ଜାଣନ୍ତୁ ଦୁନିଆର ସବୁଠୁ ବଡ ମିଛୁଆ ନେତା କିଏ ! ୧୯୨୯ ଥର ମିଛ କହି ପ୍ରମାଣ କଲେ କେତେ ମିଛ କହନ୍ତି ନେତା ।

4

ନେତାମାନେ କେତେବେଳେ ସତ କୁହନ୍ତି କେତେବେଳେ ମିଛ କହନ୍ତି ତାହା ବୁଝିବା ମୁସକିଲ ହୋଇପଡିଥାଏ । ଏଭଳି ସ୍ଥିତି କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଥାଏ । ମିଛ କହିବା ମାମଲାରେ ଯଦି ଆମେ ବିଦେଶି ନେତାମାନଙ୍କ କଥା କହିବା ତେବେ ସର୍ବ ପ୍ରଥମେ ଆମେରିକାର ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କ ନାମ ଆସିବ । ମିଡିଆ ରିପୋର୍ଟ ଅନୁସାରେ ଆମେରିକାର ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ କ୍ଷମତାକୁ ଆସିବା ପରେ ଆଜି ପର୍ଯ୍ୟନ୍ତ ମୋଟ ୧୯୨୯ ଥର ମିଛ କହିଛନ୍ତି ।

ଆମେରିକାର ୱେବସାଇଟ ୱାସିଂଟନ ପୋଷ୍ଟ ଏବଂ କାନାଡା ୱେବସାଇଟ ଟୋରଣ୍ଟୋରେ ଏହିଭଳି ଏକ ରିପୋର୍ଟ ପ୍ରକାଶ ପାଇଛି । ମଳିଥିବା ଏକ ରିପୋର୍ଟ ଅନୁସାରେ ଟ୍ରମ୍ପ କ୍ଷମତାକୁ ଆସିବାର ୧୦୦ ଦିନ ଭିତରେ ପ୍ରା ୪.୯ ମିଛ କହିଥିବାର ଦାବି କରାଯାଇଥିବା ବେଳେ ଏବେ ଟ୍ରମ୍ପଙ୍କ ମିଛ ଦିନକୁ ଦିନ ବଢିବାରେ ଲାଗିଛି । ରଷ୍ଟ୍ରପତି ହେବା ପରେ ଟ୍ରମ୍ପ ତାଙ୍କ ଭାଷଣରେ ଅଧିକାଶଂ ମିଛ କହିଛନ୍ତି ।

ସୂଚନା ଅନୁଯାୟୀ, ଗତ ୧୮ ମାସ ମଧ୍ୟରେ ଡୋନାଲ ଟ୍ରମ୍ପ ପ୍ରାୟ ୧୩ ଲକ୍ଷ ୪୦ ହଜାର ୩୩୦ ଶବ୍ଦ କହିଛନ୍ତି । ସେଥିମଧ୍ୟରୁ ୫.୧ ପ୍ରତିଶତ କଥା ତାଙ୍କ ମିଛ ବୋଲି ପ୍ରମାଣିତ ହୋଇଛି । ଯଦି ଆମେ ୨୦୧୭ ମସିହା କଥା କହିବା ତେବେ ଟ୍ରମ୍ପ ପ୍ରତିଦିନ ପ୍ରାୟ ୨.୧ ପ୍ରତିଶତ ମିଛ କହିଛନ୍ତି । କିନ୍ତୁ ଚଳିତ ବର୍ଷ ଟ୍ରମ୍ପଙ୍କ ମିଛ ବଢିକି ୫.୧କୁ ପହଞ୍ଚିଛି । ଅର୍ଥାତ ଆମେରିକାର ରଷ୍ଟ୍ରପତି ଯହାବି କୁହନ୍ତି ତାଙ୍କର ୧୪ଟି ଶବ୍ଦରୁ ଗୋଟିଏ ଶବ୍ଦ ମିଛ ହୋଇଥାଏ ।

Comments are closed.