କଣ କହୁଛି ଏକଜିଟ୍ ପୋଲ, ଛତିଶଗଡରେ କିଏ ଗଢିବ ସରକାର? ଦେଖନ୍ତୁ ସର୍ଭେ ରିପୋର୍ଟ ।

474

କନକ ବ୍ୟୁରୋ : ୨୦୧୯ ନିବାର୍ଚନ ପୂର୍ବରୁ ୫ଟି ରାଜ୍ୟରେ ବିଧାନସଭା ନିବାର୍ଚନ ଏଗଜିଟ ପୋଲ ସର୍ଭେ ରିପୋର୍ଟ ସାମନାକୁ ଆସିଛି । ରାଜସ୍ଥାନ,ତେଲେଂଗାନାରେ ମତଦାନ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ତାଙ୍କର ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି । ସମସ୍ତଙ୍କ ସର୍ଭେ ରିପୋର୍ଟ ଅନୁଧ୍ୟାନ କଲେ ବିଜେପିକୁ ଏକ ବଡ ଧରଣର ଝଟକା ଲାଗିବ ବୋଲି ଅନୁମାନ କରାଯାଉଛି । ମଧ୍ୟପଦେଶ ଓ ରାଜସ୍ଥାନରେ କଂଗ୍ରେସକୁ ଅଧିକାଂଶ ସର୍ଭେକାରି ସଂସ୍ଥା ବହୁମତ ମିଳିବା ନେଇ ରିପୋର୍ଟ ଦେଇଥିବାବେଳେ ଛତିଶଗଡରେ କଡା ଟକ୍କର ହେବ ବୋଲି ରିପୋର୍ଟ ଦେଇଛନ୍ତି । ସେପଟେ ତେଲେଂଗାନାରେ କେସିଆରଙ୍କୁ ବହୁମତ ମିଳିବ ବୋଲି ଏଗଜିଟ ପୋଲ ସର୍ଭେରେ କୁହାଯାଇଛି ।

– ସେମିଫାଇନାଲ ୨୦୧୮ : ଇଣ୍ଡିଆ ଟିଭି ସର୍ଭେ ରିପୋର୍ଟରେ ଛତିଶଗଡରେ ହେବ କଡା ଟକର୍କ. ସରକାର ଗଢିବାକୁ ବିଜେପି ଓ କଂଗ୍ରେସ ମଧ୍ୟରେ ହେବ କଡା ଟକ୍କର ।
-ଇଣ୍ଡିଆ ଟିଭି ସର୍ଭେ ରିପୋର୍ଟ : ଛତିଶଗଡରେ ବିଜେପିକୁ ୪୨ରୁ ୫୦ଟି ଆସନ ମିଳିବା ସମ୍ଭାବନା, କଂଗ୍ରେସକୁ ୩୨ରୁ ୩୮ଟି ଆସନ ମିଳିବା ସମ୍ଭାବନା । ଅନ୍ୟାନ୍ୟ ଦଳକୁ ମିଳିପାରେ ୭ରୁ ୧୧ ଆସନ
-ସେମିଫାଇନାଲ ୨୦୧୮ : ଟାଇମସ ନାଓ-ସିଏନଏକ୍ସ ସର୍ଭେ ରିପୋର୍ଟରେ ଛତିଶଗଡରେ ବିଜେପିକୁ ଫାଇଦା, ୪୬ ଆସନ ସହ ସରକାର ଗଢିପାରେ ବିଜେପି ।
-ଟାଇମସ ନାଓ-ସିଏନଏକ୍ସ ସର୍ଭେ ରିପୋର୍ଟ :ଛତିଶଗଡରେ ପୁଣିଥରେ ବିରୋଧୀ ଆସନରେ ବସିବ କଂଗ୍ରେସ, ୩୫ଟି ଆସନରେ ଜିତିବା ସମ୍ଭାବନା । ଅନ୍ୟ୍ୟାନ୍ୟ ଦଳକୁ ମିଳିପାରେ ୯ଟି ଆସନ
-ନ୍ୟୁଜ ୨୪ ସର୍ଭେ ରିପୋର୍ଟ : ଛତିଶଗଡରେ କ୍ଷମତାକୁ ଆସିପାରେ କଂଗ୍ରେସ, ରମଣଙ୍କ ଗଡରେ ଝାଉଁଳିପାରେ ପଦ୍ମ ।
-ନ୍ୟୁଜ ୨୪ ସର୍ଭେ ରିପୋର୍ଟ : ଛତିଶଗଡରେ ରମଣଙ୍କୁ ଲାଗିପାରେ ଝଟକା । ମୋଟ ୯୦ଟି ଆସନରୁ ବିଜେପି ଖାତାକୁ ଯାଇପାରେ ୩୬ରୁ ୪୨ଟି ଆସନ, କଂଗ୍ରେସ ଏକାକୀ ହାତେଇବ ୪୫ରୁ ୫୧ଟି ସିଟ୍ । ଅନ୍ୟାନ୍ୟ ଦଳକୁ ମିଳିପାରେ ୪ରୁ ୮ ଆସନ ।
-ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ ଇଣ୍ଡିଆର ସର୍ଭେ ରିପୋର୍ଟରେ ଛତିଶଗଡରେ କଂଗ୍ରେସକୁ ମିଳିପାରେ ବହୁମତ । ଧରାଶାୟୀ ହେବ ଶାସକ ବିଜେପି । ମୋଟ ୯୦ ଆସନରୁ କଂଗ୍ରେସ ହାତକୁ ଯିବ ୫୫ରୁ ୬୫ ଆସନ । ବିଜେପି ଖାତାକୁ ଯାଇପାରେ ମାତ୍ର ୨୧ରୁ ୩୧ଟି ସିଟ୍ । ଅନ୍ୟାନ୍ୟ ଦଳକୁ ୪ରୁ ୮ଟି ଆସନ ମିଳିବା ସମ୍ଭାବନା ।