ଏବେ ବି ରହସ୍ୟ ଘେରରେ ସୁନ୍ଦରଗଡରେ ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା ଘଟଣା ! କିଏ ମାରିଲା, କାହିଁକି ମାରିଲା କାରଣ ଅସ୍ପଷ୍ଟ

92

କନକ ବ୍ୟୁରୋ : ସୁନ୍ଦରଗଡ କୋଇଡାରେ ଗୋଟିଏ ପରିବାରର ପାଂଚ ଜଣଙ୍କ ମୃତ୍ୟୁକୁ ନେଇ ତନାଘନା କରିଛି ପୋଲିସ୍ । ତେବେ ସେମାନଙ୍କୁ କିଏ ମାରିଲା ଓ କାହିଁକି ମାରିଲା ତାହା ଏବେ ବି ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଡଗସ୍କ୍ୱାର୍ଡ଼ ସହ ସାଇଂଟିଫିକ୍ ଟିମ ଛାନଭିନ ଆରମ୍ଭ କରିଚି । ହତ୍ୟାକାରୀ ଏବେ ବି ଫେରାର ଅଛି । ଗତକାଲି କୋଇଡା ଥାନା ଅନ୍ତର୍ଗତ ବଡ ଇନ୍ଦୁପୁର କନ୍ଦା ସାହିରେ ଗୋଟିଏ ପରିବାର ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏମାନଙ୍କ ମୃତଦେହ ଏକ କୂଅରେ ପଡିଥିବାରୁ ଶୁକ୍ରବାର ବିଳମ୍ବିତ ରାତିରେ ଏମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ମୃତ ୫ ଜଣ ହେଉଛନ୍ତି ୩୦ ବର୍ଷୀୟ ମାଆ କୁନି ମୁଣ୍ଡା, ୧୦ ବର୍ଷିୟ ଝିଅ ମାର ମୁଣ୍ଡା , ୯ବର୍ଷର ପୁଅ ଟେକଲେ ମୁଣ୍ଡା, ୪ ବର୍ଷର ପୁଅ ଚାମରା ମୁଣ୍ଡା ଓ ୧ ବର୍ଷର ଝିଅ । ତେବେ କୁନି ମୁଣ୍ଡାଙ୍କ ପ୍ରଥମେ ଟାଗୁରୁ ମୁଣ୍ଡାଙ୍କୁ ବିବାହ କରିଥିଲେ । ତେବେ ବର୍ଷେ ତଳେ ଟାଙ୍ଗୁରୁଙ୍କ ମୃତ୍ୟୁ ହେବା ପରେ ସେ ସିଦିୟ ମୁଣ୍ଡାଙ୍କୁ ବିବାହ କରି ରହୁଥିଲେ । ତେବେ ଏହି ୫ ଜଣଙ୍କୁ କିଏ ହତ୍ୟା କରିଛି ଜଣାପଡିନଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି ।