ଛତ୍ରପୁରରେ ଏଥର ବିଧାୟକ କିଏ ? ଚାଲିଛି ମତଦାନ, ଜନତାଙ୍କ ମନ ଜିଣିଛି କିଏ ?

88

କନକ ବ୍ୟୁରୋ : ସାଧାରଣ  ବର୍ଗଙ୍କ ପାଇଁ ଛତ୍ରପୁର ବିଧାନସଭା ଆସନ ସଂରକ୍ଷିତ । ଛତ୍ରପୁର, ଗଞ୍ଜାମ ଓ ରମ୍ଭା ଏନ୍ଏସି ଏବଂ ଛତ୍ରପୁର ବ୍ଲକ୍ ଓ ଗଞ୍ଜାମ ବ୍ଲକକୁ ନେଇ ଛତ୍ରପୁର ନିର୍ବାଚନମଣ୍ଡଳୀ ଗଠିତ । ୩ ଟି ଏନଏସି ଓ ଛତ୍ରପୁର ବ୍ଲକ୍ ବିଜେଡ଼ି ହାତରେ ରହିଥିବା ବେଳେ ଗଞ୍ଜାମ ବ୍ଲକ୍ ବିଜେପି ଦଖଲରେ ରହିଛି ।

୨୦୧୯ର ଲଢେଇ

ବିଜେଡି: ସୁବାସ ବେହେରା

ସିପିଆଇ: ପ୍ରଦୀପ ବେହେରା

ବିଜେପି: ପ୍ରଶାନ୍ତ କର

 

ବିଜେଡି : ସୁବାସ ଚନ୍ଦ୍ର ବେହେରା

– ଡିଆରଡିଏ ଚେୟାରମ୍ୟାନ୍

– ପୂର୍ବରୁ ସରପଂଚ ଏବଂ ସମିତି ସଭ୍ୟ ରହିଛନ୍ତି

– ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢୁଛନ୍ତି

ସିପିଆଇ : ପ୍ରଦୀପ ବେହେରା

– କଂଗ୍ରେସ ସହ ସିପିଆଇର ମେଂଟ

– କଂଗ୍ରେସ ପ୍ରାର୍ଥୀ ଦେଇନାହିଁ

– ସିପିଆଇ ପ୍ରାର୍ଥୀ ପ୍ରଦୀପ ବେହେରା

– ଯୁବ ସଂଗଠକ

– ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢୁଛନ୍ତି

ବିଜେପି : ପ୍ରଶାନ୍ତ କର

– ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି

– ୧୨ ବର୍ଷ ହେଲା ବିଜେପିରେ ଥିଲେ

– ବ୍ଲକ୍ ଚେୟାରମ୍ୟାନ୍ ଥିଲେ

– ପ୍ରଥମ ଥର ପାଇଁ ବିଧାନସଭା ପ୍ରାର୍ଥୀ

ମୁହାଁମୁହିଁ ପ୍ରାର୍ଥୀ

– ତିନି ଦଳର ପ୍ରାର୍ଥୀ ନୂଆ ମୁହଁ

– କଂଗ୍ରେସ-ସିପିଆଇ ମେଂଟ ହୋଇଛି

– ତିନି ଯୁବ ନେତାଙ୍କ ମଧ୍ୟରେ ଲଢ଼େଇ

ଛତ୍ରପୁର ବିଧାନସଭା ଆସନ

–  ଛତ୍ରପୁର ହେଉଛି ସିପିଆଇର ଗଡ

– ୨୦୦୯ ରେ ବିଜେଡି-ସିପିଆଇ ମେଂଟ ହୋଇଥିଲା

– ସିପିଆଇ ପ୍ରାର୍ଥୀ ଆଦିକନ୍ଦ ସେଠୀ ବିଧାୟକ ହୋଇଥିଲେ

– ୨୦୧୪ରେ ବିଜେଡି ପ୍ରାର୍ଥୀ ଡକ୍ଟର ପ୍ରିୟାଂଶୁ ପ୍ରଧାନ ବିଧାୟକ ହୋଇଥିଲେ

– ୨୦୧୯ ପାଇଁ କଂଗ୍ରେସ-ସିପିଆଇ ମେଂଟ କରିଛି

୨୦୧୪ର ଲଢେଇ

– ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ

– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୦୬ ହଜାର ୭୨୬

– ମତ ଦେଇଥିଲେ – ୧ ଲକ୍ଷ ୩୮ ହଜାର ୮୫୫

– ଭୋଟଦାନ ହାର – ୬୭.୧୭%

୨୦୧୪ର ଫଳାଫଳ

ପ୍ରାର୍ଥୀ                               ଦଳ                ଭୋଟ          ପ୍ରତିଶତ       ଫଳାଫଳ

ଡ଼କ୍ଟର ପ୍ରିୟାଂଶୁ ପ୍ରଧାନ           ବିଜେଡି        ୫୩,୨୨୧    ୩୮.୩୩%      ବିଜୟୀ

ବନମାଳୀ ସେଠୀ                 କଂଗ୍ରେସ      ୨୧,୧୫୧   ୧୫.୨୩%        ପରାସ୍ତ

ଧରଣୀଧର ବେହେରା          ବିଜେପି       ୨୭,୫୧୧   ୧୯.୮୧%        ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ଡ଼କ୍ଟର ପ୍ରିୟାଂଶୁ ପ୍ରଧାନ

ଦଳ – ବିଜେଡି

ଭୋଟ – ୫୩,୨୨୧

ପ୍ରତିଶତ – ୩୮.୩୩%

ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ଧରଣୀଧର ବେହେରା

ଦଳ – ବିଜେପି

ଭୋଟ – ୨୭,୫୧୧

ପ୍ରତିଶତ – ୧୯.୮୧%

ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ବନମାଳୀ ସେଠୀ

ଦଳ – କଂଗ୍ରେସ

ଭୋଟ – ୨୧,୧୫୧

ପ୍ରତିଶତ – ୧୫.୨୩%

ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?

– ବିଜେଡିର ଡ଼କ୍ଟର ପ୍ରିୟାଂଶୁ ପ୍ରଧାନ ପ୍ରଥମ ଥର ପାଇଁ ଜିତିଥିଲେ

– ୫୩ ହଜାର ୨୨୧ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ

– ସିପିଆଇ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକଙ୍କୁ ପରାସ୍ତ କରିଥିଲେ

– ସିପିଆଇ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ୩୧,୨୦୨ ଭୋଟ୍ ପାଇ ଦ୍ୱିତୀୟରେ ଥିଲେ

– ୨୨ ହଜାର ୧୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ପ୍ରିୟାଂଶୁ

– ୩ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ

– ମୈଦାନରେ ଥିଲେ ମୋଟ ୫ ପ୍ରାର୍ଥୀ

– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୮୯ ହଜାର ୨୨୦

– ମତ ଦେଇଥିଲେ – ୧ ଲକ୍ଷ ୦୪ ହଜାର ୪୭୧

– ଭୋଟଦାନ ହାର – ୫୫.୨୩%

୨୦୦୯ର ଫଳାଫଳ

ପ୍ରାର୍ଥୀ                             ଦଳ                 ଭୋଟ        ପ୍ରତିଶତ               ଫଳାଫଳ

ଆଦିକନ୍ଦ ସେଠୀ                 ସିପିଆଇ         ୪୬,୨୪୪   ୪୪.୨୬%         ବିଜୟୀ

ସୋମନାଥ ବେହେରା          କଂଗ୍ରେସ        ୨୨,୧୪୬   ୨୧.୨୦%           ପରାସ୍ତ

ଭଗବାନ ବେହେରା             ବିଜେପି        ୨୯,୬୮୭    ୨୮.୪୨%         ପରାସ୍ତ

ସିପିଆଇର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ଆଦିକନ୍ଦ ସେଠୀ

ଦଳ – ସିପିଆଇ

ଭୋଟ – ୪୬,୨୪୪

ପ୍ରତିଶତ – ୪୪.୨୬%

ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ଭଗବାନ ବେହେରା

ଦଳ – ବିଜେପି

ଭୋଟ – ୨୯,୬୮୭

ପ୍ରତିଶତ – ୨୮.୪୨%

ଫଳାଫଳ – ପରାସ୍ତ

 

କଂଗ୍ରେସର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ସୋମନାଥ ବେହେରା

ଦଳ – କଂଗ୍ରେସ

ଭୋଟ – ୨୨,୧୪୬

ପ୍ରତିଶତ – ୨୧.୨୦%

ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?

– ସିପିଆଇ ସହ ମେଂଟ କରିଥିଲା ବିଜେଡି ।

– ସିପିଆଇ ପ୍ରାର୍ଥୀ ଆଦିକନ୍ଦ ସେଠୀ ବିଜୟୀ ହୋଇଥିଲେ

– ୪୬ ହଜାର ୨୪୪ ଖଣ୍ଡ ଭୋଟ ପାଇଥିଲେ ସିପିଆଇ ପ୍ରାର୍ଥୀ

– ବିଜେପି ପ୍ରାର୍ଥୀ ଭଗବାନ ବେହେରାଙ୍କୁ ପରାସ୍ତ କରିଥିଲେ

– ୧୬ ହଜାର ୫୫୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ଆଦିକନ୍ଦ ସେଠୀ

– ୨ ଜଣ ସ୍ୱାଧିନ ପ୍ରାର୍ଥୀ ଅମାନତ୍ ହରାଇଥିଲେ

 

୨୦୦୯ ବନାମ ୨୦୧୪

– ୨୦୦୯ରେ ସିପିଆଇ-ବିଜେଡି ମେଂଟ ହୋଇଥିଲା । ବିଜେପି ଓ କଂଗ୍ରେସର ପ୍ରାର୍ଥୀ ବଦଳିଥିଲେ ।

– ୨୦୦୯ରେ ଆଦିକନ୍ଦ ସେଠୀ, ସିପିଆଇ-ବିଜେଡି ମେଂଟ ପ୍ରାର୍ଥୀ ହୋଇଥିଲେ

୨୦୧୪ରେ ବିଜେଡି ପ୍ରିୟାଂଶୁ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିଲା

– ୨୦୦୯ ରେ ଭଗବାନ ବେହେରା ବିଜେପି ପ୍ରାର୍ଥୀ ହୋଇଥିଲେ ୨୦୧୪ରେ ଧରଣୀଧର ବେହେରାଙ୍କୁ ପ୍ରାର୍ଥୀ କରିଥିଲା ବିଜେପି ।

– ସୋମନାଥ ବେହେରାଙ୍କ ସ୍ଥାନରେ ବନମାଳୀ ବେହେରାଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ