ପିସିସିଙ୍କ ଟିକେଟ୍ ଫଣ୍ଡା ! କଂଗ୍ରେସରେ କିଏ ପାଇବ ଟିକେଟ? ଆଜିଠାରୁ ମାନସ ମନ୍ଥନ

41

କନକ ବ୍ୟୁରୋ: କିଏ ପାଇବ କଂଗ୍ରେସରେ ଟିକେଟ୍ ? ଏନେଇ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ । ତେବେ ପ୍ରଦେଶ କଂଗ୍ରେସ ଭବନରେ ବରିଷ୍ଠ ନେତାମାନଙ୍କ ସହ କେନ୍ଦ୍ରୀୟ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନେ ଦଳର ସ୍ଥିତି ଓ ଆଗାମୀ ରଣନୀତି ନେଇ ଆଲୋଚନା କରିଛନ୍ତି । ସ୍କିନିଂ କମିଟି ଅଧ୍ୟକ୍ଷ ଭିଏନ୍ ସାଥେସାନଙ୍କ ଅଧ୍ୟକ୍ଷତାରେ ଓ ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ବରିଷ୍ଠ ନେତାମାନଙ୍କ ସହ ବୈଠକ ଅନୁଷ୍ଠିତ ହୋଇଛି । ବିଶେଷ କରି ରାଜ୍ୟରେ ଦଳର ରାଜନୈତିକ ସ୍ଥିତି ସହିତ ଆଗାମୀ ନିର୍ବାଚନରେ ଯେଉଁମାନେ ପ୍ରାର୍ଥୀ ହେବେ ସେମାନଙ୍କର ମାପଦଣ୍ଡ ସଂପର୍କରେ ଆଲୋଚନା କରାଯାଇଛି ।

ସ୍କ୍ରିନିଂ କମିଟିର ଅନ୍ୟ ଦୁଇ ସଦସ୍ୟ ମଧ୍ୟ ଏସଂପର୍କରେ ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଛନ୍ତି । ବିଶେଷ କରି କ୍ରମାଗତ କେଉଁମାନେ ୩ ଥର ନିର୍ବାଚନ ହାରିଛନ୍ତି ଓ ଗତ ନିର୍ବାଚନରେ ଦଳର କେଉଁ ପ୍ରାର୍ଥୀମାନଙ୍କ ଅମାନତ ନଥିଲା ସେ ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ । ଆଜିି ପ୍ରଦେଶ କଂଗ୍ରେସର ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ କମିଟିର ବୈଠକ ପରେ ଯେଉଁ ପ୍ରାର୍ଥୀମାନଙ୍କର ତାଲିକା ଆସିବ ତାହା ସ୍କ୍ରିନିଂ କମିଟି ଅନୁଧ୍ୟାନ କରି ନିଷ୍ପତି ନେବ ।

ତେବେ କେତେଜଣ ପୁରୁଖା ନେତାଙ୍କୁ ଟିକଟ ଦିଆଯିବ ଓ ଯୁବ ଓ ମହିଳାମାନଙ୍କ ଭାଗ କେତେ ରହିବ ସେ ବିଷୟରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଛି । ବର୍ତମାନ ଦଳରେ ଥିବା କିଛି ବିଧାୟକଙ୍କୁ ଟିକଟ ଦେବା ପାଇଁ ସ୍ଥିର ହୋଇଥିଲେ ମଧ୍ୟ ସେମାନଙ୍କ ସ୍ଥିତି ଓ ଆଭିମୁଖା ସଂପର୍କରେ ମଧ୍ୟ ସ୍କ୍ରିନିଂ କମିଟି ଅନୁଧ୍ୟାନ କରିବ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି । ସେହିପରି କିଛି ବିଧାୟକ ଦଳ ପରିବର୍ତ୍ତନ କରିବା ଆଶଙ୍କା ଥିବାରୁ ସେମାନଙ୍କୁ ଦଳ ସହିତ କିଭଳି ବାନ୍ଧି ରଖାଯିବ ସେଥିନେଇ ମଧ୍ୟ ରଣନୀତି ସ୍ଥିର କରାଯାଉଛି । ରାଜ୍ୟର ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ କେଉଁ ପ୍ରାର୍ଥୀଙ୍କ ଜିତିବା ସ୍ଥିତି ରହିଛି ଏବଂ କାହାକୁ ପ୍ରାର୍ଥୀ କଲେ ଦଲକୁ ଫାଇଦା ମିଳିବ ସେ ସଂପର୍କରେ ମଧ୍ୟ ପ୍ରଦେଶ ନିର୍ବାଚନ କମିଟି ଓ ସ୍କ୍ରିନିଂ କମିଟି ଅନୁଧ୍ୟାନ କରି ନିଷ୍ପତି ନେବ ବୋଲି ଜଣାପଡିଛି । ତେବେ ନୂଆ ପ୍ରାର୍ଥୀ ତାଲିକା ଘୋଷଣା ନେଇ କଂଗ୍ରେସ ଭବନରେ ଆଶାୟୀ ପ୍ରାର୍ଥୀଙ୍କ ଭିଡ ଜମିଛି ।