନକ ଆସନ ହାତେଇବା ପାଇଁ ନୂଆ ବନାମ ପୁରୁଣା ଲଢେଇ । ଭୋଟରଙ୍କ ଭରସା ଜିତିବ କିଏ?

385

କନକ ବ୍ୟୁରୋ : ବାଙ୍କୀ ଗଡ ହାତେଇବ କିଏ? ସମ୍ମାନଜନକ ବାଙ୍କୀ ଆସନ ହାତେଇବା ପାଇଁ ଚଳିତ ଥର ବିଗ୍ ଫାଇଟ ଦେଖିବାକୁ ମିଳିବ । ଏହି ଗଡ ଦଖଲ କରିବା ପାଇଁ କଂଗ୍ରେସ ନିଜର ପୁରୁଣା ସିପାହୀଙ୍କୁ ମୈଦାନକୁ ଓହ୍ଲାଇଥିବା ବେଳେ ବିଜେପି ଓ ବିଜେଡି ନୂଆ ଯୋଦ୍ଧାଙ୍କୁ ଧରି ନିର୍ବାଚନ କୁରୁକ୍ଷେତ୍ରଙ୍କୁ ଓହ୍ଲାଇଛନ୍ତି । ତେବେ ଗତ ନିର୍ବାଚନରେ କେଉଁ ଦଳର ପ୍ରଦର୍ଶନ କିଭଳି ଥିଲା ତାହା ଉପରେ ନଜର ପକାନ୍ତୁ ।

୨୦୧୯ର ଲଢେଇ
ବିଜେଡି: ଦେବୀରଞ୍ଜନ ତ୍ରିପାଠୀ
କଂଗ୍ରେସ: ଦେବାଶିଷ ପଟ୍ଟନାୟକ
ବିଜେପି: ଶୁଭ୍ରାଂଶୁ ମୋହନ ପାଢୀ

ବିଜେଡି: ଦେବୀରଞ୍ଜନ ତ୍ରିପାଠୀ
– ୪ଥରର ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ
– ବିଜୁ ଛାତ୍ର ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି
– ବାପାଙ୍କ ବଦଳରେ ଟିକେଟ୍ ମିଳିଛି

କଂଗ୍ରେସ: ଦେବାଶିଷ ପଟ୍ଟନାୟକ
– ୨୦୦୪ରେ ବିଧାୟକ
– ୨୦୦୯ରେ ପରାଜିତ
– ୨୦୧୪ରେ ବେଗୁନିଆରୁ ଲଢି ପରାଜିତ
– ୨୦୧୯ରେ ପୁଣି ବାଙ୍କୀରୁ ଲଢୁଛନ୍ତି

ବିଜେପି: ଶୁଭ୍ରାଂଶୁ ମୋହନ ପାଢୀ
– ୨୦୦୯ରେ ପରାଜିତ
– ୨୦୧୪ରେ ସ୍ୱାଧୀନ ଭାବେ ଲଢି ପରାଜିତ
– ତୃତୀୟଥର ପାଇଁ ନିର୍ବାଚନ ଲଢୁଛନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ
– ବାଙ୍କୀ , ବାଙ୍କୀ-ଡମପଡା ବ୍ଳକ୍ ଏବଂ ବାରଙ୍ଗ ବ୍ଳକ୍କୁ ନେଇ ବାଙ୍କୀ ନିର୍ବାଚନମଣ୍ଡଳୀ
– ୧୯୫୧ରେ ଗଠନ ହୋଇଥିଲା ନିର୍ବାଚନମଣ୍ଡଳୀ
– କଟକ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
– ବିଜେଡିର ପ୍ରଭାତ ତ୍ରିପାଠୀ ୪ଥର ବିଧାୟକ
– ଯୋଗେଶ ଚନ୍ଦ୍ର ରାଉତ ୪ଥର ବିଧାୟକ

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୦ ହଜାର ୭୩୯
– ମତ ଦେଇଥିଲେ – ୧ ଲକ୍ଷ ୪୬ ହଜାର ୧୯୫
– ଭୋଟଦାନ ହାର – ୭୬.୬୫%

୨୦୧୪ର ଫଳାଫଳ
ପ୍ରାର୍ଥୀ                              ଦଳ                ଭୋଟ                ପ୍ରତିଶତ           ଫଳାଫଳ
ପ୍ରଭାତ କୁମାର ତ୍ରିପାଠୀ       ବିଜେଡି            ୮୫,୮୦୯           ୫୮.୬୯%          ବିଜୟୀ
ରବିନ୍ଦ୍ର କୁମାର ମଲିକ         କଂଗ୍ରେସ          ୪୨,୦୫୧            ୨୮.୭୬%          ପରାସ୍ତ
ଅଜୟ କୁମାର ସ୍ୱାଇଁ          ବିଜେପି             ୮,୬୭୨             ୫.୯୩%           ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ପ୍ରଭାତ କୁମାର ତ୍ରିପାଠୀ ନିର୍ବାଚନ ଜିତିଥିଲେ
– ୮୫ ହଜାର ୮୦୯ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ର କୁମାର ମଲିକଙ୍କୁ ପରାସ୍ତ କରିଥିଲେ
– ୪୩ ହଜାର ୭୫୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୮ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ