ଆମେ ପିନ୍ଧୁଥିବା ପୋଷାକର ଆବିଷ୍କାରକ କିଏ ? ଜାଣନ୍ତୁ ଏହି ବ୍ୟକ୍ତିଙ୍କ ବିଷୟରେ ଯିଏ ଦୁନିଆକୁ ସିଲେଇ ମେସିନ ସହ କରିଥିଲେ ପରିଚିତ ।

250

ଆଗକାଳରେ ଲୋକମାନେ ପୋଷାକ ପରିଧାନ କରୁଥିବେ ସତ କିନ୍ତୁ ବର୍ତ୍ତମାନ ଯୁଗ ଭଳି ଏତେ ସୁନ୍ଦର ଏବଂ ଷ୍ଟାଇଲିସ୍ ପୋଷାକ କେହି ଦେଖିନଥିଲେ । ତେବେ ବର୍ତ୍ତମାନ ସମୟରେ ଆମେ ପିନ୍ଧୁଥିବା ସମସ୍ତ ଷ୍ଟାଇଲିସ୍ ପୋଷାକର ଆବିଷ୍କାରକ କିଏ ଆପଣ ଜାଣିଛନ୍ତି କି । ଏଲାୟସ୍ ହୋବେଙ୍କୁ ଦୁନିଆର ସିଲେଇ ମେସିନର ଆବିଷ୍କାରକ ଭାବେ ସମସ୍ତେ ଜାଣିଛନ୍ତି । ଏବଂ ଚଳିତ ସମାଜରେ ଆମେ ପରିଧାନ କରୁଥିବା ଷ୍ଟାଇଲିସ୍ ଡ୍ରେସ ଗୁଡିକ ମଧ୍ୟ ତାଙ୍କ ଆବିଷ୍କାରର ଅଂଶ ଅଟେ । ୧୮୪୬ ମସିହା ସେପ୍ଟେମ୍ବର ୧୦ ତାରିଖରେ ସେ ସିଲେଇ ମେସିନର ଆବିଷ୍କାର କରିଥିଲେ ।

ଏଲାଏସ୍ ହୋବେଙ୍କର ଜନ୍ମ ୧୮୧୯ ମସିହା ଜୁଲାଇ ୯ ତାରିଖରେ ହୋଇଥିଲା । ସେ ୧୮୩୫ ମସିହାରେ ଆମେରିକାର ଏକ ଟେକ୍ସଟାଇଲ କମ୍ପାନୀରେ ଟ୍ରେନି ଭାବରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏବଂ ୧୮୪୬ ମସିହାରେ ସିଲେଇ ମେସିନର ଆବିଷ୍କାର ପାଇଁ ତାଙ୍କୁ ଆମେରିକା ପକ୍ଷରୁ ପୁରଷ୍କୃତ କରାଯାଇଥିଲା । ଆମେରିକାରେ କୌଣସି ବ୍ୟକ୍ତି ଏହି ମେସିନକୁ କିଣିବା ପାଇଁ ପ୍ରସ୍ତୁତ ନଥିଲେ । ହୋବେଙ୍କର ଭାଇ ବ୍ରିଟେନ ପର୍ଯ୍ୟନ୍ତ ଗସ୍ତ କରି ଏହାକୁ ୨୫୦ ପାଉଣ୍ଡରେ ବିକ୍ରି କରିଥିଲେ । କେବଳ ସିଲେଇ ମେସିନ ନୁହେଁ ୧୮୫୧ ମସିହାରେ ପ୍ୟାଣ୍ଟରେ ଲାଗୁଥିବା ଚେନକୁ ମଧ୍ୟ ସେ ଆବିଷ୍କାର କରିଥିଲେ । ରୋଗାଗ୍ରସ୍ତ ଥିବା କାରଣରୁ ମାତ୍ର ୪୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଥିଲା ।

ତେବେ ଭାରତରେ ୧୯୩୫ ମସିହାରେ କୋଲକାତାର ଏକ କାରଖାନାରେ ଉଷା ନାମକ ପ୍ରଥମ ସିଲେଇ ମେସିନ ତିଆରି କରାଯାଇଥିଲା । ମେସିନର ସମସ୍ତ ଅଂଶ ଭାରତରେ ହିଁ ତିଆରି କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଭାରତରେ ଅନେକ ପ୍ରକାର ସିଲେଇ ମେସିନ ପ୍ରସ୍ତୁତ କରାଯାଉଛି ଯାହାକୁକି ବିଦେଶରେ ମଧ୍ୟ ବିକ୍ରି କରାଯାଉଛି । ପାଖାପାଖି ଦୁଇ ହଜାରରୁ ଅଧିକ ପ୍ରକାର ମେସିନ ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଥାଏ ।