ଚିକିଟିରେ ପ୍ରାର୍ଥୀ ମୁହାଁମୁହିଁ ! କାହାକୁ ବିଧାୟକ ଭାବେ ବାଛିବେ ଭୋଟର ? ଚାଲିଛି ଜୋରଦାର ପ୍ରତିଯୋଗିତା . . .

34

କନକ ବ୍ୟୁରୋ : ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଚିକିଟ ନିର୍ବାଚନ ମଣ୍ଡଳୀ ମଧ୍ୟ ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ । ଚିକିଟି ବ୍ଳକ୍ , ଚିକିଟି ଏନଏସି ଏବଂ ପାତ୍ରପୁର ବ୍ଳକକୁ ନେଇ ଏହି ନିର୍ବାଚନ ମଣ୍ଡଳୀ ଗଠିତ । ଚିକିଟି ଓ ପାତ୍ରପୁର ବ୍ଳକ୍ ବିଜେଡି ହାତରେ ରହିଛି । ଚିକିଟି ଏନଏସି ବି ବିଜେଡି ଦଖଲରେ ରହିଛି ।

୨୦୧୯ର ଲଢେଇ
ବିଜେଡି: ଉଷା ଦେବୀ
କଂଗ୍ରେସ: ସୁବାସ ଚନ୍ଦ୍ର ରାଉତ
ବିଜେପି: ମନୋରଂଜନ ଦ୍ୟାନସାମନ୍ତରା

ବିଜେଡି: ଉଷା ଦେବୀ
– ୫ ଥର ବିଧାୟିକା ଏବଂ ମନ୍ତ୍ରୀ
– ୨୦୦୦ ରୁ ଲଗାତର ୪ ଥର ବିଧାୟିକା
– ୧୯୯୦ରେ ଜନତା ଦଳରୁ ବିଧାୟିକା ଥିଲେ

କଂଗ୍ରେସ: ସୁବାସ ଚନ୍ଦ୍ର ରାଉତ
– ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚନ ଲଢୁଛନ୍ତି
– ପୂର୍ବରୁ କୌଣସି ପ୍ରକାରର ନିର୍ବାଚନ ଲଢିନାହାଁନ୍ତି

ବିଜେପି : ମନୋରଂଜନ ଦ୍ୟାନସାମନ୍ତରା
– କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି
– ୨ ଥର ନିର୍ବାଚନ ଲଢି ହାରିଛନ୍ତି
– ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାଙ୍କ ପୁଅ

ମୁହାଁମୁହିଁ ପ୍ରାର୍ଥୀ
– ଷଷ୍ଠ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି ଉଷା ଦେବୀ
– ୫ ଥରର ବିଧାୟିକା ଏବଂ ମନ୍ତ୍ରୀ
– ବିଜେପି ପ୍ରାର୍ଥୀ ମନୋରଂଜନ ଦ୍ୟାନସାମନ୍ତରା ତୃତୀୟ ଥର ପାଇଁ ଲଢୁଛନ୍ତି
– ୨ଥର କଂଗ୍ରେସରୁ ଲଢି ହାରିଛନ୍ତି । ତଥାପି ଲୋକପ୍ରିୟତା ବଢିଛି ।
– କଂଗ୍ରେସ ନୂଆ ପ୍ରାର୍ଥୀ ଦେଇଛି ।

ଚିକିଟି ବିଧାନସଭା ଆସନ
– ଚିକିଟି ହେଉଛି ବିଜେଡିର ଗଡ
– ୨୦୦୦ ମସିହାରୁ ବିଜେଡି ଏହି ଆସନରେ ଜିତୁଛି
– ଚିକିଟି ବ୍ଲକ ଏବଂ ଚିକିିଟି ଏନଏସି ବିଜେଡି ଦଖଲରେ ରହିଛି

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୮୭ ହଜାର ୯୬୩
– ମତ ଦେଇଥିଲେ – ୧ ଲକ୍ଷ ୨୭ ହଜାର ୩୭୩
– ଭୋଟଦାନ ହାର – ୬୭.୭୬%

୨୦୧୪ର ଫଳାଫଳ
ପ୍ରାର୍ଥୀ                               ଦଳ         ଭୋଟ            ପ୍ରତିଶତ           ଫଳାଫଳ
ଉଷା ଦେବୀ                       ବିଜେଡି     ୭୪,୮୪୯     ୫୮.୭୬%      ବିଜୟୀ
ମନୋରଂଜନ ଦ୍ୟାନସାମନ୍ତରା   କଂଗ୍ରେସ   ୪୨,୭୦୧       ୩୩.୫୨%    ପରାସ୍ତ
ଉଦୟ ନାଥ ପ୍ରଧାନ               ବିଜେପି    ୪,୫୯୦         ୩.୬୦%        ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ଉଷା ଦେବୀ
ଦଳ – ବିଜେଡି
ଭୋଟ – ୭୪,୮୪୯
ପ୍ରତିଶତ – ୫୮.୭୬%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ଉଦୟ ନାଥ ପ୍ରଧାନ
ଦଳ – ବିଜେପି
ଭୋଟ – ୪,୫୯୦
ପ୍ରତିଶତ – ୩.୬୦%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ମନୋରଂଜନ ଦ୍ୟାନସାମନ୍ତରା
ଦଳ – କଂଗ୍ରେସ
ଭୋଟ – ୪୨,୭୦୧
ପ୍ରତିଶତ – ୩୩.୫୨%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ଉଷା ଦେବୀ ବିଜୟୀ ହୋଇଥିଲେ
– ୭୪ ହଜାର ୮୪୯ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ମନୋରଂଜନ ଦ୍ୟାନସାମନ୍ତରାଙ୍କୁ ପରାସ୍ତ କରିଥିଲେ
– ୩୨ ହଜାର ୧୪୮ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
– ବିଜେପି ପ୍ରାର୍ଥୀଙ୍କ ସମେତ ୭ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
– ମୈଦାନରେ ଥିଲେ ମୋଟ ୧୦ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୭୧ ହଜାର ୯୯୯
– ମତ ଦେଇଥିଲେ – ୧ ଲକ୍ଷ ୦୪ ହଜାର ୩୬୫
– ଭୋଟଦାନ ହାର – ୬୦.୬୮%

୨୦୦୯ର ଫଳାଫଳ
ପ୍ରାର୍ଥୀ                             ଦଳ          ଭୋଟ           ପ୍ରତିଶତ         ଫଳାଫଳ
ଉଷା ଦେବୀ                     ବିଜେଡି      ୫୫,୦୯୯    ୫୨.୭୯%    ବିଜୟୀ
ଚିନ୍ତାମଣି ଦ୍ୟାନସାମନ୍ତରା       କଂଗ୍ରେସ    ୪୦,୮୭୦    ୩୯.୧୬%     ପରାସ୍ତ
କାହ୍ନୁ ଚରଣ ପତି                  ବିଜେପି     ୩,୫୮୦      ୩.୪୩%      ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ଉଷା ଦେବୀ
ଦଳ – ବିଜେଡି
ଭୋଟ – ୫୫,୦୯୯
ପ୍ରତିଶତ – ୫୨.୭୯%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – କାହ୍ନୁ ଚରଣ ପତି
ଦଳ – ବିଜେପି
ଭୋଟ – ୩,୫୮୦
ପ୍ରତିଶତ – ୩.୪୩%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ଚିନ୍ତାମଣି ଦ୍ୟାନସାମନ୍ତରା
ଦଳ – କଂଗ୍ରେସ
ଭୋଟ – ୪୦,୮୭୦
ପ୍ରତିଶତ – ୩୯.୧୬%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ଉଷା ଦେବୀ ପଂଚମ ଥର ପାଇଁ ବିଜୟୀ ହୋଇଥିଲେ
– ୫୫ ହଜାର ୦୯୯ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ଚିନ୍ତାମଣି ଦ୍ୟାନସାମନ୍ତରାଙ୍କୁ ପରାସ୍ତ କରିଥିଲେ
– ୧୪ ହଜାର ୨୨୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ବିଜେପି ପ୍ରାର୍ଥୀଙ୍କ ସମେତ ୮ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
– ୨୦୧୪ରେ କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ବଦଳିଥିଲେ ।
– କାହ୍ନୁ ଚରଣ ପତିଙ୍କ ସ୍ଥାନରେ ୨୦୧୪ରେ ଉଦୟ ନାଥ ପ୍ରଧାନ ବିଜେପିର ପ୍ରାର୍ଥୀ ହୋଇଥିଲେ ।
– ଚିନ୍ତାମଣି ଦ୍ୟାନସାମନ୍ତରାଙ୍କ ବଦଳରେ ମନୋରଂଜନ ଦ୍ୟାନସାମନ୍ତରାଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ ।
– ପଂଚମ ଥର ପାଇଁ ପ୍ରାର୍ଥୀତ୍ୱ ବଜାୟ ରଖିଥିଲେ ବିଜେଡି ପ୍ରାର୍ଥୀ ଉଷା ଦେବୀ ।

୨୦୦୯ ବନାମ ୨୦୧୪
– ୨୦୧୪ରେ ବିଜେପି ପ୍ରାର୍ଥୀ ବଦଳାଇଥିଲା
– ରାମଚନ୍ଦ୍ର ପଣ୍ଡାଙ୍କ ବଦଳରେ ଶିବଶଙ୍କର ଦାସଙ୍କୁ ମିଳିଥିଲା ଟିକେଟ
– ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ବଦଳିନଥିଲେ ।

ମତାମତ

Your email address will not be published.