ଦାମ ବନାମ ବାମ ! ପାରାଦୀପରେ କାହାକୁ ମିଳିବ ବିଜେଡି ଟିକେଟ, ପୁଅ ନା ଝିଆରୀ

42

କନକ ବ୍ୟୁରୋ : ପୁଣି ବରିଷ୍ଠ ନେତା ଦାମୋଦର ରାଉତ ବିଜେଡି ବିରୋଧରେ ଅଭିଯୋଗ ଆଣିଛନ୍ତି । ଏଥର ଅଭିଯୋଗ ଟିକେଟ ବଂଟାକୁ ନେଇ । ବିଜେଡି ତାଙ୍କ ପୁଅକୁ ଟିକେଟ ନ ଦେଇ ଝିଆରୀଙ୍କୁ ଟିକେଟ୍ ଦେବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ ଆଣିଛନ୍ତି ଦାମ । ଏହା ବିଜେଡିର କାପୁରୁଷତା ବୋଲି ଦାମ କହିଛନ୍ତି । ଅନ୍ୟପକ୍ଷରେ ଦାମଙ୍କ ଭାଇ ବାମଦେବ ରାଉତରାୟ କହିଛନ୍ତି ଯଦି ବିଜେଡିରୁ ଟିକେଟ୍ ମିଳେ ତେବେ ସେ ନିର୍ବାଚନ ଲଢିବେ ।

dama rout vs bama routବିଜେଡି ବିରୋଧରେ ଦାମଙ୍କ ସାନି ଅଭିଯୋଗ । ତାଙ୍କ ବିରୋଧରେ ବଡଭାଇର ଝିଅକୁ ବିଜେଡି ପ୍ରାର୍ଥୀ ଭାବେ ଛିଡା କରିବାକୁ ଉଦ୍ୟମ କରୁଛି । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଦାମ । ସେ କହିଛନ୍ତି ଯଦି ଟିକେଟ ଦେବାର ଅଛି, ତେବେ ପୁଅକୁ ନଦେଇ ଝିଆରୀକୁ କାହିଁକି ଦିଆଯିବ । କାରଣ ପୁଅ ଏବେ ଦଳର ସମ୍ପାଦକ ଅଛି । ଏହା ବିଜେଡିର କାପୁରୁଷତା ବୋଲି କହିଛନ୍ତି ଦାମ ।

ସେପଟେ ଏହି ପ୍ରସଙ୍ଗରେ ଦାମୋଦର ରାଉତଙ୍କ ଭାଇ ବାମଦେବ କହିଛନ୍ତି ଯଦି ବିଜେଡି ଟିକେଟ ଦିଏ ତେବେ ସେ ନିର୍ବାଚନ ଲଢିବେ । ଏବେ ବାମଦେବ ରାଉତରାୟ ବିଜେପିରେ ଅଛନ୍ତି । ତେବେ ଝିଅକୁ ଟିକେଟ ଦେବା ପ୍ରସଙ୍ଗରେ କହିଛନ୍ତି ଜିତିବାର କ୍ଷମତା ଥିବା ବ୍ୟକ୍ତିକୁ ବିଜେଡି ଚୟନ କଲେ ଅସୁବିଧା କଣ । ୨୦୧୯ ସାଧାରଣ ନିର୍ବାଚନକୁ ଆଉ କିଛି ମାସ ଥିବା ବେଳେ ଏବେ ଟିକେଟ ବଂଟନକୁ ନେଇ ଛକାପଂଛା ଆରମ୍ଭ ହୋଇଯାଇଛି । ଦଳ କାହାକୁ ଟିକେଟ ଦେବ ସେନେଇ କିଛି ସ୍ଥିର ହୋଇନଥିବା ବେଳେ ବିଜେଡିରୁ ବହିଷ୍କୃତ ଦାମ ରାଉତଙ୍କ ପରିବାରରେ ଟିକେଟକୁ ନେଇ ଜୋର ଧରିଛି ଅଙ୍କକଷା ।