ପାରଳାଖେମୁଣ୍ଡିରେ ପଗଡ଼ି ପିନ୍ଧିବ କିଏ ? ପ୍ରାର୍ଥୀଙ୍କ ମନରେ ଉତ୍କଣ୍ଠା, ଭୋଟ୍ ଦେଉଛନ୍ତି ଜନତା . . .

87

କନକ ବ୍ୟୁରୋ : ପାରଳାଖେମୁଣ୍ଡି ପାଇଁ ବିଧାୟକ ବାଛୁଛନ୍ତି ଭୋଟର । ଏଥର କାହାକୁ ବାଛିବେ ଭୋଟର ? ପାରଳାଖେମୁଣ୍ଡି, କାଶୀନଗର ବ୍ଳକ୍ ଓ ଏନଏସି, ଗୁମ୍ମା ଓ ଗୋଷାଣୀ ବ୍ଳକକୁ ନେଇ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଗଠିତ । କାଶୀନଗର ବ୍ଲକ ଓ ଏନଏସି, ପାରଳାଖେମୁଣ୍ଡି ମ୍ୟୁନିସପାଲଟି ଓ ଗୋଷାଣୀ ବ୍ଳକ୍ ବିଜେଡି ଦଖଲରେ ରହିଛି । ଗୁମ୍ମା ବ୍ଳକ୍ କଂଗ୍ରେସ କବଜାରେ ରହିଛି ।

୨୦୧୯ର ଲଢେଇ
ବିଜେଡି : କଲ୍ୟାଣୀ ଦେବୀ
କଂଗ୍ରେସ : କେ. ସୂର୍ଯ୍ୟା ରାଓ
ବିଜେପି : କେ. ନାରାୟଣ ରାଓ

ବିଜେଡି: କଲ୍ୟାଣୀ ଦେବୀ
– ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ନାତୁଣୀ
– ପୂର୍ବତନ ସାଂସଦ ତଥା ପାରଳା ରାଜା ଗୋପିନାଥ ଗଜପତିଙ୍କ ଝିଅ
– ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ
– ନିକଟରେ ବିଜେଡିରେ ସାମିଲ ହୋଇଥିଲେ

କଂଗ୍ରେସ: କେ. ସୂର୍ଯ୍ୟ ରାଓ
– ୨୦୧୪ରେ ବିଧାୟକ
– ପାରଳାଖେମୁଣ୍ଡି ତେଲୁଗୁ ସଂପ୍ରଦାୟର ବଡ ଭୋଟ୍ ବ୍ୟାଙ୍କ ରହିଛି
– ପ୍ରଥମ ଥର ଲଢି ବିଧାୟକ ହୋଇଥିଲେ
– ଗଜପତି ଜିଲ୍ଲାର ଯୁବ ସଂଗଠକ

ବିଜେପି: କେ. ନାରାୟଣ ରାଓ
– ୨୦୦୯ରେ ବିଧାୟକ ହୋଇଥିଲେ
– ୨୦୧୪ରେ ବିଜେଡିରୁ ୧୪୧୯ ଖଣ୍ଡ ଭୋଟ୍ ବ୍ୟବଧାନରେ ହାରିଥିଲେ
– ଟିକେଟ୍ ନମିଳିବାରୁ ବିଜେପିରେ ସାମିଲ ହୋଇଛନ୍ତି
– ପାରଳାଖେମୁଣ୍ଡିରେ ବିଜେଡି ବିଦ୍ରୋହୀ ପ୍ରାର୍ଥୀ
– ବରିଷ୍ଠ ନେତା, ଦୃଢ ସଂଗଠକ

ମୈଦାନରେ ମହିଳା ପ୍ରାର୍ଥୀ
– କଲ୍ୟାଣୀ ଦେବୀ (ବିଜେଡି)

ମୁହାଁମୁହିଁ ପ୍ରାର୍ଥୀ
– କେ. ନାରାୟଣ ରାଓ ୨୦୦୯ରେ ବିଜେଡିରୁ ବିଧାୟକ ହୋଇଥିଲେ
– ଏବେ ଟିକେଟ୍ ନମିଳିବାରୁ ବିଜେପିରେ ଯୋଗ ଦେଇଛନ୍ତି
– କଂଗ୍ରେସ ପ୍ରାର୍ଥୀ କେ. ସୂର୍ଯ୍ୟ ରାଓ ୨୦୧୪ରେ ବିଧାୟକ ହୋଇଛନ୍ତି
– ବିଜେଡି ପ୍ରାର୍ଥୀ କଲ୍ୟାଣୀ ଦେବୀ ପାରଳା ରାଜା ଗୋପିନାଥ ଗଜପତିଙ୍କ ଝିଅ
– ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି କଲ୍ୟାଣୀ ଦେବୀ

ପାରଳାଖେମୁଣ୍ଡି ବିଧାନସଭା ଆସନ
– ପାରଳାଖେମୁଣ୍ଡି କଂଗ୍ରେସର ଗଡ
– ତ୍ରିନାଥ ସାହୁ ୩ ଥର( ୧୯୯୫ରୁ ୨୦୦୪) ବିଧାୟକ ହୋଇଥିଲେ
– ୨୦୦୯ରେ ବିଜେଡି ଜିତିଥିଲା
– ୨୦୧୪ରେ ପୁଣି କଂଗ୍ରେସ ଜିତିଲା
– ପାରଳା ରାଜପରିବାରର ଦଖଲ ରହିଛି

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୪ ହଜାର ୪୮୪
– ମତ ଦେଇଥିଲେ – ୧ ଲକ୍ଷ ୩୫ ହଜାର ୦୦୧
– ଭୋଟଦାନ ହାର – ୬୯.୪୧ %

୨୦୧୪ର ଫଳାଫଳ
ପ୍ରାର୍ଥୀ                                ଦଳ             ଭୋଟ            ପ୍ରତିଶତ         ଫଳାଫଳ
କେ.ନାରାୟଣ ରାଓ                ବିଜେଡି         ୫୯,୫୯୫     ୪୪.୧୪%      ପରାସ୍ତ
କେ. ସୂର୍ଯ୍ୟ ରାଓ                    କଂଗ୍ରେସ        ୬୧,୦୧୪    ୪୫.୨୦%       ବିଜୟୀ
ତ୍ରିପତି ନାୟକ                       ବିଜେପି         ୬୯୩୮        ୫.୧୪%          ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – କେ.ନାରାୟଣ ରାଓ
ଦଳ – ବିଜେଡି
ଭୋଟ – ୫୯,୫୯୫
ପ୍ରତିଶତ – ୪୪.୧୪%
ଫଳାଫଳ – ପରାସ୍ତ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ତ୍ରିପତି ନାୟକ
ଦଳ – ବିଜେପି
ଭୋଟ – ୬୯୩୮
ପ୍ରତିଶତ – ୫.୧୪%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – କେ. ସୂର୍ଯ୍ୟ ରାଓ
ଦଳ – କଂଗ୍ରେସ
ଭୋଟ – ୬୧,୦୧୪
ପ୍ରତିଶତ – ୪୫.୨୦%
ଫଳାଫଳ – ବିଜୟୀ

କିଏ ମାରିଥିଲା ବାଜି?
– କଂଗ୍ରେସର କେ. ସୂର୍ଯ୍ୟ ରାଓ ବିଜୟୀ ହୋଇଥିଲେ
– ୫୯ ହଜାର ୫୯୫ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
– ବିଜେଡି ପ୍ରାର୍ଥୀ କେ.ନାରାୟଣ ରାଓଙ୍କୁ ପରାସ୍ତ କରିଥିଲେ
– ୧୪୧୯ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
– ବିଜେପି ପ୍ରାର୍ଥୀଙ୍କ ସମେତ ୯ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
– ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୭୯ ହଜାର ୭୭୦
– ମତ ଦେଇଥିଲେ – ୧ ଲକ୍ଷ ୧୪ ହଜାର ୫୨୬
– ଭୋଟଦାନ ହାର –

୨୦୦୯ର ଫଳାଫଳ
ପ୍ରାର୍ଥୀ                                   ଦଳ          ଭୋଟ        ପ୍ରତିଶତ           ଫଳାଫଳ
କେ. ନାରାୟଣ ରାଓ                  ବିଜେଡି     ୫୮୫୨୮   ୫୧.୧୦%       ବିଜୟୀ
ତ୍ରୀନାଥ ସାହୁ                           କଂଗ୍ରେସ    ୪୩୫୮୭   ୩୮.୦୬%       ପରାସ୍ତ
ଟି.କୁରାନା                              ବିଜେପି      ୬୬୮୬      ୫.୮୪%         ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – କେ. ନାରାୟଣ ରାଓ
ଦଳ – ବିଜେଡି
ଭୋଟ – ୫୮୫୨୮
ପ୍ରତିଶତ – ୫୧.୧୦%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ଟି.କୁରାନା
ଦଳ – ବିଜେପି
ଭୋଟ – ୬୬୮୬
ପ୍ରତିଶତ – ୫.୮୪%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ତ୍ରୀନାଥ ସାହୁ
ଦଳ – କଂଗ୍ରେସ
ଭୋଟ – ୪୩୫୮୭
ପ୍ରତିଶତ – ୩୮.୦୬%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର କେ. ନାରାୟଣ ରାଓ ବିଜୟୀ ହୋଇଥିଲେ
– ୫୮ ହଜାର ୫୨୮ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ତ୍ରୀନାଥ ସାହୁଙ୍କୁ ପରାସ୍ତ କରିଥିଲେ
– ୧୪ ହଜାର ୯୪୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୬ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
– ୨୦୧୪ରେ କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀ ବଦଳିଥିଲେ ।
– ତ୍ରୀନାଥ ସାହୁଙ୍କ ସ୍ଥାନରେ କେ. ସୂର୍ଯ୍ୟା ରାଓଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ ଏବଂ ବିଜୟୀ ହୋଇଥିଲା ।
– ଟି. କୁରାନାଙ୍କ ବଦଳରେ ୨୦୧୪ରେ ତ୍ରିପତି ନାୟକଙ୍କୁ ବିଜେପି ପ୍ରାର୍ଥୀ କରିଥିଲା ।