ଟିକେଟ ବଣ୍ଟାକୁ ନେଇ କଂଗ୍ରେସରେ କଳି ! ୨୫ ଜଣ ବିଧାୟକଙ୍କ ସହ କବାଟ କିଳା ଆଲୋଚନା, ଜାଣନ୍ତୁ କାହାକୁ ମିଳିବ କଂଗ୍ରେସ ଟିକେଟ

30

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ଆଜି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟିର ଶେଷ ବୈଠକ ହୋଇଛି । ଗତ ନିର୍ବାଚନରେ ୧୫ ହଜାରରୁ କମ୍ ଭୋଟରେ ପରାଜିତ ହୋଇଥିବା ବିଧାୟକ ପ୍ରାର୍ଥୀଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି ରାଜ୍ୟ ପ୍ରଭାରୀ । ନିର୍ବାଚନରେ ହାରିଥିଲେ ମଧ୍ୟ ସଂଗଠନ ଦୃଢ ଥିଲେ ଟିକେଟ୍ ମିଳିପାରିବ ବୋଲି ପିସିସି କହିଛି । ତେବେ ଗୋଟିଏ ପଟେ କଂଗ୍ରେସ ଆଗୁଆ ଟିକେଟ୍ ଦେବାକୁ ଘୋଷଣା କରିଥିବା ବେଳେ ଅନ୍ୟପଟେ

ଗୋଟିଏ ପଟେ ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟିର ଗୁରୁତ୍ୱପୂଣ୍ଣ ବୈଠକ ଅନ୍ୟପଟେ ଟିକେଟ୍ ଆଶାୟୀଙ୍କ ମଧ୍ୟରେ ରେସ୍ । କିଏ ପାଇବ ୨୦୧୯ ଟିକେଟ୍ । ପ୍ରାର୍ଥୀଙ୍କ ମଧ୍ୟରେ ଆରମ୍ଭ ହେଲାଣି ବଳ କଷାକଷି । ଆଗାମୀ ନିର୍ବାଚନରେ ପୁଣିଥରେ ପାରଳାଖେମୁଣ୍ଡିରୁ ଲଢିବାକୁ ଅଂଟା ଭିଡିଛନ୍ତି ବର୍ତମାନର ବିଧାୟକ କେ. ସୁରିୟା ରାଓ । ଅନ୍ୟପଟେ ସେହି ସମାନ ସ୍ଥାନରୁ ଏଥର ନିର୍ବାଚନ ଲଢିବେ ବୋଲି କହିଛନ୍ତି ତିରୁପତି ପାଣିଗ୍ରାହୀ ।

୨୦୧୯ ପାଇଁ ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟିର ଶେଷ ବୈଠକ । ୧୫ ହଜାରରୁ କମ୍ ଭୋଟରେ ହାରିଥିବା ୨୫ ଜଣ ବିଧାୟକ ପ୍ରାର୍ଥୀଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି ପିସିସି ସଭାପତି ଓ ପ୍ରଭାରୀ । ସାଙ୍ଗରେ ଥିଲେ କାର୍ଯ୍ୟକାରୀ ସଭାପତି । ଗତଥର ପରାଜୟ ପଛର କାରଣ କଣ? କେତେ ଭୋଟରେ ପ୍ରାର୍ଥୀ ହାରିଥିଲେ ଏବଂ ହାରିବା ପ୍ରାର୍ଥୀଙ୍କ ସଂଗଠନ ଏବେ କେମିତି ରହିଛି? ଆଶାୟୀ ପ୍ରାର୍ଥୀଙ୍କ ଏସବୁ ପ୍ରସଙ୍ଗକୁ ଗୁରୁତ୍ୱ ଦେଉଛି ପିସିସି । ବର୍ତମାନ ବିଧାୟକ ଥିବା ସମସ୍ତ ନେତାଙ୍କୁ ପୁଣିଥରେ ଟିକେଟ୍ ଦିଆଯିବ ବୋଲି ସଫା ସଫା କହିସାରିଛନ୍ତି ପିସିସି ସଭାପତି । ଏହାରି ଭିତରେ ଟିକେଟ୍ ଆଶାୟୀଙ୍କ ମଧ୍ୟରେ ଏବେଠୁ ଅସନ୍ତୋଷ ଦେଖାଦେଲାଣି । ଯାହା କଂଗ୍ରେସ ପାଇଁ ଅଡୁଆ ସୃଷ୍ଟି କରିବା ସମ୍ଭାବନା ରହିଛି ।