ପିପିଲି ଗଣଦୁଷ୍କର୍ମ ମାମଲାର ରାୟ ଆସିବା ପରେ ଉଠିଲା ବଡ ପ୍ରଶ୍ନ: ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ ଅଭିଯୁକ୍ତ, ବେବିନାର ମୃତ୍ୟୁ ପାଇଁ ଦାୟୀ କିଏ ?

ତଦନ୍ତକୁ ନେଇ ପ୍ରଶ୍ନବାଚୀ

334

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପ୍ରମାଣ ଅଭାବରୁ ଦୁଇଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ ।  ଏହା ପରେ  ଏବେ ପ୍ରଶ୍ନ ଉଠୁଛି, ଯଦି ଅପରାଧୀ ନିର୍ଦ୍ଦୋଷ ବେବିନାକୁ ମାରିଲା କିଏ ।  ସେ ମଲା କେମିତି । ଆଉ ବେବିନାର ମୃତ୍ୟୁ ପାଇଁ ଦାୟୀ କିଏ । ସବୁଠାରୁ ବଡ କଥା ହେଲା ଏହି ଘଟଣାର  କେହି ପ୍ରତ୍ୟକ୍ଷଦର୍ଶୀ ବା ସାକ୍ଷୀ ନଥିଲେ । କ୍ରାଇମବ୍ରାଂଚ ଦୁଷ୍କର୍ମ  କିମ୍ବା ଗଣଦୁଷ୍କର୍ମର କୌଣସି ପାରିପାଶ୍ୱର୍ିକ ପ୍ରମାଣ କୋର୍ଟରେ ଉପସ୍ଥାପନ କରିପାରିନଥିଲା ।  ଫଳରେ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ପିପିଲି ଗଣଦୁଷ୍କର୍ମ ମାମଲାର ସେ ସମୟରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ।  ଏବେ କୋର୍ଟଙ୍କ ରାୟ ପରେ କ୍ରାଇମବ୍ରାଂଚର ତଦନ୍ତ ନେଇ ପ୍ରଶ୍ନ ଉଠିଛି । ବଡ ଘଟଣାକୁ  କ୍ରାଇମବାଂଚ କିଭଳି ହାଲୁକା ଭାବେ ନେଲା ସେ ନେଇ ବି ସନ୍ଦେହ ସୃଷ୍ଟ ହୋଇଛିି । ଗତକାଲି ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ ନିର୍ଦ୍ଦୋଷରେ ଖଲାସ କରିଥିଲେ । ୨୦୧୧ ମସିହା ନଭେମ୍ବର ୨୯ ତାରିଖରେ ପୁରୀ ଜିଲ୍ଲା ପିପିଲି ଥାନା ଅଂଚଳରୁ ଆସିଥିଲା ଏହି ଗଣଦୁଷ୍କର୍ମ ଅଭିଯୋଗ । କିଛି ଦିନ ଡାକ୍ତରଖାନାରେ ସଂଘର୍ଷ ପରେ ପ୍ରାଣ ହରାଇଥିଲେ ପୀଡିତା ।

ସେହି ସମୟରେ ଏହି ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ସିଭିଲ ସୋସାଇଟି ଓ ସାଧାରଣ ଲୋକ ରାସ୍ତାକୁ ଓହ୍ଲାଇ ଏହାର ତୀବ୍ର ପ୍ରତିବାଦ କରିଥିଲେ । ଏପରିକି ଏହି ଘଟଣାରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀପଦ ବି ହରାଇବାକୁ ପଡିଥିଲା । ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ବି ଦେଇଥିଲେ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଶାନ୍ତ ପ୍ରଧାନଙ୍କ ସମେତ ୫ଜଣ ଗିରଫ ବି ହୋଇଥିଲେ ।