କିଏ ହେବ ଛତିଶଗଡ ମୁଖ୍ୟମନ୍ତ୍ରୀ ? ସସପେନ୍ସ ଜାରି . . . .

92

କନକ ବ୍ୟୁରୋ : ଛତିଶଗଡର କିଏ ହେବ ମୁଖ୍ୟମନ୍ତ୍ରୀ ତାହା ପ୍ରାୟ ଚୂଡାନ୍ତ ହୋଇସାରିଛି । ଆଜି ନବ ନିର୍ବାଚିତ କଂଗ୍ରେସ ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି ସୂଚନା ମିଳିଛି । ପୂର୍ବରୁ ଛତିଶଗଡ କଂଗ୍ରେସର ବିଧାୟକ ଦଳ ବୈଠକରେ ନିଷ୍ପତି ନିଆଯାଇଥିଲା, କଂଗ୍ରେସ ଅଧ୍ୟକ୍ଷ ଯାହା ନିଷ୍ପତି ନେବେ ତାକୁ ସ୍ୱାଗତ କରାଯିବ । ରାହୁଲ ପର୍ଯ୍ୟବେକ୍ଷକଙ୍କ ସହ ବୈଠକ କରି ମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ମାରିସାରିଛନ୍ତି । ରାହୁଲଙ୍କ ନିଷ୍ପତି ପରେ ଆଜି ଛତିଶଗଡ କଂଗ୍ରେସର ବିଧାୟକ ଦଳ ବୈଠକ ବସିବ । ଏବେ ବିଧାୟକ ଦଳ ବୈଠକରେ ଔପଚାରିକ ଘୋଷଣା ବାକି ରହିଥିବା ସୂଚନା ମିଳିଛି ।

ସେପଟେ ରାଜସ୍ଥାନରେ ଅଙ୍କ ଛିଣ୍ଡୁନି । ଗତ ରାତିରେ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ବାସଭବନରେ ବସିଥିଲା ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କୁ ନେଇ ବୈଠକ । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆଲୋଚନା ହୋଇଥିବାର ସୂଚନା ରହିଛି । ପ୍ରଥମେ ସଚିନ ପାଇଲଟଙ୍କ ସହ ରାହୁଲ ୨ ଘଂଟା ବୈଠକ କରିଥିଲେ । ଏହା ପରେ ଅଶୋକ ଗେହଲତଙ୍କୁ ଭେଟିଥିଲେ ରାହୁଲ । ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ସମ୍ଭାବନା ରହିଛି ।