ମୋବାଇଲରୁ ଅନଲାଇନ୍ ପେମେଣ୍ଟ୍ କରୁଥିବା ଗ୍ରାହକ ଟିକେ ଧ୍ୟାନ ଦିଅନ୍ତୁ ! ସହଜ ପ୍ରକ୍ରିୟାରେ ଟଙ୍କା ନେଣଦେଣ କରିବା ପୂର୍ବରୁ ଏହି ସବୁ ଦିଗ ଉପରେ ନଜର ରଖନ୍ତୁ ।

154

ସ୍ମାର୍ଟଫୋନ୍ ଡିଭାଇସ୍ ଟି ଯେବେଠାରୁ ଆମ ହାତକୁ ଆସିଲାଣି ଘରେ ବସି ସବୁ କାମ ଆମେ କରିପାରୁଛୁ । ଆଜିକାଲି ସବୁ ଯେମିତି ଖୁବ୍ ସରଳ ଏବଂ ସହଜ ହେଲାଣି । ସେ ସପିଙ୍ଗ୍ କରିବା ହେଉ,ଖାଦ୍ୟ ଅର୍ଡର କରିବା ହେଉ କିମ୍ବା ଅନଲାଇନ୍ ଟଙ୍କା ପଠାଇବା ହେଉ ଆମର ସବୁକାମ ସ୍ମାର୍ଟଫୋନ୍ ଜରିଆରେ ହିଁ ହୋଇଥାଏ । ତେବେ ମୋବାଇଲ୍ ରୁ ଟଙ୍କା ପଠାଇବା କିମ୍ବା ଅନ୍ୟ କୌଣସି କାମ କରିବା ବେଳେ ଆପଣ ଯଦି କେବେ ଠକାମୀର ଶିକାର ହୁଅନ୍ତି ତେବେ କିଭଳି ଏଥିରୁ ମୁକ୍ତି ପାଇବେ ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧ . ଅନଅଥୋରାଇଜଡ୍ ଆପ୍ କୁ କେବେ ବ୍ୟବହାର କରନ୍ତୁ ନାହିଁ ଏହାଦ୍ୱାରା ଆପଣଙ୍କୁ ଆସିଥିôବା ଓଟିପିର ଭୁଲ୍ ବ୍ୟବହାର କରାଯାଏ ।

୨ . ପେମେଣ୍ଟ୍ ର ଟ୍ରାନଞ୍ଜାକସନ୍ କରିବା ସମୟରେ ୱେବସାଇଟ୍ ର ୟୁଆରଏଲ୍ ରେ ସିକ୍ୟୁଏର୍ ହାଇପର୍ ଟେକ୍ସଚରଡ୍ ଟ୍ରାନ୍ସଫର୍ ପ୍ରୋଟୋକୋଲ୍ ଯାହା ଏଚଟିଟିପିଏସ୍ ରୁ ହିଁ ଆରମ୍ଭ ହେବା ଦରକାର ।

୩ . ଯଦି ଆପଣଙ୍କ ମୋବାଇଲ୍ ଲକ୍ ବି ଯଦି ହୁଏ ତେବେ ଏହାର ଓଟିପି ଉପରେ ଦେଖାଯାଏ ଏଥିପାଇଁ ଓଟିପି ମେସେଜ୍ ଟାଇମରେ ସାବଧାନ ରୁହନ୍ତୁ ।

୪ . ଆପଲ୍ ପେ ଏବଂ ଆଣ୍ଡ୍ରଏଡ୍ ପେ କିମ୍ବା ଏଭଳି କିଛି ପ୍ଲାଟଫର୍ମର ବ୍ୟବହାର ନିଜର ଅନଲାଇନ୍ ପେମେଣ୍ଟ୍ ଦ୍ୱାରା କରିପାରିବେ ।

Comments are closed.