ପ୍ରଧାନମନ୍ତ୍ରୀ ରେସରେ ନବୀନ ! ଜାତୀୟ ରାଜନୀତିରେ ଜୋରଦାର ଚର୍ଚ୍ଚା, କିଏ ହେବେ ଭାରତର ଆଗାମୀ ପ୍ରଧାନମନ୍ତ୍ରୀ ? ପ୍ରଶାନ୍ତ କିଶୋର ପଚାରିଲେ ପ୍ରଶ୍ନ ।

141

କନକ ବ୍ୟୁରୋ : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା । ୨୦୧୯ ନିର୍ବାଚନରେ କିଏ ହେବ ଭାରତର ପ୍ରଧାନମନ୍ତ୍ରୀ ସେନେଇ ଚର୍ଚ୍ଚା ଚାଲିଥିଲା ବେଳେ ବିଶିଷ୍ଟ ରାଜନୀତି ସମୀକ୍ଷକ ତଥା ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କ ଅନଲାଇନ ଓପିନିୟନ ପୋଲ ଏହାକୁ ଏକ ଖୋରାକ ଯୋଗାଇଛି । ଏହି ଓପିନିଅନ ପୋଲରେ ୧ କୋଟି ଜନସାଧାରଣ ସେମାନଙ୍କର ପ୍ରିୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାଛିବେ । ପ୍ରଶାନ୍ତ କିଶୋରଙ୍କ ତାଲିକାରେ ଅଛନ୍ତି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଓପିନିୟନ ପୋଲର ଭୋଟିଂ ଆସନ୍ତା ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଗଷ୍ଟ ୧୫ରେ ଏହି ଓପିନିୟନ ପୋଲରେ କିଏ ଆଗରେ ରହିଛି ତାହା ଘୋଷଣା କରାଯିବ । ତାଲିକାରେ ନବୀନଙ୍କ ନାଁ କହିବାକୁ ନେଇ ଓଡିଶା ରାଜନୀତିରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ବିଜେଡି କହିଛିି ନବୀନଙ୍କର ସ୍ୱଚ୍ଛ ଭାବମୂର୍ତି ଆଉ ଦକ୍ଷତା ଜାତୀୟ ସ୍ତରରେ ରହିଛି । ଅନ୍ୟପକ୍ଷରେ ଏହା ପ୍ରାୟୋଜିତ ବୋଲି କହିଛନ୍ତି କଂଗ୍ରେସ ଓ ବିଜେପି ।